Advertisment

UPSC Results: ଦେଶରେ ଶୁଭମ୍ ଓଡ଼ିଶାରେ ଜୁବିନ ମହାପାତ୍ର ଟପ୍ପର

୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶୁଭମ୍ କୁମାର ଟପ୍ପର । ୟୁପିଏସି ଦ୍ୱାରା ପରିଚାଳିତ ୨୦୨୦ର ସିଭିଲ୍ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି ।

author-image
Satyendu Shekher Mishra
UPSC

UPSC

ନୂଆଦିଲ୍ଲୀ: ୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶୁଭମ୍ କୁମାର ଟପ୍ପର । ୟୁପିଏସି ଦ୍ୱାରା ପରିଚାଳିତ ୨୦୨୦ର ସିଭିଲ୍ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ୍ ୭୬୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୨୬୩ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୮୬ ଜଣ ଏସ୍‌ସିବିସି, ୨୨୯ ଜଣ ଓବିସି, ୧୨୨ ଜଣ ଏସ୍‌ସି ଏବଂ ୬୧ ଜଣ ଏସ୍‌ଟି ବର୍ଗର ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।  ସେହିପରି ୧୫୦ ଜଣ ରିଜର୍ଭ ତାଲିକାରେ ରହିଛନ୍ତି। ସେଥିରୁ ୭୫ ଜଣ ଜେନେରାଲ୍, ୧୫ ଜଣ EWS, ୫୫ ଜଣ ଓବିସି, ୫ଜଣ ଏସସି ଓ ଜଣେ ଏସଟି ରହିଛନ୍ତି ।

Advertisment

ଏଥିରେ ଶୁଭମ କୁମାର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ ଜାଗୃତି ଅଓ୍ୱସ୍ତି ଦ୍ୱିତୀୟ ଓ ଅଙ୍କିତା ଜୈନ ୩ୟ ସ୍ଥାନ ହାସଲ କରିଛନ୍ତି । ୨୪ ବର୍ଷୀୟା ଜାଗୃତି ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଓ ଭେଲ୍ ସହିତ କାମ କରିଛନ୍ତି । ୟଶ ଜାଲୁକା ଚତୁର୍ଥ ଏବଂ ମମତା ଯାଦବ ପଞ୍ଚମ ସ୍ଥାନରେ ରହିଛନ୍ତି ।

Advertisment

କୃତୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୬ଜଣ ଆଇ୍ଏଫ୍ଏସ୍ ଓ ୨ ଶହ ଜଣଙ୍କୁ ଆଇପିଏସ୍ ଭାବେ ନିଯୁକ୍ତି ମିଳିବ । 

ସେହିପରି ଓଡ଼ିଶାର ଜୁବିନ ମହାପାତ୍ର ୪୬ତମ ରାଙ୍କରେ ଥିବା ବେଳେ ଆଶିଷ କୁମାର ୫୨ତମ ରାଙ୍କରେ, ଶୁଭଙ୍କର ବଳ ୭୯ତମ, ରୀନା ପ୍ରଧାନ ୧୯୪ତମ‍, ପୂର୍ବି ନନ୍ଦ ୨୪୪, ନଜଜ୍ୟୋତି ମିଶ୍ର ୩୯୫, ବବିତାରାଣୀ ସ୍ୱାଇଁ ୪୬୪, ଅଙ୍କିତ ମିଶ୍ର ୫୨୨, ସୁଧାଂଶୁ ନାୟକ ୬୨୦ ଓ ଜିତେନ୍ଦ୍ର କୁମାର ମିଶ୍ର ୬୫୮ ସ୍ଥାନରେ ରହିଛନ୍ତି।

ଶ୍ରେଷ୍ଠ ୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଏବଂ ୧୨ ଜଣ ମହିଳା ରହିଛନ୍ତି । ସିଭିଲ୍ ସର୍ଭିସେସ୍ ୨୦୨୦ ପ୍ରାଥମିକ ପରୀକ୍ଷା ଏବଂ ମୁଖ୍ୟ ପରୀକ୍ଷା ରେଜଲ୍ଟ www.upsc.gov.in ୱେବସାଇଟକୁ ଯାଇ ଦେଖିପାରିବେ ।

UPSC IPS Ias Topper
Advertisment
Advertisment