Advertisment

କୋର୍ଟ ଭିତରେ ଗୁଳିମାଡ଼ ଘଟଣାରେ ୨ ଗିରଫ

ଦିଲ୍ଲୀର ଏକ କୋର୍ଟରୁମ୍‌ରେ ଶୁଟ୍‌ଆଉଟ୍‌(ଗୁଳିମାଡ଼) ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ଏହି ୨ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Shootout At Delhi Court

Shootout At Delhi Court

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟରୁମ୍‌ରେ ଶୁଟ୍‌ଆଉଟ୍‌(ଗୁଳିମାଡ଼) ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ୍‌ ସେଲ୍‌ ଏହି ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ପଶ୍ଚିମ ଦିଲ୍ଲୀ ହାଇଦରପୁରର ଉମଙ୍ଗ ଓ ବିନୟ। ୨ ଦିନ ପୂର୍ବେ କୋର୍ଟରୁମ୍‌ରେ ଶୁଟ୍‌ଆଉଟ୍‌ରେ ଜଣେ ଗ୍ୟାଙ୍ଗଷ୍ଟର ଓ ୨ ଜଣ ଆକ୍ରମଣକାରୀ ନିହତ ହୋଇଥିଲେ। 

Advertisment

ରୋହିଣୀ କୋର୍ର ଗେଟ୍‌ ନଂ୪ର ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍‌ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଆକ୍ରମଣ ଦିନ ଉମଙ୍ଗ ଓ ୨ ଶୁଟର ରୋହିଣୀ ସେକ୍ଟର ୯ ସ୍ଥିତ ଏକ ମଲ୍‌ରେ ପହଞ୍ଚିଥିଲେ। ସେଠାରେ ସେମାନେ ଓକିଲଙ୍କ ଭଳି ଡ୍ରେସ୍‌ ପିନ୍ଧି ନିଜର ବେଶ ବଦଳାଇଥିଲେ ଓ ଏହାପରେ କୋର୍ଟ ଆସିଥିଲେ। ପୂର୍ବ ଯୋଜନା ମୁତାବକ, ଉମଙ୍ଗ କୋର୍ଟ ବାହାରେ କାର୍‌ ଧରି ଅପେକ୍ଷା କରିଥିଲା। ଶୁଟ୍‌ରମାନେ ସେମାନଙ୍କ କାର୍ଯ୍ୟ ଶେଷ କରିବା ପରେ ଉକ୍ତ କାର୍‌ରେ ଫେରାର ହେବା ପାଇଁ ଯୋଜନା କରିଥିଲା। ହେଲେ ସେମାନଙ୍କର ଏହି ଯୋଜନା ଫେଲ୍‌ ମାରିଥିଲା। ପୋଲିସ୍‌ ଗୁଳିରେ ୨ ଶୁଟର ନିହତ ହୋଇଥିଲେ। ଏହାପରେ ଉମଙ୍ଗ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। 

ଗତ ଶୁକ୍ରବାର ଓକିଲଙ୍କ ଭଳି ଡ୍ରେସ୍‌ ପିନ୍ଧି ଦୁର୍ବୃତ୍ତମାନେ କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ଉପରକୁ ୩ ଥର ଗୁଳି ଚାଳନା କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀମାନେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ରଙ୍କୁ ନେଇ ଯାଉଥିଲେ। ଆକ୍ରମଣକାରୀମାନେ ଗୁଳି ଚାଳନା କରିବା ଫଳରେ ପୋଲିସ୍‌ ଗୁଳି ଚାଳନା କରିଥିଲା ଓ ଏଥିରେ ୨ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିଲା। 

Advertisment

ଦୀର୍ଘ ବର୍ଷ ଧରି ଜିତେନ୍ଦ୍ରର ଗ୍ୟାଙ୍ଗ ଓ ଟିଲୁ ଗ୍ୟାଙ୍ଗ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଫଳରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଉପରେ ଗୁଳି ଚାଳଣା କରିବାରୁ ପୋଲିସ୍‌ ଏହି ସମୟରେ ଆକ୍ରମଣକାରୀଙ୍କ ଉପରେ ଗୁଳି ଚାଳଣା କରିଥିଲା।  ତେବେ ଏହା ଗ୍ୟାଙ୍ଗ୍‌ ୱାର୍‌ ନୁହେଁ ବୋଲି ଦିଲ୍ଲୀ ପୋଲିସ୍‌ କମିଶନର କହିଛନ୍ତି। ଏହି ୨ ଗ୍ୟାଙ୍ଗ୍‌ ମଧ୍ୟରେ ସଂଘର୍ଷକୁ ନେଇ ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

Gangster Dead Shootout At Court Delhi
Advertisment
Advertisment