ଆଉ କେତେ ସଫଳତା ପାଇଲେ ପାରା ଆଥ୍ଲେଟ୍ଙ୍କୁ ଦାବିକୁ ବିଚାରକୁ ନେବେ ରାଜ୍ୟ ସରକାର? ସାଧାରଣ ଆଥ୍ଲେଟ୍ଙ୍କ ଭଳି ସେମାନଙ୍କୁ କେବେ ମିଳିବ ସମାନ ସୁବିଧା ସୁଯୋଗ? ଏଥର ଟୋକିଓ ପାରାଲିମ୍ପିକ୍ସରେ ଭାରତର ଐତିହାସିକ ସଫଳତା ଏବଂ ଓଡ଼ିଆ ଆଥଲେଟ୍ ପ୍ରମୋଦ ଭଗତଙ୍କ ଗୋଲ୍ଡ ମେଡାଲ ହାସଲ ପରେ ଏ ଦାବିକୁ ପୁଣି ଦୋହରାଇଛି ରାଜ୍ୟ ପାରା ପ୍ଲେୟାର୍ସ ଫୋରମ୍
ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି କଂଗ୍ରେସ ନେତା ଶଶୀ ଥରୁର୍। କେତେବେଳେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ସମାଲୋଚନା। ନିଜର ରାଜନୈତିକ ଗୋଟି ଚାଳନା ପାଇଁ ସବୁବେଳେ କିନ୍ତୁ ଗଣମାଧ୍ୟମରେ ଚର୍ଚ୍ଚାରେ ରହନ୍ତି ଶଶୀ। ତେବେ ଏବେ ଶଶୀ ରାଜନୈତିକ ଆଲୋଚନା କି ସମାଲୋଚନା ପାଇଁ ନୁହେଁ ମଧ୍ୟ ନିଜର ଗୀତ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି।
ଲକର ନିୟମରେ ବଡ଼ ଧରଣର ପରିବର୍ତ୍ତନ କଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। RBI ଅଧୀନରେ ଥିବା ବ୍ୟାଙ୍କଗୁଡ଼ିକୁ ତିନି ବର୍ଷର ଭଡା ଏବଂ ଗ୍ରାହକଙ୍କଠାରୁ ଲକରର ଚାର୍ଜ ସହିତ ସମାନ ଟର୍ମ ଜମା ରାଶି ନେବାକୁ ଅନୁମତି ଦିଆଯାଇଛି
ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛିଦିନ ହେବ ସେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଅକ୍ଷୟ କୁମାର ତାଙ୍କ ଅସୁସ୍ଥ ମା’ଙ୍କୁ ଦେଖିବା ନେଇ ସୋମବାର ସକାଳେ ବ୍ରିଟେନରୁ ସୁଟିଂ ଛାଡି ମୁମ୍ବାଇ ଫେରିଆସିଛନ୍ତି।
ହ୍ଵାଟସଆପ ୟୁଜରଙ୍କ ପାଇଁ ଖରାପ ଖବର। ହାତ ଗଣତି କେଇଟା ଦିନ ପରେ ମୋବାଇଲରେ ବନ୍ଦ ହୋଇଯିବ ହ୍ଵାଟସ୍ଆପ୍। ନଭେମ୍ଵର ପହିଲାରୁ ନାମୀଦାମୀ ଏହି ୪୩ଟି ସ୍ମାର୍ଟଫୋନରେ ଆଉ କାମ କରିବନି ହ୍ଵାଟସ୍ଆପ୍। ଏକଥା ଶୁଣିବା ପରେ ଚିନ୍ତାରେ ପଡିଛନ୍ତି ହ୍ଵାଟସଆପ ୟୁଜର୍ସ
ଚାଷୀ ନେଇ ପୁଣି ଆରମ୍ଭ ହୋଇଯାଇଛି ରାଜନୀତି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ତ ଅନ୍ୟପଟେ ରାହୁଲଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖ୍ୟପାତ୍ର ସମ୍ବିତ ପାତ୍ର। କିଛି ଦିନ ପୂର୍ବରୁ ରାହୁଲ ଏକ ଟ୍ୱିଟ୍ କରିଥିଲେ। ଆଉ କହିଥିଲେ କେନ୍ଦ୍ର ସରକାର ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ। ଦେଖିବାକୁ ମିଳୁଛି ଯେ, ଜଣେ ଡାକ୍ତର ପିପିଇ କିଟ୍ ପିନ୍ଧି ଜଣେ ରୋଗୀଙ୍କ ପାଖକୁ ଯାଉଛନ୍ତି। ଆଉ ରୋଗୀ ଜଣକ ଭୂତ ଭୂତ କହି ପାଟି କରୁଛନ୍ତି। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଡାକ୍ତର ଜଣକ ରୋଗୀଙ୍କ ପାଖରେ ପହଞ୍ଚୁଛନ୍ତି।
୧୯୯୬ରେ ପଞ୍ଜାବରେ ରହୁଥିବା ଦୁଇଭାଇ ପ୍ରଦୀପ ସୋନି ଓ ବିଜୟ ସୋନି ବ୍ରିଟିସର ଏକ ବିମାନର ଲ୍ୟାଣ୍ଡିଂ ଗିୟରରେ ଲୁଚି ଭାରତରୁ ଲଣ୍ଡନ ପହଞ୍ଚିଥିଲେ। ଆଉ ଏହା ଜାଣିବା ପରେ ପୂରା ବିଶ୍ୱ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛି। କାରଣ ବିମାନର ଗିୟରରେ ଏମାନେ ଗଲେ କେମିତି? ସୂଚନା ଅନୁସାରେ, ଏହି ଦୁଇ ଭାଇ ଲଣ୍ଡନ ଯିବାକୁ ଚାହୁଁଥିଲେ। କିନ୍ତୁ ଲଣ୍ଡନ ଯିବାକୁ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା।
ସେଣ୍ଟ୍ରାଲ ଦିଲ୍ଲୀର ଲୋହାମଣ୍ଡିରେ ରହୁଥିବ ଦିନ ମଜୁରିଆଙ୍କ ଘରେ ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ‘ଭ୍ୟାକ୍ସିନେସନ ଅନ୍ ହ୍ୱିଲ୍’ ସେବା ଯୋଜନାକୁ ଲଞ୍ଚ କରାଯାଇଛି ।
ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍ ରହିଥିବା ସୂଚନା ମିଳିଛି
ଦ୍ୱାଦଶ ଶତାବ୍ଦୀରେ ପରମାର ରାଜବଂଶର ଗଡପତି ଶିବଙ୍କୁ ପରାସ୍ତ କରି ଏହି ଦୁର୍ଗକୁ କବଜା କରିନେଇଥିଲେ ପୃଥବୀରାଜ ଚୌହାନଙ୍କ ମୁଖ୍ୟ ସାମନ୍ତ ଖେତ ସିଂ ଖଙ୍ଗାର । ଆଉ ଗଡ଼ ଅକ୍ତିଆର କରିବା ପରେ ଖଙ୍ଗାର ରାଜବଂଶର ମୂଳଦୁଆ ପଡ଼ିଥିଲା । ଗରକୁନ୍ଦର ଦୁର୍ଗ ଏକ ହେକ୍ଟରରୁ ଅଧିକ ଜମିରେ ନିର୍ମିତ ହୋଇଛି ।
ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ଏବେ ପୁଣି ନିପା ଭାଇରସ୍ ଭୟ। କେରଳରେ ଏହି ଭାଇରସ୍ ଜଣେ ୧୨ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ଆଉ ୨ ଜଣ ଏହି ଭାଇରସ୍ରେ ସଂକ୍ରମିତ ହୋଇଛନ୍ତି।
ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ନଭେମ୍ବର ୪ ପୂର୍ବରୁ ଯେକୌଣସି ବିଧାନସଭା ଆସନରେ ନିର୍ବାଚନ ଜିତିବାକୁ ପଡ଼ିବ। ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଓ ଅକ୍ଟୋବର ୩ରେ ଗଣତି ହେବ। ସେପଟେ ବିଜେପି, କଂଗ୍ରେସ ସେଠାରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି।
ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାକୁ ୭୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ଛାଡ ପାଇଁ ଆୟକର ବିଭାଗ ଘୋଷଣା ଫର୍ମକୁ ସୂଚିତ କରିଛି। ବରିଷ୍ଠ ନାଗରିକମାନଙ୍କୁ ଏହି ଫର୍ମ ବ୍ୟାଙ୍କଗୁଡିକରେ ଦାଖଲ କରିବାକୁ ପଡିବ।
ଫ୍ଲିପକାର୍ଟ ସ୍ମାର୍ଟଫୋନ୍ କାର୍ନିଭାଲ୍ ବିକ୍ରୟ ଚାଲିଛି ଏବଂ ଏହାର ଶେଷ ଦିନ ସେପ୍ଟେମ୍ବର ୮ ରହିଛି। ବିକ୍ରିରେ ସାମସଙ୍ଗ, ରିୟଲମି, ମୋଟରୋଲା ଫୋନ୍ ଭଲ କାରବାର ପାଇଁ ଅଣାଯାଇପାରିବ ଏବଂ ଏଭଳି ପରିସ୍ଥିତିରେ ଯଦି ଆମେ କିଛି ସର୍ବୋତ୍ତମ ଅଫର ବିଷୟରେ ଜାଣିବା, ତେବେ ଗ୍ରାହକମାନେ ବିକ୍ରୟରେ ରିଅଲ୍ C20 ଶସ୍ତା କିଣି ପାରିବେ। ଫ୍ଲିପ୍କାର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଫୋନ୍କୁ ୭,୯୯୯ ଟଙ୍କା ବଦଳରେ ମାତ୍ର ୭,୪୯୯ ଟଙ୍କାରେ କ୍ରୟ କରାଯାଇପାରିବ। ଆସନ୍ତୁ ଜାଣିବା ଏହି ବଜେଟ୍ ଫୋନର ସମ୍ପୂର୍ଣ୍ଣ ଫିଚର ଶିଷ୍ଟ୍ୟଗୁଡିକ ବିଷୟରେ।
ବର୍ତ୍ତମାନ UPI ମାଧ୍ୟମରେ ପେମେଣ୍ଟ ଦେବାର ଧାରା ମଧ୍ୟ ବହୁତ ବୃଦ୍ଧି ପାଇଛି । ବେଳେବେଳେ ଇଣ୍ଟରନେଟ୍ ସ୍ଲୋ କିମ୍ବା ନେଟ୍ ସଂଯୋଗର ଅଭାବ ହେତୁ UPI ଦେୟ କରାଯାଇପାରେ ନାହିଁ । କିନ୍ତୁ ବିନା ଇଣ୍ଟରନେଟରେ ଆପଣ UPI ପେମେଣ୍ଟ କରିପାରିବେ ।
ଶିକ୍ଷକର କାମ ଯେ କେବଳ ପିଲାଙ୍କୁ ଭଲ ପାଠ ପଢେଇବା ତାହା ନୁହେଁ, ବରଂ ସମାଜରେ ଏକ ନାଗରିକର କର୍ତ୍ତବ୍ୟ କ’ଣ ହୋଇଥାଏ ତାହା ମଧ୍ୟ ଜଣେଇବା। ଠିକ ଏହିଭଳି କାମ କରୁଛନ୍ତି ଅଲ୍ମୋଡାରେ କଣ୍ଟରମ୍ୟାନ ଭାବେ ବେଶ ଜଣାଶୁଣା ଜମୁନା ପ୍ରସାଦ ତିୱାରୀ। ତେବେ ଆସନ୍ତୁ ଜାଣିନେବା ଏହି ଭିନ୍ନ ଶିକ୍ଷକ ଓ ତାଙ୍କ ମହାନତା ବିଷୟରେ।
ସାବଧାନ ଶତ୍ରୁ। ଏବେ ଆଉ କାହାରିକୁ ଡରିବ ନାହିଁ ଭାରତ। ଏଣିକି ଭାରତୀୟ ଜଳସୀମାରେ କାମ ଦେବନାହିଁ ପରମାଣୁ କ୍ଷେପଣାସ୍ତ୍ର। କାରଣ ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଏମିତି ଘାତକ ହତିଆର, ଯାହା ଜରିଆରେ ସମୁଦ୍ରରେ ଚୀନ ଓ ପାକିସ୍ତାନକୁ ଦୃଢ ଜବାବ ଦେଇ ହେବ
ଦେଶରେ ଦୋଳି ଖେଳୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ପ୍ରାଣ ନେଇ ମହାମାରୀ। ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୩,୨୯,୮୮,୬୭୩୭ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୪୦,୫୩୩ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା।
ନକ୍ସଲପ୍ରବଣ ଜିଲ୍ଲା ଭାବେ କୁଖ୍ୟାତ ଛତିଶଡର ବିଜାପୁର ଜିଲ୍ଲା । ଅନେକ ସମୟରେ ନକ୍ସଲ ଆକ୍ରମଣରେ ଯବାନଙ୍କ ମୃତ୍ୟୁ ହେବାପରି ଘଟଣା ଶୁଣିବାକୁ ମିଳେ । ହେଲେ ବର୍ତ୍ତମାନ ସମୟରେ ନକ୍ସଲ ଗଡ କୁହାଯାଉଥିବା ଏହି ଜିଲ୍ଲାର ରୂପରଙ୍ଗ ଧିରେ ଧିରେ ବଦଳିବାକୁ ଲାଗିଲାଣି । ବିଜାପୁର ଜିଲ୍ଲା କଲେକଟର ରିତେଶ ଅଗ୍ରୱାଲ ଏବଂ ଏସ୍ପି କମଲଲୋଚନ କଶ୍ୟପ ମିଳିତ ଭାବେ ବିଭିନ୍ନ ଗାଁକୁ ରାସନ ଯୋଜନା ପହଞ୍ଚାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।
୧୨ ବର୍ଷର ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି । ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ କୋଝିକୋଡ଼ି ଗସ୍ତ କରି ନୀରିକ୍ଷଣ କରୁଛନ୍ତି
ଧାର୍ମିକ ନଗରୀରେ ନିରୀହ ପଶୁ ପ୍ରତି କ୍ରୁରତା । ମଧ୍ୟପ୍ରଦେଶର ଉଜ୍ଜୟନୀରେ ପଶୁଙ୍କ ପ୍ରତି ହିଂସାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ଉପରେ କେହି ଜଣେ ବ୍ୟକ୍ତି ଏସିଡ୍ ପକାଇ ଆକ୍ରମଣ କରିଛି । ଫଳରେ ୫ ଜଣ କୁକୁରଙ୍କ ମୃତ୍ୟୁ ହୋଇଛି । ଉଜ୍ଜୟନୀ ଦେବାସ ରୋଡରେ ଏଭଳି ବର୍ବର କାଣ୍ଡ ଘଟିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ Approval Rating ୭୦ ପ୍ରତିଶତ ଥିବାବେଳେ ବିଶ୍ୱର ଶ୍ରେଷ୍ଠ ୧୩ ନେତାଙ୍କ ମଧ୍ୟରେ ଏହି ମୂଲ୍ୟାୟନ ସର୍ବାଧିକ । ମର୍ଣ୍ଣିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ବିଶ୍ୱସ୍ତରୀୟ ନେତାଙ୍କ ଅପେକ୍ଷା ତୁଳନାତ୍ମକ ଭାବେ ଭଲ କାମ କରୁଛନ୍ତି ।
ଦେଶର ସର୍ବବୃହତ ବ୍ୟାଙ୍କ ଏସ୍ବିଆଇର ଅର୍ଥନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଶ୍ରମ ବଜାର କାର୍ଯ୍ୟକଳାପରେ ଉନ୍ନତି ଆସିବ ଏବଂ ମହାମାରୀ ହ୍ରାସ ପାଉଥିବାରୁ କମ୍ପାନୀଗୁଡିକ ନିଯୁକ୍ତି ଯୋଜନା ସହିତ ଆଗକୁ ବଢୁଛନ୍ତି। ଅର୍ଥନୀତିଜ୍ଞମାନେ ନିୟମିତ ଭାବରେ EPFO ଏବଂ NPS ଦ୍ୱାରା ପ୍ରକାଶିତ ମାସିକ ବେତନ ପଞ୍ଜିକରଣ ତଥ୍ୟକୁ ସୂଚିତ କରିଛନ୍ତି।
ବର୍ତ୍ତମାନ ସମୟରେ କେରଳରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ୩୦ ହଜାର ଉପରେ ରହୁଛି ନୂତନ ସଂକ୍ରମିତଙ୍କ ସଂଖ୍ୟା । ସେପଟେ କେରଳ ପରେ ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମଧ୍ୟ ବଢ଼ୁଛି ସଂକ୍ରମଣ । ମୁମ୍ବାଇ ଓ ତାମିଲନାଡ଼ୁରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଉଛି ।