ଅଶୋଧିତ ତୈଳ ଆମଦାନୀ କରୁଥିବା ଦେଶ ମଧ୍ୟରେ ଭାରତ ହେଉଛି ତୃତୀୟ ବୃହତ୍ତମ ଦେଶ। ଭାରତ ବର୍ତ୍ତମାନ ଏହାର ଆବଶ୍ୟକତା ପୂରଣ କରିବା ପାଇଁ ମୁଖ୍ୟତ ଗଲ୍ଫ ଦେଶ ଉପରେ ନିର୍ଭରଶୀଳ। କିନ୍ତୁ ନିକଟରେ ଦେଶର ଅଶୋଧିତ ତୈଳ ଆମଦାନୀ ମିଶ୍ରଣରେ ପଶ୍ଚିମ ଆଫ୍ରିକା ଏବଂ ଆମେରିକାର ଅଂଶ ବୃଦ୍ଧି ପାଇଛି। ତେବେ ଏଠାରୁ ଉତ୍ପାଦନ ହେଉଥିବା ତୈଳ ହାଲୁକା ଗ୍ରେଡ୍ ଅଶୋଧିତ ତୈଳ ବୋଲି ଜଣାପଡିଛି।