Tinkesh to reach Everest Base
ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ହେଲେ ସମୟ ସଜାଇ ଦେଲା ଭିନ୍ନକ୍ଷମ । ଏବେ ଦୁଇ ଗୋଡ ନାହିଁ । କି ଗୋଟିଏ ହାତ ମଧ୍ୟ ନାହିଁ । ତଥାପି ରଚିଛନ୍ତି ବିଶ୍ୱ ରେକର୍ଡ । କୃତ୍ରିମ ଅଙ୍ଗ ଦ୍ୱାରା ଏଭରେଷ୍ଟ ଚଢ଼ି ବିଶ୍ୱ ରେକର୍ଡ କରିଛନ୍ତି ଟିଙ୍କେଶ କୌଶିକ । ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ ବୋଲି ସେ ପ୍ରମାଣିତ କରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
Advertisment
ଦୁନିଆର ପ୍ରଥମ 'ଟ୍ରିପଲ୍ ଆମ୍ପ୍ୟୁଟି' ଭାବରେ ରେକର୍ଡ କରିଛନ୍ତି ଟିଙ୍କେଶ । ଏବେ ତାଙ୍କୁ ବୟସ ୩୦ ବର୍ଷ । ଟିଙ୍କେଶଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା । ସେହି ସମୟରେ ବିଦ୍ୟୁତ୍ ଆଘାତରେ ଦୁଇଟି ଗୋଡ଼ ଓ ଗୋଟିଏ ହାତ ହରାଇଥିଲେ । ଯାହାକୁ ନେଇ ପରିବାର ଚିନ୍ତାରେ ଥିଲା । ହେଲେ ସେହି ପୁଅର ଏତେ ବଡ଼ ସଫଳତା ପରେ ଏବେ ସବୁଠି ଚର୍ଚ୍ଚା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)