Advertisment

ଟ୍ରେନରେ ଗଞ୍ଜି, ଚଡ୍ଡି ପିନ୍ଧି ବୁଲୁଥିଲେ, ଯାତ୍ରୀ ବିରୋଧ କରିବାରୁ ରୋବାବ ଦେଖାଇଲେ ବିଧାୟକ

ବିଧାୟକଙ୍କ ପୋଷାକକୁ ନେଇ ଏବେ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା। ଟ୍ରେନ ଯାତ୍ରାବେଳେ ଜଣେ ବିଧାୟକ ଏମିତି ପୋଷାକ ପିନ୍ଧିଥିଲେ ଯାହାକୁ ଦେଖି ଯାତ୍ରୀ ତାଙ୍କୁ ଘେରି ଯାଇଥିଲେ। ହେଲେ ବିଧାକୟଙ୍କ ରୋବାବ ଦେଖି ଗଣ୍ଡଗୋଳ ବଢିଥିଲା।

author-image
Minati Mishra
patna jdu mla from gopalpur

patna jdu mla from gopalpur

ପାଟନା:ବିଧାୟକଙ୍କ ପୋଷାକକୁ ନେଇ ଏବେ ସୋଶିଆଲ ମିଡ଼ିଆରେ ଚାଲିଛି ଚର୍ଚ୍ଚା। ଟ୍ରେନ ଯାତ୍ରାବେଳେ ଜଣେ ବିଧାୟକ ଏମିତି ପୋଷାକ ପିନ୍ଧିଥିଲେ ଯାହାକୁ ଦେଖି ଯାତ୍ରୀ ତାଙ୍କୁ ଘେରି ଯାଇଥିଲେ। ଆପଣ ଭାବୁଥିବେ, ବୋଧହୁଏ ବିଧାୟକ ଜଣ ବହୁତ ଦାମୀ, ସୁନ୍ଦର ପୋଷାକ ପିନ୍ଧିଥିବେ। ନା, ବିଧାୟକ ଗଞ୍ଜି ଆଉ ଚଡ୍ଡି ପିନ୍ଧି ଟ୍ରେନ୍‌ରେ ଯାତ୍ରା କରୁଥିଲେ। ବିଧାୟକ ଜଣକ ହେଉଛନ୍ତି ବିହାରର କ୍ଷମତାସୀନ ଜନତା ଦଳ ୟୁନାଇଟେଡର ନରେନ୍ଦ୍ର କୁମାର ନୀରଜ । ବିଧାୟକଙ୍କର ଏହି ଫଟୋ ବି ବେଶ ଭାଇରାଲ ହୋଇଛି। 

Advertisment

ଅନେକ ସମୟରେ ବିବାଦୀୟ ବୟନ ଦେଇ ଚର୍ଚ୍ଚାରେ ରହିଥାନ୍ତି ନରେନ୍ଦ୍ର କୁମାର ଓରଫ ଗୋପାଳ ମଣ୍ଡଳ । ସେ ବିହାର ଭାଗଲପୁରର ଗୋପାଳପୁର ନିର୍ବାଚନ ମଣ୍ଡଳିର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର ଏକ ଫଟୋ ଭାଇରାଲ ହୋଇଛନ୍ତି ଯେଉଁଥିରେ ସେ ରାଜେନ୍ଦ୍ରନଗର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ରେ ଚଡ୍ଡି ଏବଂ ଗଞ୍ଜି ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। 

Advertisment

ତେବେ ଚଳନ୍ତା ଟ୍ରେନ୍‌ରେ ତାଙ୍କର ପୋଷାକରେ ବୁଲିବାକୁ ଦେଖି କିଛି ଯାତ୍ରୀ ବିରୋଧ କରିଥିଲେ। ଏହାକୁ ନେଇ ଜଣେ ଯାତ୍ରୀଙ୍କ ସହ ତାଙ୍କର ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ମଧ୍ୟ ହୋଇଥିଲା। ପରିସ୍ଥିତି ଖରାପ ହେବାରୁ ଶେଷରେ RPF କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। 

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପାଟାନ-ନୂଆଦିଲ୍ଲୀରେ ତେଜସ୍‌ ରାଜଧାନୀ ଏକ୍ସପ୍ରେସର ଏ-୧ କୋଚ୍‌ରେ JDU ବିଧାୟକ ନରେନ୍ଦ୍ର କୁମାର ଗଞ୍ଜି, ଚଡ୍ଡି ପିନ୍ଧି ବୁଲୁଥିବାରୁ ଯାତ୍ରୀଙ୍କ ବିରୋଧର ଶିକାର ହେବାକୁ ପଡ଼ିଥିଲା। ଯାତ୍ରୀଙ୍କ କହିବା ଅନୁଯାୟୀ, ଯେମିତି ଟ୍ରେନ ଚାଲିବା ଆରମ୍ଭ କଲା ବିଧାୟକ ନିଜ ପୋଷାକ କାଢି ଅଣ୍ଡରଓୟାର ପିନ୍ଧି ବୁଲିବାକୁ ଲାଗିଲେ। ଏପରି ପୋଷାକରେ ସେ ଟଏଲେଟ ଆଡକୁ ଯିବା ଦେଖିବାକୁ ମିଳିଥିଲା। ପରେ ବଗିରେ ଏପରି ପୋଷାକରେ ବୁଲିବାକୁ ଲାଗିଲେ। ଏହାକୁ ଦେଖି ଜଣେ ଯାତ୍ରୀ ପ୍ରହ୍ଲାଦ ପାସୱାନ ବିରୋଧ କରିଥିଲେ। ହେଲେ ବିଧାୟକ ନିଜ ପତିଆରା ଦେଖାଇବାକୁ ଲାଗିଲେ। ତାପରେ ଝଗଡା ବଢିଥିଲା। 

ପ୍ରହ୍ଲାଦଙ୍କ କହିବା ଅନୁଯାୟୀ, ସେ ବିଧାୟକଙ୍କୁ ଚିହ୍ନ  ନ ଥିଲେ। କିନ୍ତୁ ଏପରି ପୋଷାକରେ ଜଣେ ଯାତ୍ରୀ ବୁଲିବା ତାଙ୍କୁ ଭଲ ଲାଗି ନ ଥିଲା।    ଯାହା ବି ହେଉ, ଏପରି ବିରୋଧକୁ ବିଧାୟକ ହଜମ କରିପାରି ନ ଥିଲେ। ଅସଭ୍ୟ ଭାଷାରେ ଗାଳି ଦେବା ସହ ଗୁଳି ମାରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।  ଶେଷରେ ପ୍ରହ୍ଲାଦ ଏ ନେଇ RPFରେ ଅଭିଯୋଗ କରିବା ପରେ ତାଙ୍କର ବଗି ବଦଳାଯାଇଥିଲା। 

ମିଡିଆ ରପୋର୍ଟ ଅନୁସାରେ, ବିଧାୟକ ନିଜର ବିଭିନ୍ନ କାମ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ନିକଟରେ ସେ ବିହାର ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦଙ୍କ ବିରୋଧରେ ଟଙ୍କା ହଡପ ଅଭିଯୋଗ ଆଣିଥିଲେ। ଏହାର କିଛି ଦିନ ପରେ ସେ ଏକ ପ୍ରେସ କନ୍‌ଫରେନ୍ସରେ ଉପମୁଖ୍ୟମନ୍ତ୍ରୀଙ୍କୁ ଆଇ ଲଭ ୟୁ କହିଥିଲେ।

Express Trains Viral Photo Bihar MLA
Advertisment
Advertisment