Advertisment

ଭାରତରେ ଚାଲିବ ଫ୍ଲାଇଙ୍ଗ କାର୍, ଅକ୍ଟୋବରରେ ହୋଇପାରେ ଲଞ୍ଚ

ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍। ଯାହାର ମଡେଲ ଦେଖିବାକୁ ଖୁବ ସୁନ୍ଦର। ଏଥିରେ ନିଜେ ଯିବା ସହିତ ମାଲ ପରିବହନ ଓ ଜରୁରୀକାଳୀନ ସେବା ଯୋଗାଇ ହେବ। ଆସନ୍ତା ଅକ୍ଟୋବର ମାସରେ ଏମିତି ଏକ କାର ଲଞ୍ଚ ହେବାକୁ ଯାଉଛି।

author-image
Pallipuspa Samal
Flying Car

Flying Car

ନୂଆଦିଲ୍ଲୀ: ବିମାନ ଯେମିତି ଆକାଶରେ ଉଡୁଛି, ଠିକ ସେମିତି ଆକାଶରେ ଉଡ଼ିବ କାର୍। ଖୁବ୍ ଶୀଘ୍ର ଆପଣ ଉଡ଼ନ୍ତା କାରରେ ବସି ବିଭିନ୍ନ ସ୍ଥାନକୁ ଯାଇପାରିବେ। ଆଉ ମାତ୍ର କେଇଟା ଦିନ ଭିତରେ ଆମ ଭାରତରେ କାରରେ ବସି ଆକାଶରେ ଉଡ଼ିବାର ସ୍ଵପ୍ନ ପୂରଣ ହେବାକୁ ଯାଉଛି। ଏବେ ଭିନାଟା ଏରୋମୋବିଲିଟି କମ୍ପାନୀ ଭାରତରେ ଏହି ଉଡନ୍ତା କାର ଚଳାଇବାକୁ ଯାଉଛି। ଚେନ୍ନାଇର ଏହି ଷ୍ଟାର୍ଟଅପ୍ କମ୍ପାନୀ ଦ୍ୱାରା ହାଇବ୍ରିଡ୍ ଫ୍ଲାଇଙ୍ଗ୍ କାର୍ ତିଆରି କରାଯାଉଛି।

Advertisment

ଦେଶରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍। ଯାହାର ମଡେଲ ଦେଖିବାକୁ ଖୁବ ସୁନ୍ଦର। ଏଥିରେ ନିଜେ ଯିବା ସହିତ ମାଲ ପରିବହନ ଓ ଜରୁରୀକାଳୀନ ସେବା ଯୋଗାଇ ହେବ। ଆସନ୍ତା ଅକ୍ଟୋବର ମାସରେ ଏମିତି ଏକ କାର ଲଞ୍ଚ ହେବାକୁ ଯାଉଛି।

Advertisment

ଭାରତର ପ୍ରଥମ ଫ୍ଲାଇଙ୍ଗ କାର ମଡେଲର ସମୀକ୍ଷା କରାଯାଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରଥମେ ଏହି କାରର ମଡେଲକୁ ଦେଖା ଯାଇଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିନାଟା ଏରୋମୋବିଲିଟିର ଟିମ୍‌କୁ ଭେଟି ମଡେଲ ଫ୍ଲାଇଙ୍ଗ କାରକୁ ଯାଞ୍ଚ କରିଥିଲେ। ଏହା ଏସିଆର ପ୍ରଥମ ହାଇବ୍ରିଡ । ଫ୍ଲାଇଙ୍ଗ କାର ହେବ ବୋଲି ସିନ୍ଧିଆ କହିବା ସହ ଏହି ଉଡ଼ନ୍ତା କାର୍ ବ୍ୟବହାରିକ ଭାବେ ତିଆରି ହେବା ପରେ ଜରୁରୀ ମେଡିକାଲ ସେବା ପାଇଁ ଖୁବ୍ ଉପଯୋଗୀ ହେବ ବୋଲି କହିଛନ୍ତି।

ଷ୍ଟାର୍ଟଅପ୍ କମ୍ପାନୀ ଭିନାଟା ଏରୋମୋବିଲିଟି ନିଜର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ହାଇବ୍ରିଡ୍ ଫ୍ଲାଇଙ୍ଗ୍ କାରକୁ ଅପଲୋଡ୍ କରିଛି। ଗତ ଅଗଷ୍ଟ ୧୪ ତାରିଖରେ ଅପଲୋଡ ହୋଇଥିବା ଏହି ୩୬ ସେକେଣ୍ଡର ଭିଡିଓରେ କୁହାଯାଇଛି ଆସନ୍ତା ଅକ୍ଟୋବର ୫ ତାରିଖରେ ଫ୍ଲାଇଙ୍ଗ୍ କାରଟି ଲଣ୍ଡନରେ ଲଞ୍ଚ ହେବ। ତେବେ ଏହାର ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ଦିଆୟାଇ ନାହିଁ।

ସାଧାରଣ କାର୍ ଯେମିତି ଦେଖିବାକୁ ଉଡ଼ନ୍ତା କାରଟି ଠିକ୍ ସେହି ଭଳି। କିନ୍ତୁ ଉଡ଼ନ୍ତା କାରରେ ଦୁଇଟି ଇଞ୍ଜିନ ରହିଛି। ଏଥିରେ ପେଟ୍ରୋଲ୍, ଡିଜେଲ ସହିତ ଏକ ଇଲେକ୍ଟ୍ରିକ ମୋଟର ବି ରହିଛି। ମେଡ୍ ଇନ୍ ଇଣ୍ଡିଆ ଫ୍ଲାଇଙ୍ଗ୍ କାର୍ ଉଭୟ ବିଦ୍ୟୁତ୍ ଓ ବାୟୋ ଇନ୍ଧନରେ ମଧ୍ୟ ଚାଲି ପାରିବ। ଯାହାଦ୍ୱାରା ଏହାର ଉଡ଼ାଣ କ୍ଷମତା ବୃଦ୍ଧି ହୋଇପାରିବ। ତେବେ କମ୍ପାନୀ ସିନ୍ଧିଆଙ୍କ ନିକଟରେ ଯେଉଁ କନସେପ୍ଟ ଉପସ୍ଥାପନ କରିଛି, ତାହାର ମଡେଲ ଅନୁଯାୟୀ ଏଥିରେ ଦୁଇ ଜଣ ଯାତ୍ରୀ ବସି ଯାଇ ପାରିବେ।

Flying Car New Delhi
Advertisment
Advertisment