Advertisment

୨୫ ଟଙ୍କାରେ ବସ୍ ପାସ୍ : ଡିଜିଟାଲ ଟିକେଟ୍ ନେଇ ବୁଲିପାରିବେ ପୂରା ଦିନ

ପାଟନା ସିଟି ବସ୍ ସେବା ପାଇଁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୪ ଘଣ୍ଟା ପାଇଁ ପାଇଁ ବୈଧ ହେବ ଏହି ପାସ୍ । ଜଣେ ଯାତ୍ରୀ ରାତି ୧୨ଟା ସମୟରେ ପାସ୍ କଲେ, ପରଦିନ ରାତି ୧୨ଟା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସକାଳ ୭ ଟାରେ ଅଫିସ୍ ଯିବାବେଳେ କେହି ପାସ୍ ନେଲେ ସନ୍ଧ୍ୟାରେ ଫେରିବା ପରେ ମଧ୍ୟ ସେହି ପାସରେ ଘରକୁ ଫେରିହେବ ।

author-image
Prangyan Parimita
ଅଦ୍ୟତନ ହୋଇଛି
city bus pass

city bus pass

ପାଟନା : ଐତିହ୍ୟ ନଗରୀ ପାଟନାରେ ବୁଲିବା ଶସ୍ତା ହେଲେ । ମାତ୍ର ୨୫ ଟଙ୍କାରେ ମିଳୁଛି ପୂରା ଦିନର ବସ୍ ପାସ୍ । ପାଟନାରେ ସିଟି ବସ୍ ସେବା ପାଇଁ ପାସ୍ ସିଷ୍ଟମ ଲାଗୁ କରିବାକୁ ବିହାର ରାଜ୍ୟ ସଡକ ପରିବହନ ନିଗମ (ବିଏସଆରଟିସି) ଘୋଷଣା କରିଛି। ଦେଶରେ ଅହେତୁକ ଦର ବୃଦ୍ଧି ମଧ୍ୟରେ ଯାତ୍ରୀମାନଙ୍କ ଦୈନିକ ଯାତ୍ରା ଖର୍ଚ୍ଚ କମାଇବାକୁ BSRTC ଏହି ନିଷ୍ପତ୍ତି ନେଇଛି । ପାସ୍ ସୁବିଧା ଆରମ୍ଭ ହେବା ସହିତ ପାଟନାବାସୀଙ୍କର ସିଟି ବସ୍ ସର୍ଭିସ୍ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଏହାଦ୍ୱାରା ଟ୍ରାଫିକ୍ ସମସ୍ୟାକୁ ମଧ୍ୟ ବହୁ ମାତ୍ରାରେ ଦୂର କରିହେବ ବୋଲି BSRTC ପକ୍ଷରୁ ଆଶା କରାଯାଉଛି ।

Advertisment

ପାଟନା ସିଟି ବସ୍ ସେବା ପାଇଁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୪ ଘଣ୍ଟା ପାଇଁ ପାଇଁ ବୈଧ ହେବ ଏହି ପାସ୍ । ଜଣେ ଯାତ୍ରୀ ରାତି ୧୨ଟା ସମୟରେ ପାସ୍ କଲେ, ପରଦିନ ରାତି ୧୨ଟା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସକାଳ ୭ ଟାରେ ଅଫିସ୍ ଯିବାବେଳେ କେହି ପାସ୍ ନେଲେ ସନ୍ଧ୍ୟାରେ ଫେରିବା ପରେ ମଧ୍ୟ ସେହି ପାସରେ ଘରକୁ ଫେରିହେବ । ଏଥିପାଇଁ ଆଉ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ପାଟନା ସହର ଭିତରେ ଯିବାଆସିବା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଲାଭଦାୟକ ହେବ । ମୋଟ ଉପରେ ୨୫ ଟଙ୍କାର ସିଟି ବସ୍ ପାସ୍ ନେଲେ, ସିଟି ସର୍ଭିସ୍ ବସ୍ ଦ୍ୱାରା ଦିନସାରା କୌଣସି ଅତିରିକ୍ତ ଭଡା ଦେବାକୁ ପଡିବ ନାହିଁ ।

ସିଟି ବସ୍ ପାସ୍ କେଉଁଠୁ ପାଇବେ?

ସିଟି ବସ୍ ପାସ୍ ପାଇଁ ଅଧିକ ପ୍ରୟାସ କରିବାର ଆବଶ୍ୟକତା ନାହିଁ । ସିଟି ବସରେ ସବାର ହେବା ପରେ ହିଁ କଣ୍ଡକ୍ଟରଙ୍କ ସହ କଥା ହୋଇ ଆପଣ ୨୫ ଟଙ୍କା ପାସ୍ ପାଇପାରିବେ । ଏହା ବ୍ୟତୀତ ଆପଣ ବିଏସଆରଟିସି କାଉଣ୍ଟରରୁ ୨୫ ଟଙ୍କା ମୂଲ୍ୟର ଏକ ପାସ୍ କିଣିପାରିବେ ।

Advertisment

ଅନଲାଇନ୍ ପାସ୍ ଏବଂ ଟିକେଟ୍ ବୁକିଂ ଉପରେ ୫ ପ୍ରତିଶତ ରିହାତି

ଡିଜିଟାଲ ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଅନଲାଇନ୍ ପାସ୍ କରିବାର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ନଗର ନିଗମ ଦ୍ୱାରା ପ୍ରତ୍ୟେକ ବସରେ QR କୋଡ୍ ଇନଷ୍ଟଲ୍ କରାଯାଇଛି । ଯାତ୍ରୀମାନେ ମଧ୍ୟ QR କୋଡ୍ ସ୍କାନ କରି ଭଡା ଦେଇପାରିବେ । କେବଳ ଏତିକି ନୁହେଁ ଅନଲାଇନରେ ଟିକେଟ ବୁକିଂ ଉପରେ ପାଞ୍ଚ ପ୍ରତିଶତ ରିହାତି ଦିଆଯିବ । ଏହା ବ୍ୟତୀତ ନଗର ନିଗମ ଦ୍ୱାରା ପ୍ରି-ପେଡ୍ କାର୍ଡର ସୁବିଧା ମଧ୍ୟ ଆରମ୍ଭ କରାଯାଇଛି । ପ୍ରି-ପେଡ୍ କାର୍ଡ ବ୍ୟବହାର କରି ଟିକେଟ୍ ବୁକିଂ ପାଇଁ ୫ ପ୍ରତିଶଥ ରିହାତି ପ୍ରଦାନ ବ୍ୟବସ୍ଥା ମଧ୍ୟ ରହିଛି ।

Patna City Bus Pass
Advertisment
Advertisment