Advertisment

'ରେମାଲ୍‌' ତାଣ୍ଡବ; ବାଂଲାଦେଶରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୧୫ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ

୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

author-image
Sonali Ojha
ଅଦ୍ୟତନ ହୋଇଛି
Cyclone Remal: Death toll rises to 10

cyclone Remal

‘ରେମାଲ’ ପଛରେ ଛାଡ଼ି ଯାଇଛି ଅନେକ ଚିହ୍ନ । କୋଲକାତା ସମେତ ପୂରା ପଶ୍ଚିମବଙ୍ଗରେ ଅନେକ କ୍ଷୟକ୍ଷତି ଘଟାଇଛି । କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି, କେଉଁଠି ନଦୀ ବନ୍ଧ ଭୁଶୁଡ଼ି ଯାଇଛି । ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, ହାୱଡା, ହୁଗୁଳି ଜିଲ୍ଲା ସମେତ ବାଂଲାଦେଶରେ ତାଣ୍ଡବ ରଚିଛି ରେମାଲ ।

Advertisment

ବାତ୍ୟା ରେମାଲ୍ ପ୍ରଭାବରେ ବାଂଲାଦେଶରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏ ନେଇ ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ରେମାଲ ପ୍ରଭାବରେ ବାଂଲାଦେଶରେ ୧୫ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି। ଏଥି ମଧ୍ୟରୁ ୩୫ ହଜାରରୁ ଅଧିକ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର; ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ ଗତକାଲି ଲ୍ୟାଣ୍ଡଫଲ୍ କରିବା ପରେ ଏହି କ୍ଷୟକ୍ଷତି ଘଟାଇଛି। ଲ୍ୟାଣ୍ଡଫଲ୍ ପରେ ବାତ୍ୟା ଏକ ଅବପାତରେ ପରିଣତ ହୋଇସାରିଛି। ବାତ୍ୟାରେ ବାସସ୍ଥାନ ହରାଇଥିବା ଲୋକଙ୍କ ଲାଗି ବିଭିନ୍ନ ସ୍ଥାନରେ ୯ ହଜାରରୁ ଅଧିକ ଆଶ୍ରୟ ସ୍ଥଳ ଖୋଲାଯାଇଛି। ବିଭିନ୍ନ ଆଶ୍ରୟ ସ୍ଥଳରେ ପ୍ରାୟ ୮ ଲକ୍ଷ ଲୋକେ ଆଶ୍ରୟ ନେଇଛନ୍ତି।

Advertisment

୧୪ ଶହରୁ ଅଧିକ ଡାକ୍ତରୀ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହିପରି ପଶ୍ଚିମବଙ୍ଗରେ ରେମାଲ ପ୍ରଭାବରେ ୨୯ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।

ରବିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଭୀଷଣ ବାତ୍ୟା ରୂପରେ ଆରମ୍ଭ ହୋଇଥିଲା ରେମାଲର ଲ୍ୟାଣ୍ଡପଲ ପ୍ରକ୍ରିୟା । ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି । ତେବେ କିଛି କିଛି ସମୟରେ ପବନର ବେଗ ଥିଲା ଘଣ୍ଟା ପ୍ରତି ୧୩୫ କିମି ।ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ସାଗର ଆଇଲ୍ୟାଣ୍ଡ ଏବଂ ଖେପୁପାରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଥିଲା ।ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । 

ଅଧିକ ପଢ଼ନ୍ତୁ: VIDEO: ମାଡ଼ି ଆସିଲା ଟର୍ଣ୍ଣାଡ଼ୋ..ଉପୁଡ଼ିଲା ଗଛ, ଉଡ଼ିଲା ଛାତ; ଚାଲିଗଲା ୧୫ଜୀବନ

Cyclones
Advertisment
Advertisment