Advertisment

“୭୦ ବର୍ଷରେ ଦେଶ ଯାହା ପାଇଥିଲା ୭ ବର୍ଷରେ ତାହା ଧ୍ୱଂସ ହୋଇଗଲା”

ଦେଶର ଅର୍ଥନିତୀକୁ ବିଭ୍ରାନ୍ତ କରିଛି ମୋଦୀ ସରକାର। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ସରକାର ଜିଡିପି ନାମରେ ଏକ ନୂତନ ସଂକଳ୍ପ କରି ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି। ଆଉ ଯାହାର ସିଧାସଳଖ ପ୍ରଭାବ ଲୋକାମାନଙ୍କ ଉପରେ ପଡ଼ିଛି।

author-image
Sarbeswar
୯ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା : ପୀଡ଼ିତାଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ

Rahul Gandhi

ନୂଆଦିଲ୍ଲୀ: ଦେଶର ଅର୍ଥନିତୀକୁ ବିଭ୍ରାନ୍ତ କରିଛି ମୋଦୀ ସରକାର। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ସରକାର ଜିଡିପି ନାମରେ ଏକ ନୂତନ ସଂକଳ୍ପ କରି ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ଦର ବୃଦ୍ଧି କରିବାରେ ଲାଗିଛନ୍ତି। ଆଉ ଯାହାର ସିଧାସଳଖ ପ୍ରଭାବ ଲୋକାମାନଙ୍କ ଉପରେ ପଡ଼ିଛି। ତୈଳଦର ଓ ଗ୍ୟାସ ଦରରେ ଯେପରି ଭାବରେ ମୂଲ୍ୟ ବୃଦ୍ଧି ହେଉଛି ତାହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଖାଉଟି। ରୋଜଗାରର କଥା କହି ଲୋକଙ୍କୁ ଲୁଟ୍‌ କରୁଥିବା କହିଛନ୍ତି ରାହୁଲ।

Advertisment

ଏହାସହ ଦେଶର ଅର୍ଥନୀତିକୁ ଦୁର୍ବଳ ପାଇଁ ସେ କେନ୍ଦ୍ରକୁ ଦୋଷାରୋପ କରିବା ସହ ଦେଶର ପ୍ରମୁଖ ବିରୋଧି ଦଳ ଭାବରେ କଂଗ୍ରେସ ଏହାର ସମ୍ପୂର୍ଣ ବିରୋଧ କରିବ ବୋଲି ସ୍ପଷ୍ଟ ଦେଇଛନ୍ତି। ଦେଶର ପରିସ୍ଥିତି ଏବେ ସଂକଟାପର୍ଣ୍ଣ । ଗତ ୭୦ ବର୍ଷରେ ଦେଶ ଯାହା ବି ପାଇଥିଲା ତାହାକୁ ୭ ବର୍ଷରେ ମୋଦୀ ସରକାର ଧ୍ୱଂସ ବିଧ୍ୱଂସ କରିଛି । ଉତ୍ତର କେରଳରେ ଆୟୋଜିତ ହୋଇଥିବା ଏକ ସାଧାରଣ ସଭାରେ ମନଖୋଲା କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ।

ରାହୁଲ କହିଛନ୍ତି, କଂଗ୍ରେସ ଘରୋଇ କରଣ ବିରୋଧରେ ନୁହେଁ କିନ୍ତୁ ଏହାର ଏହି ଯୋଜନାରେ ଏକ ଯୁକ୍ତି ରହିଛି । ଦେଶରେ ଅନେକ ଶିଳ୍ପ ରହିଛି। କିନ୍ତୁ କଂଗ୍ରେସ ସରକାର ସମୟରେ ତାହାର ଘରୋଇ କରଣ ହେଉନଥିଲା ହେଲେ ମୋଦି ସରକାର ସମସ୍ତ ଶିଳ୍ପକୁ ଘରୋଇ କରଣରେ ବ୍ୟସ୍ତ ରହିଛନ୍ତି। ପୁରୁଣା ଅନ୍ଦାଜ୍‌ରେ ବିର୍ଲା ଓ ଅମ୍ବାନୀଙ୍କ ପାଇଁ ମୋଦି କାମ କରୁଛନ୍ତି ଏବଂ ଲୋକଙ୍କର ନୁହେଁ ବରଂ ଶିଳ୍ପ ପତିଙ୍କର ହିଁ ମୋଦି ସରକାର ବୋଲି ରାହୁଲ କହିଛନ୍ତି।

Advertisment

ଏହାସହ ରାହୁଲ ଯୁକ୍ତି ବାଢିଛନ୍ତି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳର ଦାମ କମୁଛି କିନ୍ତୁ ଦେଶରେ ତୈଳ ଦର ବଢିବାରେ ଲାଗିଛି। ଏପରି କଲେ ଆଗାମୀ ଦିନରେ ସାଧାରଣ ଲୋକ ହଇରାଣ ହେବେ ବୋଲି ସେ କହିଛନ୍ତି। ରାହୁଲଙ୍କ ପ୍ରତିକ୍ରିୟା ନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

India Congress Rahul Gandhi
Advertisment
Advertisment