Advertisment

କଂଗ୍ରେସରେ ଯୋଗ ଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ

ଅପେକ୍ଷାର ହେଲା ଅନ୍ତ, ଶେଷରେ କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଯୋଗଦେବା ନେଇ ସୂଚନା ମିଳିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏହି ଦୁଇ ନେତା।

author-image
Sarbeswar
ଅଦ୍ୟତନ ହୋଇଛି
Congress

Congress

ନୂଆଦିଲ୍ଲୀ: ଅପେକ୍ଷାର ହେଲା ଅନ୍ତ, ଶେଷରେ କଂଗ୍ରେସରେ ଯୋଗଦେଲେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀ । ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଯୋଗଦେବା ନେଇ ସୂଚନା ମିଳିଛି । ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏହି ଦୁଇ ନେତା।

Advertisment

ସୂଚନା ଅନୁସାରେ, ଉଷ୍ମ ହେବାରେ ଲାଗିଛି ଜାତୀୟ ସ୍ତରର ରାଜନୀତି। ଖାସ୍‌ କରି ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ପଞ୍ଜାବ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍‌ ସରଗରମ ହୋଇଛି। ଗୁଜୁରାଟ ଏବଂ ପଞ୍ଜାରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ଅନେକ ନେତା ଦଳ ବଦଳ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ପୂର୍ବରୁ ଚର୍ଚ୍ଚା ହେଉଥିଲା କି ସିପିଆଇ ନେତା ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ସଭାପତି କହ୍ନେୟା କୁମାର କଂଗ୍ରେସରେ ଯୋଗ ଦେବେ ବୋଲି। ଏହାସହ ଗୁଜରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଭାନୀ ମଧ୍ୟ କଂଗ୍ରେସରେ ଯୋଗଦେବାକୁ ସଜବାଜ ହେଉଛନ୍ତି। ସମ୍ବାଦ ସରବରାହ ସଂସ୍ଥା ANI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୨୮ ରେ କଂଗ୍ରେସରେ ଏହି ଦୁଇ ନେତା ଯୋଗ ଦେବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ସବୁ ଚର୍ଚ୍ଚାରେ ପୁଃନଚ୍ଛେଦ ପଡ଼ିଛି। ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି ଏହି ଦୁଇ ନେତା।

Advertisment
Congress Jignesh Mevani Kanhaiya Kumar
Advertisment
Advertisment