• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସଫଳତା ଦର ଉପରେ ଡାଟା ମାଗିଲେ ସର୍ବୋଚ୍ଚ ନ୍ୟାୟାଳୟ

  • ଦେଶର ସବୁଠାରୁ ବଡ କୋର୍ଟ ଆକଳନ କରିବେ ସିବିଆଇର ସଫଳତା ହାର କେତେ ?

ନୂଆଦିଲ୍ଲୀ : ସିବିଆଇର ସଫଳତା ନେଇ ଡାଟା ମାଗିଲେ, ପ୍ରଦର୍ଶନ ମୂଲ୍ୟାଙ୍କନ କରିବ ସୁପ୍ରିମକୋର୍ଟ । ଭାରତର ସର୍ବ ପୁରାତନ ଯାଞ୍ଚ ଏଜେନ୍ସି ସିବିଆଇ ସବୁବେଳେ ରାଜନୈତିକ ଦଳର ଟାର୍ଗେଟରେ ଥାଏ । ବର୍ତ୍ତମାନ ନିତି ପ୍ରତିଦିନ ଯାଞ୍ଚ ଏଜେନ୍ସି ସଂସ୍ଥା ନିରପେକ୍ଷ ନୁହେଁ ବୋଲି ଅଭିଯୋଗ କରୁଛି ବିରୋଧୀ ଦଳ । ତେଣୁ ବର୍ତ୍ତମାନ ସୁପ୍ରିମକୋର୍ଟ ସିବିଆଇର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଦେଶର ସବୁଠାରୁ ବଡ କୋର୍ଟ ଆକଳନ କରିବେ ସିବିଆଇର ସଫଳତା ହାର କେତେ ? ସିବିଆଇ ଏ‍ବେ ସୁଦ୍ଧା କେତେ ମାମଲାର ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିଛି ତାହାର ମୂଲ୍ୟାଙ୍କନ କରାଯିବ ।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁସାରେ ସଂପୂର୍ଣ୍ଣ କାର୍ଯ୍ୟଦକ୍ଷତା ତଥ୍ୟ ହସ୍ତାନ୍ତର କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହ ସର୍ବ ପୁରାତନ ଯାଞ୍ଚ ଏଜେନ୍ସି କେତେ ମାମଲାରେ ଅଭିଯୁକ୍ତଙ୍କୁ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟରେ ଦଣ୍ଡିତ କରିବାରେ ସଫଳ ହୋଇଛନ୍ତି ସେମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରିବେ । ଜଷ୍ଟିସ ସଞ୍ଜୟ

କିଶନ କୌଲ ଏବଂ ଏମ.ଏମ ସୁନ୍ଦରେଶଙ୍କ ଏକ ବେଞ୍ଚ କହିଛନ୍ତି ସିବିଆଇ ପାଇଁ କେବଳ ମାମଲା ରେଜିଷ୍ଟର କରିବା ତଥା ତଦନ୍ତ କରିବା ଯଥେଷ୍ଟ ନୁହେଁ । ଦୋଷୀମାନଙ୍କୁ ଦଣ୍ଡ ଦିଆଯାଉଛି କି ନାହିଁ ତାହା ଉପରେ ମଧ୍ୟ ସିବିଆଇର ନଜର ରହିବା ଆବଶ୍ୟକ । ବର୍ତ୍ତମାନ ସମୟରେ ସିବିଆଇ ପକ୍ଷରୁ ମାମଲା ଦାୟର କରିବାରେ ବିଳମ୍ବ ହେଇଥିବା ଅନେକ ଥର ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ଅନୁସନ୍ଧାନକାରୀ ସଂସ୍ଥା କେତେ ଦକ୍ଷ ତାହା ଜାଣିବାକୁ ସୁପ୍ରିମକୋର୍ଟ ଚେଷ୍ଟା କରୁଛନ୍ତି ।

ତେବେ ଶୁଣାଣି ସମୟରେ ସିବିଆଇର ଓକିଲ ସଞ୍ଜୟ ଜୈନ୍ ଯାଂଚ ଏଜେନ୍ସି ପକ୍ଷରୁ କେସ୍ ଲଢ଼ିଥିଲେ । ଭାରତ ଭଳି ଦେଶରେ ସିବିଆଇର କାର୍ଯ୍ୟକୁ କେବଳ ପ୍ରତିକୂଳ ଆଇନ ବ୍ୟବସ୍ଥାରେ ଆକଳନ କରାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଯୁକ୍ତିକୁ ବିରୋଧ କହିଛନ୍ତି । ବିଶ୍ୱର ସମସ୍ତ ଦେଶରେ ଅନୁସନ୍ଧାନକାରୀ ସଂସ୍ଥାର ସଫଳତା ହାର ସମାନ ଭାବରେ ମାପ କରାଯାଏ, ଏଥିରୁ ସିବିଆଇ ଭିନ୍ନ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସେହିପରି ବର୍ତ୍ତମାନ ସମୟରେ ସିବିଆଇ ଯାଂଚ କରୁଥିବା ସମସ୍ତ ମାମଲାଗୁଡ଼ିକର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେବେ ଠାରୁ ତଥା କେତେଦିନ ଧରି ସିବିଆଇ ଗୋଟିଏ ମାମଲାରେ କାମ କରୁଛି, ସେନେଇ ମଧ୍ୟ ତଥ୍ୟ ଦେବାକୁ ପଡ଼ିବ । ହାଇକୋର୍ଟ ଏବଂ ଟ୍ରାଏଲ୍ କୋର୍ଟରେ ସେମାନଙ୍କର ସଫଳତା ହାର କ’ଣ ? ’ଚାରି ସପ୍ତାହ ମଧ୍ୟରେ ସିବିଆଇକୁ ଏହି ସମସ୍ତ ତଥ୍ୟ ଦେବାକୁ ପଡିବ ।