Advertisment

ଭାରତ ସରକାରଙ୍କୁ ଚିଠି ଲେଖିଲା ତାଲିବାନ : କାବୁଲ-ନୂଆଦିଲ୍ଲୀ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଅନୁରୋଧ

ଚିଠିରେ ତାଲିବାନୀମନ୍ତ୍ରୀ କହିଛନ୍ତି, ନୂଆ ସରକାର ଗଠନ ହେବା ପରେ ଆଫଗାନିସ୍ତାନରେ ରାଜସ୍ୱ ସଂକଟ ଦେଖାଦେଇଛି। ଏହାସହ ଆମେରିକା ସୈନ୍ୟ ମଧ୍ୟ କାବୁଲ ଏୟାରପୋର୍ଟରେ ଅନେକ କ୍ଷୟକ୍ଷତି କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ କତାର ବୈଷୟିକ ଟିମ୍‌ ସହାୟତାରେ ବିମାନ ବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। ଏନେଇ ସେପ୍ଟେମ୍ବର ୬ରେ ବିଧିବଦ୍ଧ ନୋଟିସ୍‌ ମଧ୍ୟ ହୋଇଛି।

author-image
Sarbeswar
ଅଦ୍ୟତନ ହୋଇଛି
କରୋନା ମୃତକଙ୍କ ପରିବାରର ଜଣକୁ ଚାକିରି ଦେବ ଏହି ସଂସ୍ଥା

air india222

କାବୁଲ: ତାଲିବାନୀ ଶାସନକୁ ନେଇ ଥମିବାରେ ନା ନେଉନାହଁ ଚର୍ଚ୍ଚା। ତାଲିବାନ ସରକାର ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଏବେ ଇଚ୍ଛା ପ୍ରକାଶ କରିଛନ୍ତି। ଜାତୀୟ ଖବର ସରବରାହ ସଂସ୍ଥା ANI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତାଲିବାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ଚିଠି ଲେଖିଥିବା ନେଇ ଜଣାପଡ଼ିଛି । ଏହି ଚିଠି ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ହମିଦୁଲ୍ଲା ଅଖୁନଜଡାଙ୍କ ଦ୍ୱାରା ସିଭିଲ୍ ଆଭିଏସନ୍ ଅଫ୍ ଇଣ୍ଡିଆ (ଡିଜିସିଏ) ର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଲେଖାଯାଇଛି। ତେବେ ବେସାମରିକ ବିମାନ ଚଳାଚଳମନ୍ତ୍ରଣାଳୟ ଚିଠି ଉପରେ ବିଚାର କରୁଛି ଜଣାପଡ଼ିଛି।

Advertisment

ଚିଠିରେ ତାଲିବାନୀମନ୍ତ୍ରୀ କହିଛନ୍ତି, ନୂଆ ସରକାର ଗଠନ ହେବା ପରେ ଆଫଗାନିସ୍ତାନରେ ରାଜସ୍ୱ ସଂକଟ ଦେଖାଦେଇଛି। ଏହାସହ ଆମେରିକା ସୈନ୍ୟ ମଧ୍ୟ କାବୁଲ ଏୟାରପୋର୍ଟରେ ଅନେକ କ୍ଷୟକ୍ଷତି କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ କତାର ବୈଷୟିକ ଟିମ୍‌ ସହାୟତାରେ ବିମାନ ବନ୍ଦର ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି। ଏନେଇ ସେପ୍ଟେମ୍ବର ୬ରେ ବିଧିବଦ୍ଧ ନୋଟିସ୍‌ ମଧ୍ୟ ହୋଇଛି।

Advertisment

କିନ୍ତୁ ଆମେ ସ୍ପଷ୍ଟ କରୁଛୁ କି, ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାରକୁ ଭାରତ ଏପର୍ଯ୍ୟନ୍ତ ସ୍ୱୀକୃତି ଦେଇ ନାହିଁ। ତେବେ ଦୋହାରେ କତାରରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲ ଏବଂ ତାଲିବାନ ନେତା ଶେର ମହମ୍ମଦ ଅବ୍ବାସ ଷ୍ଟଙ୍କଜାଇଙ୍କୁ ଭେଟିଛନ୍ତି। ଆମେରିକୀୟ ସୈନ୍ୟବାହିନୀ କାବୁଲ ଛାଡିବା ପରେ ତାଲିବାନ ୩୦ ଅଗଷ୍ଟରେ ଆଫଗାନିସ୍ତାନ ଦଖଲ କରିଥିଲା। ତେବେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୨୧ ଅଗଷ୍ଟରେ କାବୁଲରୁ ନୂଆଦିଲ୍ଲୀ ଅଭିମୁଖେ ଶେଷ ବିମାନ ଉଡ଼ିଥିଲା ବୋଲି ସୂଚନା ମିଳିଛି।

ଭାରତ ଆଡ଼କୁ ବନ୍ଧୁତାର ହାତ ବଢ଼ାଇଲା କି ତାଲିବାନ୍ ? ପାକିସ୍ତାନର ଦୋମୁହାଁ ନୀତିକୁ ପସନ୍ଦ କରୁନି ନୂଆ ଆଫଗାନ୍ ସରକାର । ତେଣୁ ପାକିସ୍ତାନର ପ୍ରକୃତି ଉପରେ ପ୍ରଶ୍ନ ଉଠାଇଲା ତାଲିବାନ୍ । ଧୋକାବାଜ୍ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ତାଲିବାନୀ ନେତା । ଏକ ମାସ ମଧ୍ୟରେ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଅନେକ ନୂଆ ମୋଡ଼ ଆସିଛି । ଆଉ ଆଜି ପ୍ରଥମ ଥର ପାଇଁ ତାଲିବାନର ଜଣେ ବରିଷ୍ଠ ନେତା ପାକିସ୍ତାନକୁ ଧୋକାବାଜ୍ ଦେଶ ବୋଲି କହିଛନ୍ତି । ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

India Kabul Taliban
Advertisment
Advertisment