Advertisment

କାଲି ଭାରତ ବନ୍ଦ

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ୍‌ ବିରୋଧରେ ସେପ୍ଟେମ୍ବର ୨୭ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ୪୦ଟି କିଷାନ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bharat Bandh

Bharat Bandh

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ୍‌ ବିରୋଧରେ ସେପ୍ଟେମ୍ବର ୨୭ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ୪୦ଟି କିଷାନ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ଲୋକଙ୍କୁ ଅପିଲ କରିଛି। ଏହାସହ ବନ୍ଦ ଡାକରାରେ ରାଜନୈତିକ ଦଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ସାମିଲ ହେବା ପାଇଁ ମଧ୍ୟ ଅପିଲ କରାଯାଇଛି।  ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ବନ୍ଦ ଡାକରାରେ ଅନେକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। 

Advertisment

ନୂଆ କୃଷି ନୀତିକୁ ନେଇ ୧୦ ମାସ ଧରି ଚାଲିଥିବା ଆନ୍ଦୋଳନକୁ ୧୦ ମାସ ପୂରଣ ହେଉଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଏହାସହ କିଛି ସଂଗଠନ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅପିସର୍ସ କନ୍‌ଫେଡ୍ରେସନ୍‌ ମଧ୍ୟ ଏହାକୁ ସମର୍ଥନ କରିଛି। ସକରାର ଚାଷୀଙ୍କ ସହ ଆଲୋଚନ କରି ୩ଟି କୃଷି ଆଇନ୍‌କୁ ରଦ୍ଦ କରିବା ପାଇଁ ଦାବି କରାଯାଇଛି। 

ଅନ୍ୟପକ୍ଷେ, ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସହରର ସୀମାରେ ୩ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ କାହାକୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।

Advertisment

ସେପ୍ଟେମ୍ବର ୨୭ ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ଡାକରା ପାଳନ କରାଯିବ। ଏହି ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ. ବଜାର, ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ସମସ୍ତ ଜରୁରୀକାଳୀନ ପ୍ରତିଷ୍ଠାନ, ସେବା, ଡାକ୍ତରଖାନା, ଔଷଧ ଦୋକାନ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଏବଂ ବ୍ୟକ୍ତିଗତ ଜରୁରୀକାଳୀନ ପରିସ୍ଥିତି ଥିବା ଲୋକଙ୍କୁ ଏହି ବନ୍ଦରୁ ବାଦ୍‌ ଦିଆଯାଇଛି।

Bharat Bandh Farmers Strike
Advertisment
Advertisment