କୋଭାକ୍ସିନକୁ ମଞ୍ଜୁରୀ ଦେବାରେ ବିଳମ୍ବ କରୁଛି WHO। ଫଳରେ ଭାରତ ବାୟୋଟେକର କୋଭାକ୍ସିନ ନେଇଥିବା ଭାରତୀୟ ବିଶେଷ କରି ଛାତ୍ରମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେବାରେ ବିଳମ୍ବ କରୁଛି। WHOର ମଞ୍ଜରୀ ନ ମିଳିବା କାରଣରୁ କୋଭାକ୍ସିନକୁ ବିଶ୍ୱର ଅଧିକାଂଶ ଦେଶ ସ୍ୱୀକୃତ ଭାକ୍ସିନ ବୋଲି ମାନିବ ନାହିଁ।
ସିଓଲ୍: ସାରା ବିଶ୍ୱରେ କରାେନା ମହାମାରୀ କାୟା ବିସ୍ତାର କରି ରଖିଥିବା ବେଳେ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦକ୍ଷିଣ କୋରିଆବାସୀଙ୍କୁ ମାସ୍କ ପ୍ରତି ଗରୁତ୍ୱ ନଦେବାକୁ କୁହାଯାଉଛି । ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । […]
ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରୋଚେ ଇଣ୍ଡିଆ ଏବଂ ସିପ୍ଲା ସୋମବାର ଭାରତରେ ରୋଚେର ଆଣ୍ଟିବଡି କକଟେଲ୍ ଆଣିବେ ବୋଲି ମିଳିତ ଭାବେ ଘୋଷଣା କରିଛନ୍ତି । ଏହାର ଡୋଜ ପିଛା ୫୯,୭୫୦ ଟଙ୍କା ରହିବ । ଏହା କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ବେଶ ଉପଯୋଗୀ ।
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଦାଉରେ ଛଟପଟ ହେଉଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନି । ଭାରତରେ ଗତ କିଛି ଦିନ ହେବ ହାତ ଗଣତି କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଅଧିକାଂଶ ରାଜ୍ୟରେ ଏବେ ବି ସଂକ୍ରମଣ ଶିଖର ଛୁଉଁଛି । ତେବେ ଏହାରି ଭିତରେ ଦେଶରେ ୧୯ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସରିଲାଣି । କିନ୍ତୁ କିଛି ରାଜ୍ୟରେ ଟିକା ଅଭାବ ହେତୁ ଟିକାକରଣ ପ୍ରକ୍ରିୟା ଧିମା […]