Advertisment

ଦିଦିଙ୍କ ରିଲ୍ସ ନିଶା; ବିନା ଖାତା ଦେଖାରେ ଦେଉଛନ୍ତି ଫୁଲ୍‌ ମାର୍କ..ଦେଖନ୍ତୁ ଭିଡିଓ..

ପିଲାଙ୍କ ଭବିଷ୍ୟତ ସହ ଖେଳିଲେ ଶିକ୍ଷୟିତ୍ରୀ। ରିଲ୍ସ କରିବା ସହ ଦେଖୁଥିଲେ ପରୀକ୍ଷା ଖାତା। ଉତ୍ତର ନ ପଢ଼ି ଦେଉଥିଲେ ମାର୍କ।

author-image
Manoranjan Behera
ଅଦ୍ୟତନ ହୋଇଛି
Teacher Makes Insta Reels During PPU Exam Answer Sheets Evaluation

Evaluation Of Answer Sheets

ଦିଦିଙ୍କୁ ଘାରିଛି ରିଲ୍ସ ନିଶା। ପିଲାଙ୍କ ଖାତା ଦେଖା ବେଳେ କରୁଥିଲେ ରିଲ୍ସ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବଢ଼ିଛି ଚର୍ଚ୍ଚା। ସେଥିପାଇଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ବିନା ଉତ୍ତର ଦେଖି ପରୀକ୍ଷା ଖାତାରେ ମାର୍କ ଦେଉଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ପିଲାଙ୍କ ଭବିଷ୍ୟତ ସହ ଖେଳିଲେ ଶିକ୍ଷୟିତ୍ରୀ। ରିଲ୍ସ କରିବା ସହ ଦେଖୁଥିଲେ ପରୀକ୍ଷା ଖାତା। ଉତ୍ତର ନ ପଢ଼ି ଦେଉଥିଲେ ମାର୍କ। ବିହାରର PPU ପରୀକ୍ଷା ଖାତା ଦେଖାର ଏକ ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଶିକ୍ଷୟିତ୍ରୀ ପିଲାଙ୍କ ପରୀକ୍ଷା ଖାତା ଦେଖୁଥିବା ବେଳେ ରିଲ୍ସ କରୁଥିବାର ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ଭିଡିଓ କଲ୍‌ରେ ମନ୍ତ୍ରୀ କରୁଥିଲେ ଅଶ୍ଲୀଳ କାମ, ମହିଳା କମିଶନ ଅଧ୍ୟକ୍ଷ କହିଲେ ମିଳୁ ଉଚିତ୍ ଦଣ୍ତ

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶିକ୍ଷୟିତ୍ରୀ ଜଣକ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ବସି ଏକ ରୁମ୍‌ରେ ଖାତା ଦେଖୁଛନ୍ତି। ଏହି ସମୟରେ ପରୀକ୍ଷା ଖାତାକୁ ବିନା ଯାଞ୍ଚ କରି ମନ ଇଚ୍ଛା ମାର୍କ ଦେଉଛନ୍ତି। ତେବେ ଭିଡିଓଟି କେବେ ଓ କେଉଁଠି କଏଦ ହୋଇଛି, ତାହା ଜଣାପଡ଼ିନାହିଁ। ତେବେ ଏକ୍ସରେ ଏହି ଭିଡିଓକୁ ସେୟାର କରାଯାଇଛି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପରୀକ୍ଷା ଖାତା ଦେଖୁଥିବା ଶିକ୍ଷୟିତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି। ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

ଅଧିକ ପଢ଼ନ୍ତୁ: ନାତିକୁ ବଞ୍ଚାଇବା ପାଇଁ ଡ୍ରାଇଭର୍ ମୁଣ୍ତରେ ଦୋଷ ଢାଳୁଥିଲେ ଜେଜେବାପା, ଗିରଫ!

ଭାଇରାଲ ଭିଡିଓକୁ ଲୋକେ ନିନ୍ଦା କରିବା ସହ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି। ପରୀକ୍ଷା ଖାତା ପରିଚାଳନା ଉପରେ ଏବେ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷୟିତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ନିହାତି ଭାବେ ନିନ୍ଦନୀୟ। ପିଲାଙ୍କ ପରିଶ୍ରମକୁ ସେ ବୃଥା କରୁଥିବା ଦେଖିବାକୁ ମିଳିଛି।

Viral Video
Advertisment
Advertisment