/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716638736.jpg)
Pune Porsche Crash
ଡ୍ରାଇଭର ମୁଣ୍ତରେ ଢ଼ାଳୁଥିଲେ ଦୋଷ । ପୁଣେ ସ୍ପୋର୍ଟ୍ସ କାର୍ ଦୁର୍ଘଣାରେ ସାମ୍ନାକୁ ଆସିଲା ସାଙ୍ଘାତିକ୍ ସତ୍ୟ । ନାତି ମୁଣ୍ତରୁ ହତ୍ୟାର ଦୋଷ କାଢ଼ିବା ପାଇଁ ଡ୍ରାଇଭରକୁ ବଳି ପକାଉଥିଲେ । ସୂଚନାଯୋଗ୍ୟ ଗତ କିଛିଦିନ ତଳେ ପୁଣେରେ ହୋଇଥିବା କାର୍ ଦୁର୍ଘଟଣା ପୂରା ଦେଶକୁ ହଲାଇ ରଖି ଦେଇଛି । ଉକ୍ତ ଦୁର୍ଘଟଣାରେ, ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଥିଲା । ଗାଡ଼ି ଚଳାଉଥିବା ଚାଳକ ନାବାଳକ ହେବା ସହ ମଦ୍ୟପାନ ମଧ୍ୟ କରିଥିଲା ।
କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଥିଲା ଜାମିନ୍ । ୨୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଆସୁଥିବା ସ୍ପୋର୍ଟ୍ସ କାରରେ ପିଟିହୋଇ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ମାତ୍ର, ୧୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ନାବାଳକକୁ ଜାମିନ୍ ଦେଇଦେଲେ କୋର୍ଟ । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।
ବର୍ତ୍ତମାନ ଏହାକୁ ନେଇ ନୂଆ ତଥ୍ୟ ଆସିଛି ଯେ, ନିଜ ନାତିକୁ ବଞ୍ଚାଇବା ପାଇଁ ଜେଜେବାପା ଡ୍ରାଇଭରକୁ ହତ୍ୟାର ଆରୋପ ନିଜ ମୁଣ୍ତରେ ନେବାକୁ ପ୍ରବର୍ତ୍ତାଇ ଥିଲେ । ବାହାରେ ଏ ଘଟଣା ପ୍ରକାଶ ନକରିବାକୁ ଧମକ ମଧ୍ୟ ଦେଇଥିଲେ । ପୋଲିସକୁ ଦେଇଥିବା ବିବୃତ୍ତିରେ ଡ୍ରାଇଭର ଜଣକ କହିଛନ୍ତି ଯେ, ଘଟଣାର କିଛି ସମୟ ପରେ ସେ ନାବାଳକର ଜେଜେବାପାଙ୍କଠାରୁ କଲ୍ ପାଇଥିଲେ । ପ୍ରଥମେ ପାଟିତୁଣ୍ଡ କରିଥିଲେ । ତା’ପରେ ସେ ବାଧ୍ୟ କରି ସେମାନଙ୍କ ବଙ୍ଗଳାକୁ ନେଇ ଯାଇଥିଲେ ।
ଏହା ସହ ନାବାଳକର ବାପା ଏବଂ ଜେଜେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି । ପରେ ସେମାନେ ଡ୍ରାଇଭରକୁ ନିଜ ମୁଣ୍ତ ଉପରେ ହତ୍ୟାର ଆରୋପ ନେବାକୁ କହିଥିଲେ । ଆଉ ଏହି ଘଟଣା ବାହାରେ ପ୍ରକାଶ ନକରିବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ନାବାଳକର ଜେଜେବାପାଙ୍କୁ ମଧ୍ୟ ଗିରଫ କରି ନିଆଯାଇଛି ।
ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଦୁର୍ଘଟଣା ଘଟିଥିବା ବେଳେ ସେ ଦିଲ୍ଲୀରେ ଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି । ପୁଣେ ପୋଲିସ କମିଶନର ଅମିତେଶ କୁମାରଙ୍କ ସୂଚନା ଅନୁଯାୟୀ. ଏହି ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଥିଲା ପୁରସ୍କାର ଆକାରରେ ଟଙ୍କା ମଧ୍ୟ ମିଳିଥାଆନ୍ତା । ଅତ୍ୟଧିକ ମଦ୍ୟପାନ କରିବା ପରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିବା ନାବାଳକକୁ ଜୁନ ୫ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ ଗୃହକୁ ପଠାଇ ଦିଆଯାଇଛି ।
ଏହି ଘଟଣାରେ ନାବାଳକର ବାପାଙ୍କୁ ମଧ୍ୟ ଗିରଫ କରାଯାଇଛି । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟର - ଅଶ୍ୱିନୀ କୋଷ୍ଟା ଏବଂ ଅନିଶ ଅୱଧିଆଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇବାର ମାତ୍ର ୧୫ ଘଣ୍ଟା ମଧ୍ୟରେ ନାବାଳକକୁ ଜାମିନ ପ୍ରଦାନ କରଇଥିଲେ କୋର୍ଟ । ଏହାକୁ ନେଇ ଦେଶରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଥିଲା ।
ତେବେ ଅନୁସନ୍ଧାନ ଚାଲିଥିବା ବେଳେ ବର୍ତ୍ତମାନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ୨୦୦୯ ମସିହାରେ ଶିବସେନା କର୍ପୋରେଟରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନାବାଳକଙ୍କ ଜେଜେବାପା ଅଭିଯୁକ୍ତ ଥିବା ଜଣା ପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)