ଦରମା ମାସକୁ ୫ ହଜାର ଟଙ୍କା, ହେଲେ କୋଟି କୋଟି ସମ୍ପତ୍ତିର ମାଲିକ। ଖାଲି ଏତିକି ନୁହେଁ ରାଜସ୍ଥାନରୁ ପଞ୍ଜାବ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି କାରବାର। ଏକ ସରକାରୀ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ କମ୍ପ୍ୟୁଟର ଅପରେଟର୍ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଏବେ ସାମ୍ନାକୁ ଆସିଛି।
ଶାରଦୀୟ ଦୁର୍ଗାପୂଜା ପାଇଁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପ୍ରସ୍ତୁତି ପବ । ଏଥର ଦୂର୍ଗାପୂଜା ପଣ୍ଡାଲରେ ଲାଗିବ ମମତା ବାନାର୍ଜୀଙ୍କ ୧୦ ହାତ ଥିବା ମୂର୍ତ୍ତି । କୋଲକାତାର ବାଗୁଇହାଟି ଅଞ୍ଚଳରେ ନଜରୁଲ ପାର୍କ ଉନ୍ନୟନ ସମିତି ଦେବୀ ଦୁର୍ଗାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୂର୍ତ୍ତି ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି
ଭାରତର ସର୍ବ ପୁରାତନ ଯାଞ୍ଚ ଏଜେନ୍ସି ସିବିଆଇ ସବୁବେଳେ ରାଜନୈତିକ ଦଳର ଟାର୍ଗେଟରେ ଥାଏ । ବର୍ତ୍ତମାନ ନିତି ପ୍ରତିଦିନ ଯାଞ୍ଚ ଏଜେନ୍ସି ସଂସ୍ଥା ନିରପେକ୍ଷ ନୁହେଁ ବୋଲି ଅଭିଯୋଗ କରୁଛି ବିରୋଧୀ ଦଳ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟ ସିବିଆଇର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଦେଶର ସୁରକ୍ଷାକୁ ଦୃଢ଼ କରିବା ପାଇଁ ସୈନ୍ୟବାହିନୀକୁ ଆଉ ଏକ ଅସ୍ତ୍ର ମିଳିଛି । ଶୁକ୍ରବାର ଦିନ DRDO ଦ୍ୱାରା ନିର୍ମିତ ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ତିନୋଟି ସେବାରେ ସାମିଲ କରାଯାଇଛି । ଏଥିପାଇଁ ସେନା ବାୟୁସେନା ଏବଂ ନୌସେନା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଆଉ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ସେନାରେ ସାମିଲ ହୋଇଯାଇଛି । ଏହା ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା
ଖୁବ ଶୀଘ୍ର ମିଳିବ ଯାନବାହାନ ହର୍ଣ୍ଣର କର୍କଶ ଶବ୍ଦରୁ ମୁକ୍ତି। ବର୍ତ୍ତମାନ ଯାନବାହାନର ହର୍ଣ୍ଣର କର୍କଶ ଶବ୍ଦ ବଦଳରେ ଭାରତୀୟ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ ଶୁଣିବାକୁ ମିଳିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଯାନବାହାନର ହର୍ଣ୍ଣର ଶବ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଶବ୍ଦକୁ ପରିବର୍ତ୍ତନ କରିବା ନେଇ କାର୍ଯ୍ୟ କରୁଛି ବୋଲି କହିଛନ୍ତି।
ଉତ୍କୃଷ୍ଟ ବ୍ରିଟିଶ ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଦଣ୍ଡାମାନ ଦିଲ୍ଲୀର ବିଧାନସୌଧ। ତେବେ ଏହି ସୁରମ୍ୟ ଅଟ୍ଟାଳିକା ତଳେ ଲୁଚି ରହିଛି କି ବ୍ରିଟିଶ ଶାସନ ଅମଳର କଳା କାହାଣୀ? ବିଧାନସଭା ଅଟ୍ଟାଳିକା ତଳୁ ଠାବ ହୋଇଥିବା ଏହି ଗୁପ୍ତ ସୁଡଙ୍ଗ
ପାରାଲମ୍ପିକ୍ ପ୍ରଥମରୁ ଛାଇ ଯାଇଛନ୍ତି ଅବନୀ ଲଖେରା। ସେ ପୂର୍ବରୁ ଗୋଲ୍ଡ ଜିତିଥିବା ବେଳେ ଏବେ ବ୍ରୋଞ୍ଜ୍ ଜିତି ଇତିହାସ୍ ରଚିଛନ୍ତି। ସେ ଏହି ପଦକ ଜିତି ଭାରତର ପ୍ରଥମ ମହିଳା ପାରାଲମ୍ପିକ୍ ବିଜେତା ହୋଇଯାଇଛନ୍ତି। ତେବେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ଯେ କେହି ବି ଦୁଃଖି ହୋଇପାରେ। ଏକ ସଡକ ଦୁର୍ଘଟଣାରେ ସେ ବେହୋସ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଥିଲେ ମଧ୍ୟ ସେ କେବେବି ଜୀବନରେ ସାହସ ହାରି ନ ଥିଲେ।
ଭାରତ ଓ ପାକିସ୍ତାନ ସହ ଉତ୍ତମ ସଂପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି। କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ଆଜି ବିବାଦୀୟ ବୟାନ ରଖିଛନ୍ତି।
ପିଲାଙ୍କୁ ଦିନକୁ ଦିନ କୁ ଶିକ୍ଷା ଦେବାରେ ଲାଗିଛି ମୋବାଇଲ୍ ଫୋନ। ଅବଶ୍ୟ ସବୁ ପିଲା ଯେ, କେବଳ ମୋବାଇଲରୁ କୁ ଶିକ୍ଷା ପାଉଛନ୍ତି ତାହା ନୁହେଁ। କିନ୍ତୁ ଅଧିକାଂଶ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଥିବାରୁ ଏବେ ଚିନ୍ତା ବଢିଛି। ମୋବାଇଲ୍ ଆମ ଜୀବନର ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି, କିନ୍ତୁ ସମାନ ମୋବାଇଲ୍ ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ନଷ୍ଟ ହୋଇଯାଉଛି
ଏଣିକି ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ୱକାଳୀନ ଛୁଟି। ପୂର୍ବରୁ ୬ ମାସ ମିଳୁଥିବା ବେଳେ ଏବେଠୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ୍ରେ କାମ କରିବେ ନାହିଁ ମାଆ ହୋଇଥିବା ମହିଳା। ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇସାରିଛି। ଯାହାକୁ ନେଇ ଏବେ ଖୁସି ବ୍ୟକ୍ତ କରିଛନ୍ତି ମାଆ ମାନେ
ବନ୍ୟା ବିପତ୍ତି ସମୟରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବାରୁ ରୋଗୀ ତଥା ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଡାକ୍ତରଖାନାରେ ଷ୍ଟ୍ରେଚର କିମ୍ବା ଅନ୍ୟାନ୍ୟ ସୁବିଧା ନଥିବା କାରଣରୁ ମମତା ନିଜ ଜୀବନକୁ ପାଣି ଛଡାଇ ୨୦୦ ମିଟର୍ ପାଣିରେ ବୁଡି ଡାକ୍ତରଖାନା ଆସିଥିଲେ।
ନିଜର ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି ଓଡ଼ିଶା ଓ ଛତିଶଗଡ଼ର ପ୍ରଭାରୀ ଦାୟିତ୍ୱରେ ଥିବା ଡ଼ି.ପୁରନ୍ଦେଶ୍ୱରୀ। ଛତିଶଗଡ଼ ଗସ୍ତରେ ଥିବା ବିଜେପି ନେତ୍ରୀ ସ୍ଥାନୀୟ ସରକାର ଅର୍ଥାତ୍ କଂଗ୍ରେସର ବାଘେଲ ସରକାରଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ପୂରା ରାୟପୁରରେ ତେଜିଛି ରାଜନୀତି
ଗତକାଲି ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ଶେଷ ଥର ପାଇଁ ୬୩ ଦିନ ପୂର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା।ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସୁସ୍ଥତା ହାର ୯୭.୪୫ ପ୍ରତିଶତ ରହିଛି। ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
:ଦିଲ୍ଲୀ ବିଧାନସଭାରେ ନିକଟରେ ଠାବ ହୋଇଛି ଐତିହାସିକ ସୁଡଙ୍ଗ। ଗୁରୁବାର ଦିନ ଏହି ସୁଡଙ୍ଗର ମୁହଁର ସନ୍ଧାନ ମିଳିଛି। ଏହି ସୁଡଙ୍ଗ ଦିଲ୍ଲୀ ବିଧାନସଭାକୁ ରେଡ ଫର୍ଟ ସହିତ ସଂଯୋଗ କରୁଛି।
ବିଧାୟକଙ୍କ ପୋଷାକକୁ ନେଇ ଏବେ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା। ଟ୍ରେନ ଯାତ୍ରାବେଳେ ଜଣେ ବିଧାୟକ ଏମିତି ପୋଷାକ ପିନ୍ଧିଥିଲେ ଯାହାକୁ ଦେଖି ଯାତ୍ରୀ ତାଙ୍କୁ ଘେରି ଯାଇଥିଲେ। ହେଲେ ବିଧାକୟଙ୍କ ରୋବାବ ଦେଖି ଗଣ୍ଡଗୋଳ ବଢିଥିଲା।
ପୂର୍ବରୁ ୟୁକେ, ୟୁରୋପ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିଲା। ଏବେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଚୀନ୍, ମରିଶଶ, ନ୍ୟୁଜିଲାଣ୍ଡ ଏବଂ ଜିମ୍ବାେଓ୍ବରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ଲାଗୁ ପାଇଁ ସମସ୍ତ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ଦେଖିବାକୁ ଅବିକଳ ଚିତାବାଘ ଭଳି । ହେଲେ ସେ ବାଘ ନୁହେଁ, ବିଲେଇ । ଖାଲି ବିଲେଇ ନୁହେଁ ତାକୁ ଶିକାରୀ ବିଲେଇ କୁହାଯାଏ । ନଦୀରେ ପାଣି ଭିତରେ ପଶି ଶିକାର କରୁଥିବାବେଳେ କ୍ୟାମେରାରେ କଏଦ ହେଲା ଏହି ଶିକାରୀ ବିଲେଇର ଦୃଶ୍ୟ ।
ନୂଆଦିଲ୍ଲୀରେ ଗତବର୍ଷ ହୋଇଥିବା ତବଲିଗି ଜମାତ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ସଂପର୍କିତ ଏକ ମାମଲାର ଶୁଣାଣି ବେଳେ ୱେବ୍ ପୋର୍ଟାଲରେ ସମ୍ବାଦ ପରିବେଷଣ ଶୈଳୀକୁ ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ ।
କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି। ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ସମସ୍ତଙ୍କୁ ଘାରିଛି ମୃତ୍ୟୁର ଭୟ। ଆଉ ଏହାରି ମଧ୍ୟରେ ଘରର କବାଟ ଠକ୍ଠକ୍ କଲାଣି ମହାମାରୀ। ତେବେ ଏହା ଭିତରେ ପର୍ବପର୍ବାଣୀ ଆସିଗଲାଣି।
ଦେଶର ଅର୍ଥନିତୀକୁ ବିଭ୍ରାନ୍ତ କରିଛି ମୋଦୀ ସରକାର। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ସରକାର ଜିଡିପି ନାମରେ ଏକ ନୂତନ ସଂକଳ୍ପ କରି ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି। ଆଉ ଯାହାର ସିଧାସଳଖ ପ୍ରଭାବ ଲୋକାମାନଙ୍କ ଉପରେ ପଡ଼ିଛି।
ତେବେ ଅଗଷ୍ଟ ୨୧ରେ ଆଉ ବଡ ବର୍ଷା ହେବାର ସମ୍ଭାବନା ନାହିଁ। କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ପୂର୍ବରୁ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଅଗଷ୍ଟ ୨୪ରେ ସୂଚନା ଦେଇଥିଲେ
ଗୁଜାରଟର ଦୁଇ ବନ୍ଧୁ କ୍ରିସ ଗାନ୍ଧୀ ଓ ମିତ୍ ପାଣ୍ଡ୍ୟା । ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ । ଅଗଷ୍ଟ ୨୩ ତାରିଖରେ ଥିଲା କ୍ରିସଙ୍କ ଜନ୍ମଦିନ । ସମସ୍ତ ଆୟୋଜନ ହୋଇସାରିଥିଲେ, ଫେରିଥିଲେ ହୋଇ ଥାଆନ୍ତ ଜନ୍ମଦିନ ପାର୍ଟି । କେକ କଟା ହୋଇଥାଆନ୍ତା, ସାଙ୍ଗ ମେଳରେ ଝୁମିଥାଆନ୍ତେ ଉଭୟ ବନ୍ଧୁ । ହେଲେ ଘରକୁ ଫେରିଲା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ ।
ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ୬୫ ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଏ ନେଇ ତାଙ୍କର ପୁଅ କୁଶନ ମିତ୍ର ଟୁଇଟ କରି ସୂଚନା ଦେଇଛନ୍ତି।
ପାଟନା ସିଟି ବସ୍ ସେବା ପାଇଁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୪ ଘଣ୍ଟା ପାଇଁ ପାଇଁ ବୈଧ ହେବ ଏହି ପାସ୍ । ଜଣେ ଯାତ୍ରୀ ରାତି ୧୨ଟା ସମୟରେ ପାସ୍ କଲେ, ପରଦିନ ରାତି ୧୨ଟା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସକାଳ ୭ ଟାରେ ଅଫିସ୍ ଯିବାବେଳେ କେହି ପାସ୍ ନେଲେ ସନ୍ଧ୍ୟାରେ ଫେରିବା ପରେ ମଧ୍ୟ ସେହି ପାସରେ ଘରକୁ ଫେରିହେବ ।
ଜାମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କର ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ପରଲୋକ ହୋଇଯାଇଛି।ଦୀର୍ଘଦିନ ଅସୁସ୍ଥ ରହିବା ପରେ ବୁଧବାର ରାତି ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।