• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ଡାକ୍ତରଙ୍କ ଚଞ୍ଚକତା ନେଇ ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଅଭିଯୁକ୍ତ ନାବାଳର ରକ୍ତ ନମୂନା ପରୀକ୍ଷା ବେଳେ ବଡ଼ ଧରଣର ଚଞ୍ଚକତା କରାଯାଇଥିବା ଅଭିଯୋଗରେ ଦୁଇ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି । ଘଟଣା ଦିନ ଯେଉଁ ନାବାଳକ ଗାଡ଼ି ଚଳାଉଥିଲା ତାର ରକ୍ତ ନମୁନା ପରୀକ୍ଷଣରେ ହେରଫେର କରିଥିଲେ ଡାକ୍ତର ।

କାର ଦୁର୍ଘଟଣା ପରେ ପୋଲିସ ନାବାଳକର ରକ୍ତ ପରୀକ୍ଷା ଲାଗି ସସୁନ ହସ୍ପିଟାଲକୁ ନମୂନା ପଠାଇଥିଲା । ତେବେ ନାବାଳକର ଯେଉଁ ରକ୍ତ ପରୀକ୍ଷା ଲାଗି ପଠାଯାଇଥିଲା ତାକୁ ଡାକ୍ତର ଅଜୟ ତାୱଡେ ଡଷ୍ଟବିନରେ ପକାଇବା ସହ ଅନ୍ୟଜଣଙ୍କ ରକ୍ତର ନମୂନା ଆଣି ନାବାଳକଙ୍କ ନାଁରେ ପରୀକ୍ଷା କରାଇଥିଲେ।

ଅଧିକ ପଢ଼ନ୍ତୁ: ଗେମିଂ ଜୋନ୍ ଫାୟାର୍; ୱେଲ୍ଡିଂରୁ ଲାଗିଲା ନିଆଁ, ଘଟିଗଲା ଏତେ ବଡ଼ ଅଘଟଣ

ପରବର୍ତ୍ତୀ ସମୟରେ ପୋଲିସକୁ ସନ୍ଦେହ ହେବାରୁ ନାବାଳକର ରକ୍ତକୁ ଆଉଥରେ ପରୀକ୍ଷା ଲାଗି ପଠାଯାଇଥିଲା । ଫରେନସିକ ରିପୋର୍ଟ ଆସିବା ପରେ ତାହା ନାବାଳକର ବାପାଙ୍କ DNA ସହ ମ୍ୟାଚ କରିଥିଲା । ତେବେ କାର୍ଯ୍ୟରେ ଅବହେଳା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୁନେପୋଲିସ ଡାକ୍ତର ଅଜୟ ତାୱଡେ ଏବେ ଅନ୍ୟ ଜଣେ ଡାକ୍ତରଙ୍କୁ ଗିରଫ କରିଛି ।

ତେଣୁ ଅଭିଯୁକ୍ତ ନାବାଳକଙ୍କୁ ନିର୍ଦ୍ଦୋଶ ଦର୍ଶାଇବାକୁ ସବୁ ସ୍ତରରେ ଉଦ୍ୟମ କରାଯାଇଥିବା କଥା ଏବେ ସାମ୍ନାକୁ ଆସିଛି । ଗତ ୨୫ ତାରିଖରେ ଆଉ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଡ୍ରାଇଭର ମୁଣ୍ତରେ ଢ଼ାଳୁଥିଲେ ଦୋଷ । ନାତି ମୁଣ୍ତରୁ ହତ୍ୟାର ଦୋଷ କାଢ଼ିବା ପାଇଁ ଡ୍ରାଇଭରକୁ ବଳି ପକାଉଥିଲେ । ସୂଚନାଯୋଗ୍ୟ ଗତ କିଛିଦିନ ତଳେ ପୁଣେରେ ହୋଇଥିବା କାର୍ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି ।

ଉକ୍ତ ଦୁର୍ଘଟଣାରେ, ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଥିଲା । ଗାଡ଼ି ଚଳାଉଥିବା ଚାଳକ ନାବାଳକ ହେବା ସହ ମଦ୍ୟପାନ ମଧ୍ୟ କରିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଥିଲା ଜାମିନ୍ । ୨୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଆସୁଥିବା ସ୍ପୋର୍ଟ୍ସ କାରରେ ପିଟିହୋଇ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ମାତ୍ର, ୧୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ନାବାଳକକୁ ଜାମିନ୍ ଦେଇଦେଲେ କୋର୍ଟ । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।

ବର୍ତ୍ତମାନ ଏହାକୁ ନେଇ ନୂଆ ତଥ୍ୟ ଆସିଛି ଯେ, ନିଜ ନାତିକୁ ବଞ୍ଚାଇବା ପାଇଁ ଜେଜେବାପା ଡ୍ରାଇଭରକୁ ହତ୍ୟାର ଆରୋପ ନିଜ ମୁଣ୍ତରେ ନେବାକୁ ପ୍ରବର୍ତ୍ତାଇ ଥିଲେ । ବାହାରେ ଏ ଘଟଣା ପ୍ରକାଶ ନକରିବାକୁ ଧମକ ମଧ୍ୟ ଦେଇଥିଲେ । ପୋଲିସକୁ ଦେଇଥିବା ବିବୃତ୍ତିରେ ଡ୍ରାଇଭର ଜଣକ କହିଛନ୍ତି ଯେ, ଘଟଣାର କିଛି ସମୟ ପରେ ସେ ନାବାଳକର ଜେଜେବାପାଙ୍କଠାରୁ କଲ୍ ପାଇଥିଲେ । ପ୍ରଥମେ ପାଟିତୁଣ୍ଡ କରିଥିଲେ । ତା’ପରେ ସେ ବାଧ୍ୟ କରି ସେମାନଙ୍କ ବଙ୍ଗଳାକୁ ନେଇ ଯାଇଥିଲେ ।

ଅଧିକ ପଢ଼ନ୍ତୁ: ଟ୍ରକକୁ ଧକ୍କା ଦେଲା ପୋଲିଂ ପାର୍ଟି ବସ୍‌; ୫ଆହତ ଡାକ୍ତରଖାନାରେ ଭର୍ତ୍ତି

ଏହା ସହ ନାବାଳକର ବାପା ଏବଂ ଜେଜେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି । ପରେ ସେମାନେ ଡ୍ରାଇଭରକୁ ନିଜ ମୁଣ୍ତ ଉପରେ ହତ୍ୟାର ଆରୋପ ନେବାକୁ କହିଥିଲେ । ଆଉ ଏହି ଘଟଣା ବାହାରେ ପ୍ରକାଶ ନକରିବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ନାବାଳକର ଜେଜେବାପାଙ୍କୁ ମଧ୍ୟ ଗିରଫ କରି ନିଆଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଦୁର୍ଘଟଣା ଘଟିଥିବା ବେଳେ ସେ ଦିଲ୍ଲୀରେ ଥିଲେ ବୋଲି ତାଙ୍କ ଓକିଲ କହିଛନ୍ତି ।

ପୁଣେ ପୋଲିସ କମିଶନର ଅମିତେଶ କୁମାରଙ୍କ ସୂଚନା ଅନୁଯାୟୀ. ଏହି ଦୁର୍ଘଟଣା ପାଇଁ ନିଜକୁ ଦାୟୀ କରିଥିଲେ ପୁରସ୍କାର ଆକାରରେ ଟଙ୍କା ମଧ୍ୟ ମିଳିଥାଆନ୍ତା । ଅତ୍ୟଧିକ ମଦ୍ୟପାନ କରିବା ପରେ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିବା ନାବାଳକକୁ ଜୁନ ୫ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ ଗୃହକୁ ପଠାଇ ଦିଆଯାଇଛି ।

ଏହି ଘଟଣାରେ ନାବାଳକର ବାପାଙ୍କୁ ମଧ୍ୟ ଗିରଫ କରାଯାଇଛି । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟର - ଅଶ୍ୱିନୀ କୋଷ୍ଟା ଏବଂ ଅନିଶ ଅୱଧିଆଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇବାର ମାତ୍ର ୧୫ ଘଣ୍ଟା ମଧ୍ୟରେ ନାବାଳକକୁ ଜାମିନ ପ୍ରଦାନ କରିଥିଲେ କୋର୍ଟ । ଏହାକୁ ନେଇ ଦେଶରେ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଥିଲା ।

ତେବେ ଅନୁସନ୍ଧାନ ଚାଲିଥିବା ବେଳେ ବର୍ତ୍ତମାନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ୨୦୦୯ ମସିହାରେ ଶିବସେନା କର୍ପୋରେଟରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନାବାଳକଙ୍କ ଜେଜେବାପା ଅଭିଯୁକ୍ତ ଥିବା ଜଣା ପଡ଼ିଛି ।

ଅଧିକ ପଢ଼ନ୍ତୁ: ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ, ୭ନବଜାତ ଜୀବନ୍ତ ଦଗ୍ଧ

Rephrase with Ginger (Ctrl+Alt+E)

OTV is now on Whatsapp

Join and get latest news update delivered to you via whatsapp

Join Now