/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716825765.jpg)
Prajwal Revanna
ଆସନ୍ତା ୩୧ରେ ଏସଆଇଟି ନିକଟରେ ହାଜର ହେବେ କର୍ଣ୍ଣାଟକର ଜେଡିଏସ ସାଂସଦ ପ୍ରଜ୍ଜ୍ୱଲ ରେବନ୍ନା। ଏକ ଭିଡିଓ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ପ୍ରଜ୍ଜୱଲ। ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏପ୍ରିଲ ୨୬ ତାରିଖରେ ନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କ ନାଁରେ କୌଣସି ଅଭିଯୋଗ ନଥିଲା। ହେଲେ ହଠାତ ଷଡଯନ୍ତ୍ର ଯୋଗୁଁ ତାଙ୍କ ବିରୋଧରେ ନାନା ଅଭିଯୋଗ ହୋଇଥିଲା।
ତାଙ୍କର ବିଦେଶ ଗସ୍ତ ଅନେକ ଦିନରୁ ଧାର୍ଯ୍ୟ ହୋଇଥିଲା। ରାଜନୈତିକ ବୟାନବାଜି ଯୋଗୁଁ ଡିପ୍ରେସନରେ ଚାଲିଯାଇଥିଲେ ବୋଲି କହିଛନ୍ତି ପ୍ରଜ୍ଜଲ ରେବନ୍ନା। ଏଥିସହ ସେ ତାଙ୍କ ବାପା ମାଆଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି। ପ୍ରଜ୍ଜଲ ରେବନ୍ନାଙ୍କ ବିରୋଧରେ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ପରେ ସେ ଜର୍ମାନୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଥିଲା।
ପ୍ରଜ୍ଜ୍ୱଳ କହିଛନ୍ତି, “ମୁଁ ମୋ ବାପା ମା’ଙ୍କୁ କ୍ଷମା ମାଗୁଛି। ମୁଁ ଡିପ୍ରେସନରେ ଥିଲି। ମୁଁ ଫେରିବି ଓ ପୂରା ଅଭିଯୋଗର ତଦନ୍ତ କରୁଥିବା ଏସ୍ଆଇଟି ନିକଟରେ ହାଜର ହେବି। ଶୁକ୍ରବାର ଅର୍ଥାତ ମେ’ ୩୧ରେ ମୁଁ ତଦନ୍ତର ସାମ୍ନା କରିବି।”
ପ୍ରଜ୍ଜ୍ୱଳ ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସର ପ୍ରତିଷ୍ଠାତା ଏଚ ଡି ଦେବଗୌଡ଼ାଙ୍କ ନାତି। ୨୦୧୯ରେ ପ୍ରଜ୍ଜ୍ୱଳ କର୍ଣ୍ଣାଟକାର ହାସନ ସିଟରୁ ଜିତିଥିଲେ। ଏଥିର ଜେଡିଏସ ଓ ବିଜେପି କର୍ଣ୍ଣାଟକାରେ ମେଣ୍ଟ କରିଛନ୍ତି। ପ୍ରଜ୍ଜ୍ୱଳ ମଧ୍ୟ ହାସନ ସିଟରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିଥିଲେ।
ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି। ସେ ପ୍ରାୟ ୩ ହଜାର ମହିଳାଙ୍କ ସେକ୍ସ ଭିଡିଓ ରଖି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ। ତାଙ୍କ ପେନଡ୍ରାଇଭରୁ ଏସବୁ ଭିଡିଓ ମିଳିବା ପରେ ସେ ଜର୍ମାନୀ ଫେରାର୍ ହୋଇ ଯାଇଛନ୍ତି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ବାରମ୍ବାର ନୋଟିସ୍ ପଠା ଯାଉଥିଲେ ମଧ୍ୟ ସେ ଫେରୁନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)