କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ୍ ବିରୋଧରେ ସେପ୍ଟେମ୍ବର ୨୭ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ୪୦ଟି କିଷାନ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରିଛି।
ଦିଲ୍ଲୀର ଏକ କୋର୍ଟରୁମ୍ରେ ଶୁଟ୍ଆଉଟ୍(ଗୁଳିମାଡ଼) ଘଟଣାରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ୍ର ସ୍ପେଶାଲ୍ ସେଲ୍ ଏହି ୨ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ରାଜଧାନୀ ଦିଲ୍ଲୀରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ । ପ୍ରାୟ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗଦେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ଯୋଗ ଦେବାକୁ ଦିଲ୍ଲୀରେ ଅଛନ୍ତି ।
ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ।
ମିଳିତ ଜାତିସଂଘର ୭୬ ତମ ଅଧିବେଶନରେ ବିଶ୍ୱବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାମାରୀ କରୋନା ଠାରୁ ଆରମ୍ଭ କରି ଆଫଗାନିସ୍ତାନ ଓ ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ସେ ବିଶ୍ୱ ନେତୃବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଉ ସିଧାସଳଖ ଭାବରେ ପାକିସ୍ତାନ ନା ନନେଇ ତାକୁ ସମାଲୋଚନା ମଧ୍ୟ କରିବା ସହ ଆତଙ୍କବାଦର କାର୍ଯ୍ୟ ପାଇଁ ପାକିସ୍ତାନକୁ ସମାଲୋଚନା ମଧ୍ୟ କରିଛନ୍ତି।
ଘରୋଇ କଂପାନୀ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ପ୍ରାଇଭେଟ କଂପାନୀରେ କାମ କରୁଥିବା କର୍ମଚାରୀ ମାନଙ୍କୁ ସୁପ୍ରିମ କୋର୍ଟରୁ ଖୁବଶୀଘ୍ର ମିଳିବ ଆରାମ୍ । ସୁପ୍ରିମକୋର୍ଟଙ୍କ ଗୋଟିଏ ନିଷ୍ପତ୍ତିରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପେନସନ୍ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇପାରେ ।
ଘରେ ୪ ବୋତଲରୁ ଅଧିକ ମଦ ରଖିଲେ ଆପଣଙ୍କୁ ଦେବାକୁ ପଡ଼ିବ ୬୩ ହଜାର ଟଙ୍କାର ଜୋରିମାନା ରାଶି। ଅବକାରୀ ବିଭାଗ ଚଢ଼ାଉ କରିବା ସମୟରେ ଏହା ଜଣାପଡ଼ିଲେ ଆପଣଙ୍କୁ ଫାଇନ୍ ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ
ଉଷ୍ମ ହେଉଛି ଜାତୀୟ ସ୍ତରର ରାଜନୀତି। ଖାସ୍ କରି ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ପଞ୍ଜାବ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ହୋଇଛି
ଅଶୋଧିତ ତୈଳ ଆମଦାନୀ କରୁଥିବା ଦେଶ ମଧ୍ୟରେ ଭାରତ ହେଉଛି ତୃତୀୟ ବୃହତ୍ତମ ଦେଶ। ଭାରତ ବର୍ତ୍ତମାନ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ମୁଖ୍ୟତ ଗଲ୍ଫ ଦେଶ ଉପରେ ନିର୍ଭରଶୀଳ। କିନ୍ତୁ ନିକଟରେ ଦେଶର ଅଶୋଧିତ ତୈଳ ଆମଦାନୀ ମିଶ୍ରଣରେ ପଶ୍ଚିମ ଆଫ୍ରିକା ଏବଂ ଆମେରିକାର ଅଂଶ ବୃଦ୍ଧି ପାଇଛି। ତେବେ ଏଠାରୁ ଉତ୍ପାଦନ ହେଉଥିବା ତୈଳ ହାଲୁକା ଗ୍ରେଡ୍ ଅଶୋଧିତ ତୈଳ ବୋଲି ଜଣାପଡିଛି।
ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଶୁକ୍ରବାର ହୋଇଥିବା ଶୁଟ୍ ଆଉଟ୍କୁ ନେଇ ଖେଳିଯାଇଛି ଆତଙ୍କ। ଘଟଣାର ପୂରା ବିବରଣୀ ଶୁଣାଇଛନ୍ତି ଦିଲ୍ଲୀ ପୋଲିସ ଏସଆଇ ବୀର ସିଂହ।
ଆପଣ ସୁନା କିଣିବା ଲାଗି ଇଚ୍ଛା ରଖିଛନ୍ତି କି? ଯଦି ହଁ ତେବେ ଆପଣ ଆଜି ହିଁ କିଣିନିଅନ୍ତୁ। କାରଣ ଆଜି ଉଭୟ ଧାତୁ ଅର୍ଥାତ୍ ସୁନା ଓ ରୂପା ଦରରେ ହ୍ରାସ ହୋଇଛି। ମୋଟ୍ ଉପରେ କହିବାକୁ ଗଲେ ଗତ ଦୁଇ ଦିନ ହେବ ସୁନା ଓ ରୂପା ଦର କମିବାରେ ଲାଗିଛି
ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍। ଯାହାର ମଡେଲ ଦେଖିବାକୁ ଖୁବ ସୁନ୍ଦର। ଏଥିରେ ନିଜେ ଯିବା ସହିତ ମାଲ ପରିବହନ ଓ ଜରୁରୀକାଳୀନ ସେବା ଯୋଗାଇ ହେବ। ତେବେ ଏହି ଫ୍ଲାଇଙ୍ଗ କାର ଲଞ୍ଚ ହେବାର ତାରିଖ ଜାଣି ନିଅନ୍ତୁ...
ଓ୍ୱାସିଂଟନରେ ମୋଦି-ବାଇଡେନ୍ ଭେଟ । ହ୍ୱାଇଟ୍ ହାଉସ୍ରେ ଉଭୟଙ୍କ ମଧ୍ୟରେ ଆଲୋଚନା । ସୂଚନା ଅନୁସାରେ ଭାରତ-ଆମେରିକା ସଂପର୍କକୁ ଆଉ ପାଦେ ଆଗେଇ ନେବା ପାଇଁ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେଉଛି ।
୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶୁଭମ୍ କୁମାର ଟପ୍ପର । ୟୁପିଏସି ଦ୍ୱାରା ପରିଚାଳିତ ୨୦୨୦ର ସିଭିଲ୍ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି ।
ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍। ଯାହାର ମଡେଲ ଦେଖିବାକୁ ଖୁବ ସୁନ୍ଦର। ଏଥିରେ ନିଜେ ଯିବା ସହିତ ମାଲ ପରିବହନ ଓ ଜରୁରୀକାଳୀନ ସେବା ଯୋଗାଇ ହେବ। ଆସନ୍ତା ଅକ୍ଟୋବର ମାସରେ ଏମିତି ଏକ କାର ଲଞ୍ଚ ହେବାକୁ ଯାଉଛି।
ଆପଣ ସୁନା କିଣିବା ପାଇଁ ଇଚ୍ଛା ରଖିଛନ୍ତି କି? ତେବେ ଆଜି ହିଁ କିଣି ନିଅନ୍ତୁ। କାରଣ ଆଜି ସୁନା ଦରରେ ହ୍ରାସ ହୋଇଛି। କିଛି ସପ୍ତାହ ଧରି ସ୍ଥିର ହ୍ରାସ ଦେଖୁଥିବା ସୁନା, ୨୪ ସେପ୍ଟେମ୍ବର ଅର୍ଥାତ୍ ଆଜି ବି ହ୍ରାସ ପାଇଛି। ଡଲାର ଦୁର୍ବଳ ହେତୁ ଆନ୍ତର୍ଜାତୀୟ ବଜାର ସାମାନ୍ୟ ମଜବୁତ ହୋଇଛି ଦର
ବିହାରର ଏକ କୋର୍ଟ ଜଣେ ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ମନକୁ ଛୁଇଁବା ପରି ରାୟ ଶୁଣାଇଛନ୍ତି। ଘଟଣାଟି ଆସିଛି ବିହାରର ମଧୁବଣୀରୁ।
ହାତରେ ଆଉ ମାତ୍ର କେଇଟା ଦିନ ବାକି। ବଦଳିବାକୁ ଯାଉଛି ଟଙ୍କା ପଇସା ସଂପର୍କୀତ ନିୟମ। ଏଣିକି ଆପଣଙ୍କୁ ନ ଜଣାଇ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କେହି ନେଇ ପାରିବେ ନାହିଁ। ଜାଣନ୍ତୁ, କ’ଣ ସେହି ନିୟମ?
ଦିଲ୍ଲୀର ରେସ୍ତୋରାଁରେ ଶାଢ଼ୀ ପିନ୍ଧିଥିବା ବିବାଦକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ I ଦିଲ୍ଲୀ ପୋଲିସକୁ ମାମଲାର ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ତଲବ କରିଛନ୍ତି
ଆପ୍ରେ ଯୋଗ ଦେଇପାରନ୍ତି ବଲିଉଡ଼୍ ଅଭିନେତା ସୋନୁ ସୁଦ୍। ଦଳରେ ଯୋଗ ଦେବା ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗିରହିଛି। ବଲିଉଡ ଅଭିନେତା ସୋନୁ ସୁଦ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗଦେବା ଚର୍ଚ୍ଚା ଖୁବ୍ଶୀଘ୍ର ଶେଷ ହୋଇପାରେ।
ନିର୍ମାଣ ହେଲା ଭାରତର ପ୍ରଥମ ଇଲେକ୍ଟ୍ରିକ୍ ଫ୍ଲାଇଙ୍ଗ କାର୍ । ଚେନ୍ନାଇ ସ୍ଥିତ ଏକ ଭାରତୀୟ ଷ୍ଟାର୍ଟ ଅପ୍ ଏସିଆର ପ୍ରଥମ ଫ୍ଲାଇଙ୍ଗ କାର ନିର୍ମାଣ କରିଛି । ଏହାକୁ ନେଇ ନାଗରିକ ବିମାନ ମନ୍ତ୍ରୀ ବିଶ୍ୱରେ ଖୁସି ବ୍ୟକ୍ତ କରିଛନ୍ତି ।
ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍। ଗତ ୨୪ ଘଂଟାରେ ଦେଶରେ ୩୧,୩୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍ ୩,୩୫,୯୪,୮୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୩୬୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା
ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ଚଳିବ ନାହିଁ ସେମାନଙ୍କ ମନମାନି। କାରଣ ଏଣିକି ଆଉ ଦିନ ୧୦ ଟା ନୁହେଁ ବରଂ ସକାଳ ୯ଟା ସୁଦ୍ଧା ନିଜ ନିଜ ଅଫିସ୍ରେ ପହଞ୍ଚିବେ କର୍ମଚାରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପରିକଳ୍ପନା। ଅତ୍ୟାଧୁନିକ ଇଂଜିନିୟରିଂର ଚମତ୍କାରିତା। ୨୦୨୩ ମାର୍ଚ୍ଚରେ ଖୋଲିବ ବିଶ୍ୱର ଦୀର୍ଘତମ ରାଜପଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ। ଦିଲ୍ଲୀରୁ- ମୁମ୍ବାଇ ୧୩୮୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୨ ଘଣ୍ଟା
ଛତିଶଗଡର କୋରବା ବାଲକୋନଗରରେ ଜଣେ ନିରୀହ ଶିଶୁ ମାଆଠାରୁ କ୍ଷୀର ପିଇବାକୁ ବାରମ୍ବାର ଜିଦ୍ ଧରିବାରୁ ଏଥିରେ ରାଗିଯାଇ ମାଆ ପିଲାଟିକୁ ଜୋରରେ ମାଡ଼ ମାରିଥିଲେ, ଯେଉଁ କାରଣରୁ ଶିଶୁଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ନିଜ ସନ୍ତାନର ହତ୍ୟା ଅଭିଯୋଗରେ ପୋଲିସ ମାଆକୁ ଗିରଫ କରିଛି। ଏହି ହୃଦୟ ବିଦାରକ ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।