/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741067051.jpg)
Donald trump
ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଆମେରିକାର ବଡ଼ ପଦକ୍ଷେପ। ୟୁକ୍ରେନକୁ ସେନା ସହାୟତା ବନ୍ଦ କରିଛି ଆମେରିକା । ନିକଟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ମଧ୍ୟରେ ଓଭାଲରେ ତିକ୍ତ ବୈଠକ ପରେ ଆମେରିକା ଏଭଳି ନିଷ୍ପତ୍ତି ନେଇଛି ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରଂପ ପ୍ରଶାସନ କହିଛି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୟୁକ୍ରେନକୁ ୬୦ ବିଲିୟନ ଡଲାରରୁ ଅଧିକ ସହାୟତା ଦେଇଆସିଛି ଆମେରିକା। ହେଲେ ବର୍ତ୍ତମାନ ସାମରିକ ସହାୟତା ବନ୍ଦ କରିଥିବାରୁ ଏବେ ୟୁକ୍ରେନ କିଭଳି ରୁଷ ସହ ଲଢିବ ସେନେଇ ୟୁରୋପିଆନ ଦେଶ ପାଇଁ ଚିନ୍ତାର କାରଣ ହୋଇଛି।
ଅଧିକ ପଢ଼ନ୍ତୁ : ହ୍ବାଇଟ୍ ହାଉସରେ ହାଇଡ୍ରାମା; ଟ୍ରମ୍ପ୍ କହିଲେ...
ନିକଟରେ ଟ୍ରଂପ ଓ ଜେଲେନ୍ସ୍କିଙ୍କ ମଧ୍ୟରେ ଆଲୋଚନା ବେଳେ ଯୁଦ୍ଧ ବିରାମ ଲଗାଇଲେ ୟୁକ୍ରେନକୁ ଆମେରିକା ସିକ୍ୟୁରିଟି ଗ୍ୟାରେଣ୍ଟି ଦେବ କି ବୋଲି ଜେଲେନସ୍କିଙ୍କ ପ୍ରଶ୍ନରେ ଟ୍ରମ୍ପ ରାଗି ଯାଇଥିଲେ। ଆପଣ ଯୁଦ୍ଧ ନ ରୋକିଲେ ଏହା ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଇବ ବୋଲି କହିଥିଲେ ଟ୍ରଂପ। ଏହାକୁ ନେଇ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ତିକ୍ତତା ଆସିବାରୁ ବୈଠକ ଅଧାରୁ ଛାଡି ଚାଲିଯାଇଥିଲେ ଜେଲେନସ୍କି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)