Advertisment

ପୁଣି ବେକାବୁ ହେଲାଣି ସଂକ୍ରମଣ: ୨୪ ଘଂଟାରେ ୪୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଗତକାଲି ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ଶେଷ ଥର ପାଇଁ ୬୩ ଦିନ ପୂ‌ର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା।ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସୁସ୍ଥତା ହାର ୯୭.୪୫ ପ୍ରତିଶତ ରହିଛି। ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

author-image
Sarbeswar
ଅଦ୍ୟତନ ହୋଇଛି
corona

corona

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଗ୍ରାଫ୍‌ ଉପରମୁହାଁ ରହିଛି। ଗତ ୨୪ ଘଂଟାରେ ଦେଶରେ ୪୫ ହଜାର ୩୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୩୬୬ ଜଣଙ୍କ ଯାଇଛି ଜୀବନ। କେବଳ ଏତିକି ନୁହେଁ ବରଂ ୩୪,୭୯୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ବି ଦେଶରେ ୩,୯୯,୭୭୮ ସକ୍ରିୟ ମାମଲା ଅର୍ଥାତ୍‌ ଆକ୍ଟିଭ୍‌ କେସ୍‌ ରହିଛି।

Advertisment

ଗତକାଲି ୪୭,୦୯୨ ନୂଆ ମାମଲା ଚିହ୍ନଟ ହୋଇଥିଲା । ଶେଷ ଥର ପାଇଁ ୬୩ ଦିନ ପୂ‌ର୍ବେ ଗତ ଜୁଲାଇ ୧ ତାରିଖରେ ଦେଶରେ ସଂକ୍ରମଣ ମାମଲା ୪୮,୭୮୬ ଥିଲା।ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ସୁସ୍ଥତା ହାର ୯୭.୪୫ ପ୍ରତିଶତ ରହିଛି। ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୩୯ ହଜାର ୮୯୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

ଏହାସହ କରୋନାରୁ ମୋଟ୍‌ ୩ କୋଟି ୨୦ ଲକ୍ଷ ୬୩ ହଜାର ୬୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ ୬୭ କୋଟି ୯ ଲକ୍ଷ ୫୯ ହଜାର ୯୬୮ ଜଣଙ୍କୁ ଟିକା ଦିଆଗଲାଣି ।

Advertisment

ଏପଟେ, ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରୁ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର, କଟକ, ଢେଙ୍କାନାଳରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରର ମୃତକ ଜଣଙ୍କ ୬ ବର୍ଷର ଶିଶୁକନ୍ୟା। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮,୦୩୫କୁ ବୃଦ୍ଧି ହୋଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିଛି। ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୯୫; ଲୋକାଲ କେସ୍- ୩୫୪ ଚିହ୍ନଟ ହୋଇଛନ୍ତି। ଅନୁଗୁଳ- ୨୦, ବାଲେଶ୍ୱର- ୫୧, ବରଗଡ଼- ୩, ଭଦ୍ରକ- ୧୧, ବଲାଙ୍ଗିର- ୪, ବୌଦ୍ଧ- ୧, କଟକ- ୧୧୭, ଦେବଗଡ଼- ୮, ଢେଙ୍କାନାଳ- ୨୬, ଗଜପତି- ୧, ଗଂଜାମ- ୧, ଜଗତସିଂହପୁର- ୧୨ ଚିହ୍ନଟ ହୋଇଛନ୍ତି।

Coronavirus India COVID19
Advertisment
Advertisment