ଅନେକ ସମୟରେ ଆତଙ୍କୀ ଅନୁପ୍ରେବଶ ତଥା ଡ୍ରୋନ୍ ମାଧ୍ୟମରେ ପାକିସ୍ତାନ ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇଥାଏ। ତେବେ ଏହାକୁ ବନ୍ଦ କରିବ ଏହି ଆଣ୍ଟି ଡ୍ରୋନ ସିଷ୍ଟମ୍ ।
ଦେଶର ସୁରକ୍ଷାକୁ ଦୃଢ଼ କରିବା ପାଇଁ ସୈନ୍ୟବାହିନୀକୁ ଆଉ ଏକ ଅସ୍ତ୍ର ମିଳିଛି । ଶୁକ୍ରବାର ଦିନ DRDO ଦ୍ୱାରା ନିର୍ମିତ ଆଣ୍ଟି ଡ୍ରୋନ୍ ସିଷ୍ଟମକୁ ତିନୋଟି ସେବାରେ ସାମିଲ କରାଯାଇଛି । ଏଥିପାଇଁ ସେନା ବାୟୁସେନା ଏବଂ ନୌସେନା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଆଉ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ସେନାରେ ସାମିଲ ହୋଇଯାଇଛି । ଏହା ଭାରତର ପ୍ରଥମ ସ୍ୱଦେଶୀ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା