• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ

  • ବାଟରେ ଛକି ବସିଥିଲା ମୃତ୍ୟୁ

  • ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ

ସୁରତ(ଶୈଳେଶ ଚାପାନେରିଆ) : ମଣିଷ ଥିଲେ, ମୃତ୍ୟୁ ପରେ ଭଗବାନ୍ ପାଲଟିଗଲେ । ଜନ୍ମଦିନରେ ଚାଲିଗଲେ ଦୁଇ ବନ୍ଧୁ । ମଣିଷ ପଣିଆ ପାଇଁ ଛୁଇଁ ପାରିଲା ନାହିଁ ମୃତ୍ୟୁ । ନିଜ ଜୀବନ ବଦଳରେ ଏକାଧିକ ଲୋକଙ୍କୁ ନୂଆ ଜୀବନ ଦେବାସହ ବଞ୍ଚିବାର ରାହା ଦେଇଗଲେ । କ୍ରିସ ଓ ମିତ୍ ଅମର ରହେ ଅମର ରହେ ଶବ୍ଦରେ ଗୁଞ୍ଜରି ଉଠିଲା ସୁରତ ମେଡିକାଲ ପରିସର ।

ଗୁଜାରଟର ଦୁଇ ବନ୍ଧୁ କ୍ରିସ ଗାନ୍ଧୀ ଓ ମିତ୍ ପାଣ୍ଡ୍ୟା । ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ । ଅଗଷ୍ଟ ୨୩ ତାରିଖରେ ଥିଲା କ୍ରିସଙ୍କ ଜନ୍ମଦିନ । ସମସ୍ତ ଆୟୋଜନ ହୋଇସାରିଥିଲେ, ଫେରିଥିଲେ ହୋଇ ଥାଆନ୍ତ ଜନ୍ମଦିନ ପାର୍ଟି । କେକ କଟା ହୋଇଥାଆନ୍ତା, ସାଙ୍ଗ ମେଳରେ ଝୁମିଥାଆନ୍ତେ ଉଭୟ ବନ୍ଧୁ । ହେଲେ ଘରକୁ ଫେରିଲା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ । ସୁରଟର ଭେସୁ ଅଞ୍ଚଳର ଜିଡି ଗୋଏଙ୍କା ସ୍କୁଲ ନିକଟରେ ସ୍କୁଟିରେ ଯାଉଥିବା ବେଳେ ଦୁଇଜଣ ବନ୍ଧୁ ହଠାତ୍ ଏକ କାର ପଛପଟୁ ଧକ୍କା ଦେଇଥିଲେ, ଫଳରେ ଉଭୟ ତଳେ ପଡ଼ିଯାଇଥିଲେ। । ତେବେ ଦୁର୍ଘଟଣାର ତୁରନ୍ତ ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଯାଇଥିବାରୁ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ହେଲେ ମୃତ୍ୟୁ ପରେ ବି ଅମର ହୋଇଗଲେ ଦୁଇ ବନ୍ଧୁ । ଗୋଟିଏ ଦିନରେ ମୋଟ୍ ୧୨ ଟି ଅଙ୍ଗ ଦାନ କରିବାର ଏକ ଅଦ୍ୱିତୀୟ ଘଟଣା ସୁରଟରେ ଘଟିଛି । ଉଭୟଙ୍କ ଜୀବନ ଚାଲିଯିବା ପରେ ପରିବାର ଲୋକ ପିଲାମାନଙ୍କର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ୧୨ ଜଣଙ୍କୁ କିଡନୀ, ଯକୃତ, ହୃଦୟ, ଫୁସଫୁସ ଏବଂ ଆଖି ଦାନ କରି ସବୁଦିନ ପାଇଁ ଚିରସ୍ମରଣୀୟ ହୋଇଯାଇଛନ୍ତି ଦୁଇ ବନ୍ଧୁ । ଏହାସହ ଉଭୟଙ୍କ ପରିବାର ସମାଜ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି । ମିତ୍ ତାଙ୍କ ପରିବାରର ଏକମାତ୍ର ପୁଅ ଏବଂ ତାଙ୍କ ପିତା କ୍ୟାଟରିଂ ବ୍ୟବସାୟ କାମ କରନ୍ତି । ସେହିପରି କ୍ରିସଙ୍କର ଆଉ ଜଣେ ବଡ ଭାଇ ଥିବାବେଳେ ତାଙ୍କ ବାପା ମଧ୍ୟ ଜଣେ ବ୍ୟବସାୟୀ ।

ତେବେ ଦୁର୍ଘଟଣା ପରେ ପୋଲିସ ଆଇପିସିର ଧାରା ୩୦୪ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ତଦନ୍ତ ପରେ ସଡକ ଦୁର୍ଘଟଣା ଘଟାଇ ଫେରାର ଥିବା କ୍ରେଟା କାରର ମାଲିକ ସମ୍ପର୍କରେ ଜଣାପଡ଼ିଥିଲା । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରିବା ପରେ କାରଟି ଟେକ୍ସଟାଇଲ ବ୍ୟବସାୟୀ ସୁରେଶଙ୍କର ବୋଲି ଜଣାପଡ଼ିଥିଲା । ଆଉ ଘଟଣା ଦିନ କାର୍ ତାଙ୍କ ଡ୍ରାଇଭର ରିଜୱାନ ଶେଖ ଚଳାଉଥିଲେ । ଅଭିଯୋଗ ପ୍ରମାଣିତ ହେବା ପରେ ରିଜୱାନଙ୍କୁ ଗିରଫ କରାଯାଇଛି ।