/odishatv-khabar/media/post_attachments/uploadimage/library/16_9/16_9_0/covid19-5_1627290579.jpg)
covid19
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି। ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ସମସ୍ତଙ୍କୁ ଘାରିଛି ମୃତ୍ୟୁର ଭୟ। ଆଉ ଏହାରି ମଧ୍ୟରେ ଘରର କବାଟ ଠକ୍ଠକ୍ କଲାଣି ମହାମାରୀ। ତେବେ ଏହା ଭିତରେ ପର୍ବପର୍ବାଣୀ ଆସିଗଲାଣି। ହେଲେ ମହମାରୀ ମଧ୍ୟରେ କେମିତି ପର୍ବପର୍ବାଣୀ ପାଳନ ହେବେ ସେନେଇ ଚିନ୍ତାରେ ଲୋକେ। ସେପଟେ କିନ୍ତୁ ଆଉ ରିସ୍କ ନେବା ପାଇଁ ଇଚ୍ଛା କରୁନାହିଁ ପ୍ରଶାସନ ଓ ସରକାର। ତେଣୁ ଆସୁଥିବା ପୂଜାକୁ ଘରେ ରହି ପାଳନ କରିବା ପାଇଁ ସଫା ସଫା ନିର୍ଦ୍ଦେଶ ଦିଆଯାଇଛି।
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ଏଠାରେ ସମସ୍ତ ପର୍ବକୁ ସବୁ ସଂପ୍ରଦାୟର ଲୋକ ପାଳନ କରିଥାନ୍ତି। କିନ୍ତୁ ଏ ସବୁ ଖୁସିକୁ ଛଡାଇ ନେଇଛି କରୋନା। ମହମାରୀ ଏମିତି କାୟା ବିସ୍ତାର କରୁଛି ଯେ, ଏବେ ଏକାଠି ହେବାକୁ ଡ଼ରିଲେଣି ଲୋକ। ବର୍ତ୍ତମାନ ଦେଶରେ ପୁଣି ଥରେ ସଂକ୍ରମଣ ବଢିଛି। ଆଉ ଏହି ସମୟରେ କରୋନା ସତର୍କତା ଅବଲମ୍ବନ କରିବା ପାଇଁ ସରକାର ବାରମ୍ବାର କହୁଛନ୍ତି।
Also Read
NITI ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ଚେତାବନୀ ଦେଇ କହିଛନ୍ତି ଯେ ଉତ୍ସବ ସମୟରେ ଆମେ ଅଧିକ ସତର୍କ ରହିବା ଆବଶ୍ୟକ। ଯଦି ଆମେ ସାମାନ୍ୟତମ ଭୁଲ୍ ମଧ୍ୟ କରିବା ତାହାଲେ ସଂକ୍ରମଣ ପୁଣି ଥରେ ଲକ୍ଷାଧିକ ଲୋକଙ୍କୁ ଗ୍ରାସ କରିବ। ପୁଣି ଥରେ ଆମେ ପୂର୍ବସ୍ଥିତିକୁ ଫେରିଯିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ କରୋନା କଟକଣା ମାନି ଆମେ ସମସ୍ତେ ଚଳିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କରୋନାରୁ ରକ୍ଷା ପାଇବାକୁ ହେଲେ ଅଯଥାରେ ଘରୁ ବାହାରନ୍ତୁ ନାହିଁ ଓ ମାସ୍କ ବ୍ୟବହାର କରନ୍ତୁ। ସଂକ୍ରମଣ ମୂଳପୋଛ ହୋଇଛି ବୋଲି ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଆମର ଟିକିଏ ଅବହେଳା ସମସ୍ତଙ୍କ ପାଇଁ କ୍ଷତି ପହଞ୍ଚାଇପାରେ। ବିଶେଷ କରି ଗର୍ଭବତୀ ମହିଳା ଓ ଶିଶୁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଥିବାରୁ ସେମାନେ ସଚେତନ ହୋଇ ରହିବା ଦରକାର ବୋଲି ପରାମର୍ଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)