Advertisment

ଆଜି ବି ଏତିକି ଟଙ୍କା କମିଲା ସୁନା ଦର, ଶୀଘ୍ର କିଣିନିଅନ୍ତୁ...ନଚେତ୍‌

ଆପଣ ସୁନା କିଣିବା ଲାଗି ଇଚ୍ଛା ରଖିଛନ୍ତି କି? ଯଦି ହଁ ତେବେ ଆପଣ ଆଜି ହିଁ କିଣିନିଅନ୍ତୁ। କାରଣ ଆଜି ଉଭୟ ଧାତୁ ଅର୍ଥାତ୍‌ ସୁନା ଓ ରୂପା ଦରରେ ହ୍ରାସ ହୋଇଛି। ମୋଟ୍‌ ଉପରେ କହିବାକୁ ଗଲେ ଗତ ଦୁଇ ଦିନ ହେବ ସୁନା ଓ ରୂପା ଦର କମିବାରେ ଲାଗିଛି

author-image
Sarbeswar
undefined

gold price

ନୂଆଦିଲ୍ଲୀ: ଆପଣ ସୁନା କିଣିବା ଲାଗି ଇଚ୍ଛା ରଖିଛନ୍ତି କି? ଯଦି ହଁ ତେବେ ଆପଣ ଆଜି ହିଁ କିଣିନିଅନ୍ତୁ। କାରଣ ଆଜି ଉଭୟ ଧାତୁ ଅର୍ଥାତ୍‌ ସୁନା ଓ ରୂପା ଦରରେ ହ୍ରାସ ହୋଇଛି। ମୋଟ୍‌ ଉପରେ କହିବାକୁ ଗଲେ ଗତ ଦୁଇ ଦିନ ହେବ ସୁନା ଓ ରୂପା ଦର କମିବାରେ ଲାଗିଛି। ତେଣୁ ଲୋକମାନେ ଜୁଏଲାର୍ସରେ ଭିଡ଼ ଲଗାଇଛନ୍ତି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନର ରିପୋର୍ଟ ଅନୁସାରେ, ସୁନା ଆଜି ୪୩୮ ଟଙ୍କା ଶସ୍ତା ହୋଇଛି। ତେବେ ୧୦ ଗ୍ରାମ ପି ୪୬୨୫୬ ଟଙ୍କା ରହିଛି ସୁନା ଦର। ସେହିପରି ରୂପା ଦର ୧୧୩ ଟଙ୍କା ହ୍ରାସ ହୋଇଛି। ଆଜି ରୂପାର ଦର ୬୦୬୭୫ ଟଙ୍କା ରହିଛି। ଏଥି ସହିତ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଫ୍ୟୁଚର ମୂଲ୍ୟ (MCX ଉପରେ ସୁନା ମୂଲ୍ୟ) ୪୬୦୭୦ ଏବଂ ରୂପା ଫ୍ୟୁଚର ମୂଲ୍ୟ ୬୦୬୩୦ରହିଛି। କିନ୍ତୁ ଆଗାମୀ ଦିନରେ ପାର୍ବଣ ଋତୁ ଆସୁଥିବାରୁ ସୁନା ଏବଂ ରୂପା ଦର ବଢିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Advertisment

ସୂଚନା ଅନୁସାରେ, ଡଲାର ଦୁର୍ବଳ ହେତୁ ଆନ୍ତର୍ଜାତୀୟ ବଜାର ସାମାନ୍ୟ ମଜବୁତ ହୋଇଛି ଦର। ଗତକାଲି ଘରୋଇ ବଜାରରେ ଥିବା ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅକ୍ଟୋବର ଚୁକ୍ତି ସୁନାରେ ୦.୦୬ ପ୍ରତିଶତ ହ୍ରାସ ଘଟିଥିଲାଏବଂ ସୁନା ୧୦ ଗ୍ରାମ୍‌ ପ୍ରତି ୪୬,୦୩୦ ରହିଥିଲା। ଏହାସହ ରୂପା କିଲୋଗ୍ରାମରେ ୬୦,୬୯୮ ଟଙ୍କା ରହିଥିଲା। ତେବେ ଗତକାଲି ସକାଳୁ ସୁନା ଓ ରୂପା ଦର ବଢିଥିବା ବେଳେ ପୁଣି ଥରେ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା।

Advertisment

ଯଦି ଆମେ ପ୍ରମୁଖ ସହରଗୁଡିକରେ ସୁନା ମୂଲ୍ୟକୁ ଦେଖିବା, ତେବେ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୫,୭୪୦ ଏବଂ ୨୪ କ୍ୟାରେଟ୍ ସୁନା ୪୯,୮୯୦, ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦର ୪୫,୨୯୦ ଏବଂ ୨୪ କ୍ୟାରେଟ୍ ସୁନା ୪୬,୨୯୦ରେ ଚାଲୁଛି | କୋଲକାତାରେ ୨୨ କ୍ୟାରେଟ୍ ସୁନା ୪୫,୮୯୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ୪୮,୫୯୦ ଟଙ୍କା ରହିଛି। ସେହିପରି ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୩,୫୭୦ ଏବଂ ୨୪ କ୍ୟାରେଟ୍ ୪୭,୫୩୦ ଟଙ୍କା ରହିଛି।

Gold Price Silver Price
Advertisment
Advertisment