/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716786452.jpg)
CCTV Footage
ସିସିଟିଭି ଫୁଟେଜରୁ ସାମନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନରେ ଅଗ୍ନିକାଣ୍ଡର କାରଣ । ଏକ୍ସଟେନସନ ଏରିଆରେ ବିଲଡିଂ କାରଣରୁ ନିଆଁ ଲାଗିଥିବା ସୂଚନା । ପରିସରରେ ଥିବା ଫାୟାର ଏକ୍ସଟିଙ୍ଗୁଇସର ବ୍ୟବହାର କରାଯାଇଥିଲେ ବି ନିଆଁ ଏତେ ଜୋରରେ ଲାଗିଥିଲା ଯେ ତାହା କାମ ଦେଇନଥିଲା । ଯଦି ଫାୟାର ଫାଇଟିଂ ସିଷ୍ଟମ ଥାଆନ୍ତା, ତେବେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିଥାଆନ୍ତା ବୋଲି କୁହାଯାଉଛି।
ସୂଚନାଯୋଗ୍ୟଯେ, ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ଥିବା ସୂଚନା ମିଳିଛି। ସେପଟେ ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି।
ଅଧିକ ପଢ଼ନ୍ତୁ: ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୭ନବଜାତ ଜୀବନ୍ତ ଦଗ୍ଧ
CCTV visuals of the #fireaccident in the TRP game zone in #Rajkot.
The fire initially broke out on the ground floor and then spread across the entire gaming zone. #Gujaratpic.twitter.com/iASk05mPwb
— Vibes of India (@vibesofindia_) May 26, 2024
ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି । ସୂଚନା ମୁତାବକ, କିଛିଦିନ ତଳେ ସେହି ଗେମିଂ ଜୋନ୍ରେ ନିଆଁ ଲାଗିଥିଲା ।
ଯେଉଁଥିପାଇଁ ଗେମିଂ ଜୋନ୍କୁ ବନ୍ଦ ରଖାଯାଇଥିଲା । ଗତକାଲି ଖୋଲିଥିଲା । ସେଥିପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା । ଅପରାହ୍ନ ପ୍ରାୟ ୫ଟା ବେଳେ ଗେମିଂ ଜୋନରେ ନିଆଁ ଲାଗି ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡ଼ିଥିଲେ ।
ଅଧିକ ପଢ଼ନ୍ତୁ: ଘୁରି ଘୁରି ତଳେ ପଡ଼ିଲା ହେଲିକପ୍ଟର; ଭୟରେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଭିଡ଼ିଓ...
ସେହିପରି ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୭ ନବଜାତ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବା ଯୋଗୁଁ ୭ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ଅଗ୍ନିଶମ ବିଭାଗର ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ଏଥିସହିତ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ରାତି ପ୍ରାୟ ୧୧.୩୨ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁଚାହୁଁ ପୁରା ବିଲଡିଂ ହୁତ୍ ହୁତ୍ ହେଇ ଜଳିବାରେ ଲାଗିଥିଲା । ପରେ ତୁରନ୍ତ ୧୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା । ଅଧିକାରୀ କହିଛନ୍ତି ଯେ ୧୨ ନବଜାତ ଶିଶୁଙ୍କୁ କୋଠା ଭିତରୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ଏହି ଘଟଣାର ତଦନ୍ତ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)