Advertisment

ଇତିହାସ ରଚିଲେ ଅବନୀ ଲଖେରା : ଗୋଟେ ପାରାଲମ୍ପିକରେ ୨ ପଦକ

ପାରାଲମ୍ପିକ୍ ପ୍ରଥମରୁ ଛାଇ ଯାଇଛନ୍ତି ଅବନୀ ଲଖେରା। ସେ ପୂର୍ବରୁ ଗୋଲ୍ଡ ଜିତିଥିବା ବେଳେ ଏବେ ବ୍ରୋଞ୍ଜ୍ ଜିତି ଇତିହାସ୍ ରଚିଛନ୍ତି। ସେ ଏହି ପଦକ ଜିତି ଭାରତର ପ୍ରଥମ ମହିଳା ପାରାଲମ୍ପିକ୍ ବିଜେତା ହୋଇଯାଇଛନ୍ତି। ତେବେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ଯେ କେହି ବି ଦୁଃଖି ହୋଇପାରେ। ଏକ ସଡକ ଦୁର୍ଘଟଣାରେ ସେ ବେହୋସ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଥିଲେ ମଧ୍ୟ ସେ କେବେବି ଜୀବନରେ ସାହସ ହାରି ନ ଥିଲେ।

author-image
Pramod Behera
Avani Lekhara

Avani Lekhara

ନୂଆଦିଲ୍ଲୀ : ପାରାଲମ୍ପିକ୍ ପ୍ରଥମରୁ ଛାଇ ଯାଇଛନ୍ତି ଅବନୀ ଲଖେରା। ସେ ପୂର୍ବରୁ ଗୋଲ୍ଡ ଜିତିଥିବା ବେଳେ ଏବେ ବ୍ରୋଞ୍ଜ୍ ଜିତି ଇତିହାସ୍ ରଚିଛନ୍ତି। ସେ ଏହି ପଦକ ଜିତି ଭାରତର ପ୍ରଥମ ମହିଳା ପାରାଲମ୍ପିକ୍ ବିଜେତା ହୋଇଯାଇଛନ୍ତି। ତେବେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ଯେ କେହି ବି ଦୁଃଖି ହୋଇପାରେ। ଏକ ସଡକ ଦୁର୍ଘଟଣାରେ ସେ ବେହୋସ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଥିଲେ ମଧ୍ୟ ସେ କେବେବି ଜୀବନରେ ସାହସ ହାରି ନ ଥିଲେ।

Advertisment

ଅବନୀ ଓ ତାଙ୍କ ପିତା ଜୟପୁରରୁ ଧୋଲପୁର ଯାଉଥିଲେ। ଏକ ସଡକ ଦୁର୍ଘଟଣାରେ ବେହୋସ ହୋଇଯାଇଥିଲେ। ଏହି ଦୁର୍ଘଟଣା ପରେ ତାଙ୍କ ପିତା କିଛି ସମୟ ପରେ ପୂରା ଠିକ୍ ହୋଇଗଲେ କିନ୍ତୁ ଅବନୀ ସୁସ୍ଥ ହୋଇପାରିଲେ ନାହିଁ। ତାଙ୍କୁ ପାଖାପାଖି ୩ ମାସ ପର୍ଯ୍ୟନ୍ତ ହସ୍‌ପିଟାଲରେ ରହିବାକୁ ପଡିଲା। ତେବେ ମେରୁଦଣ୍ଡରେ ଗଭୀର ଚୋଟ ଆସିଥିବାରୁ ସେ ସବୁଦିନ ପାଇଁ ଦିବ୍ୟାଙ୍ଗ ହୋଇଯାଇଥିଲେ। ସେ ଆଉ ଚାଲିବା ପାଇଁ ସମର୍ଥ ହୋଇପାରିଲେ ନାହିଁ।

Advertisment

ଏହି ଦୁର୍ଘଟଣା ପରେ ଅବନୀ ନିଜକୁ ଗୋଟିଏ ଘରେ ଚାରି କାନ୍ଥ ଭିତରେ ବନ୍ଦୀ କରିଦେଲେ। ବାହାରକୁ ଯିବାକୁ ପସନ୍ଦ କଲେ ନାହିଁ। ଧିରେ ଧିରେ ଡିପ୍ରେସନକୁ ଚାଲିଗଲେ। ତେବେ ତାଙ୍କ ଆତ୍ମବିଶ୍ୱାସ ପିତା-ମାତାଙ୍କ କଥା ଓ ଅଭିନବ ବିନ୍ଦ୍ରାଙ୍କ ଜୀବନୀ ପଢି ଫେରିଲା। ତାଙ୍କ ଠାରୁ ସେ ଶିକ୍ଷା ଗ୍ରହଣ କରି ସୁଟିଂ ଆରମ୍ଭ କରିଥିଲେ ଏବଂ ଆଜି ସେ ଦେଶର ଟପ୍‌ କ୍ଲାସ ସୁଟର ହେବାର ଗୌରବ ଅର୍ଜନ କରିଛନ୍ତି।

ରାଜସ୍ଥାନର ଜୟପୁରରେ ରହୁଥିବା ୨୦ ବର୍ଷର ପାରାଲମ୍ପିକ୍ ସୁଟର ଅବନୀ ମହିଳା ୫୦ ମିଟର ରାଇଫଲ ୩ ପୋଜିସନ SH1 ରେ ୪୪୫.୯ ପଏଣ୍ଟ ସହିତ ବ୍ରୋଞ୍ଜ୍ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୋଟିଏ ପାରାଲମ୍ପିକରେ ଏହା ତାଙ୍କର ଦ୍ୱିତୀୟ ପଦକ। ଏହା ପୂର୍ବରୁ ସେ ୧୦ ମିଟର ରାଇଫଲରେ ଗୋଲ୍ଡ ମେଡାଲ ଜିତିଛନ୍ତି। ଏହା ଭାରତର ୧୨ତମ ମେଡାଲ। ଅବନୀଙ୍କ ଏହି ସଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଛା ଜଣେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ “ଟୋକିଓ ପାରାଲମ୍ପିକ୍‌ରେ ଆଉ ଏକ ଗୌରବ! ଅବନୀ ଲଖେରାଙ୍କ ଜବରଦସ୍ତ ପ୍ରଦର୍ଶନରେ ମୁଁ ବହୁତ ଉତ୍ସାହିତ। ତାଙ୍କ କାସ୍ୟ ପଦକ ପାଇଁ ଶୁଭେଛା। ଭବିଷ୍ୟତରେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ଶୁଭକାମନା।”

ବର୍ତ୍ତମାନ ଭାରତ ସମୁଦାୟ ୧୩ ପଦକ ଜିତିଥିବା ବେଳେ ୨ଟି ଗୋଲ୍ଡ, ୬ଟି ସିଲଭର୍ ଓ ୫ଟି ବ୍ରୋଞ୍ଜ୍ ପାଇଛି। ଏହା ପାରାଲମ୍ପିକ ଇତିହାସରେ ଟିମ୍ ଇଣ୍ଡିଆର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

Sports Paralympics
Advertisment
Advertisment