Advertisment

‘ସ୍କୁଲ୍‌ ବନ୍ଦ ରହିବା କାରଣରୁ ୩୨୦ ନିୟୁତ ପିଲା ପ୍ରଭାବିତ’

କରୋନା କାରଣରୁ ବିଦ୍ୟାଳୟଗୁଡିକ ବନ୍ଦହୋଇ ରହିଛି। କେଉଁଠି ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ତ ପୁଣି କେଉଁଠି ନିଇ ଇଛାରେ ପିଲାଙ୍କୁ ଆସିବା ନେଇ ଅନୁମତି ଦିଆଯାଇଛି। ତେବେ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍‌) ର ବିଶେଷଜ୍ଞଙ୍କ କହିବାନୁସାରେ, ବିଦ୍ୟାଳୟଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବାକୁ ଅନୁମତି ଦେବା ଉଚିତ। ଭାରତରେ ଦୀର୍ଘ ୫୦୦ ଦିନରୁ ଅଧିକ ସମୟ ଧରି ସ୍କୁଲ୍‌ ବନ୍ଦ ରହିବା କାରଣରୁ ପ୍ରାୟ ୩୨୦ ନିୟୁତ ପିଲା ପ୍ରଭାବିତ ହୋଇଛନ୍ତି ବୋଲି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏକ ମତରେ ବିଶେଷଜ୍ଞମାନେ ୟୁନେସ୍କୋର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

author-image
Pramod Behera
Phased school reopening prioritises

Phased school reopening prioritises

ନୂଆଦିଲ୍ଲୀ : କରୋନା କାରଣରୁ ବିଦ୍ୟାଳୟଗୁଡିକ ବନ୍ଦହୋଇ ରହିଛି। କେଉଁଠି ଅନ୍‌ଲାଇନ୍‌ରେ କ୍ଲାସ୍‌ ଚାଲିଛି ତ ପୁଣି କେଉଁଠି ନିଇ ଇଛାରେ ପିଲାଙ୍କୁ ଆସିବା ନେଇ ଅନୁମତି ଦିଆଯାଇଛି। ତେବେ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍‌) ର ବିଶେଷଜ୍ଞଙ୍କ କହିବାନୁସାରେ, ବିଦ୍ୟାଳୟଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବାକୁ ଅନୁମତି ଦେବା ଉଚିତ। ଭାରତରେ ଦୀର୍ଘ ୫୦୦ ଦିନରୁ ଅଧିକ ସମୟ ଧରି ସ୍କୁଲ୍‌ ବନ୍ଦ ରହିବା କାରଣରୁ ପ୍ରାୟ ୩୨୦ ନିୟୁତ ପିଲା ପ୍ରଭାବିତ ହୋଇଛନ୍ତି ବୋଲି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଏକ ମତରେ ବିଶେଷଜ୍ଞମାନେ ୟୁନେସ୍କୋର ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

Advertisment

ତେବେ ସ୍କୁଲ ଖୋଲିବା ପୂର୍ବରୁ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଟିକାକରଣ କଭରେଜ୍ ସ୍ଥିତିକୁ ପରୀକ୍ଷା କରିବା ଆବଶ୍ୟକ ବୋଲି କୁହାଯାଇଛି। ଭାରତରେ କେଉଁ ସମୟରେ ସ୍କୁଲଗୁଡିକ ଖୋଲିବ ଏନେଇ ବୈଜ୍ଞାନିକ ଚୁକ୍ତି ଅଭାବ ଥିବା ବିଶେଷଜ୍ଞମାନେ ପୂର୍ବରୁ ମତ ଦେଇଛନ୍ତି।

ରିପୋର୍ଟ କହିଛି ଯେ ଏଠାରେ ଯଥେଷ୍ଟ ପ୍ରମାଣ ଅଛି ଯେ ୧-୧୭ ବର୍ଷ ବୟସର ପିଲାମାନେ ବୟସ୍କଙ୍କ ପରି SARS-CoV-2 ସଂକ୍ରମଣର ସାମାନ୍ୟ ଭାବେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ବୟସ୍କଙ୍କ ତୁଳନାରେ ପିଲାମାନଙ୍କଠାରେ ଗୁରୁତର ରୋଗ ଏବଂ ମୃତ୍ୟୁ ଆଶଙ୍କା ବହୁତ କମ ରହିଛି। ଭାଇରସ ସଂକ୍ରମଣକୁ ଦେଖି ଶ୍ରେଣୀ କିମ୍ବା ବିଦ୍ୟାଳୟ ଅସ୍ଥାୟୀଭାବେ ବନ୍ଦ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Advertisment

କୋଭିଡ୍-୧୯ର ଟ୍ରାନ୍ସମିସନ ଏକ ଗୁରୁତର ଘଟଣା। ତେଣୁ ବିଦ୍ୟାଳରେ ଟେଷ୍ଟିଂ କାର୍ଯ୍ୟକ୍ରମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ସେହିପରି ବିଦ୍ୟାଳୟରେ SARS-CoV-2 ସଂକ୍ରମଣର ପରୀକ୍ଷା ରଣନୀତିକୁ ଗୁରୁତ୍ୱ ଦିଆଯିବା ଉଚିତ। ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରମାନଙ୍କୁ ବାରମ୍ବାର ଟେଷ୍ଟିଂ ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ ଏବଂ ପିଲାମାନଙ୍କୁ ପରିବହନରେ ଜଡିତ ଥିବା ଲୋକଙ୍କୁ ଜରୁରୀକାଳୀନ ଟିକାକରଣ କରାଯିବା ଉଚିତ ଏବଂ ମାସ୍କ ବ୍ୟବହାର ଜାରି ରଖିବା ଉଚିତ ବୋଲି ବିଶେଷଜ୍ଞମାନେ ସୂଚିତ କରିଛନ୍ତି।

ବିଶେଷଜ୍ଞଙ୍କ ମତ ଅନୁସାରେ ଛୋଟ ପିଲାମାନଙ୍କ ତୁଳନାରେ ୧୨ ବର୍ଷରୁ ଅଧିକ ବୟସର ପିଲାମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥିବାରୁ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ। ମିଳିତ ଜାତିସଂଘରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ବିଶ୍ୱର ପ୍ରଥମ ଡିଏନ୍ଏ ଟିକା ବିକାଶ କରିଛି ଯାହା ୧୨ ବର୍ଷରୁ ଅଧିକ ସମସ୍ତଙ୍କୁ ଦିଆଯାଇପାରିବ। ଗତ ମାସରେ Zydus Cadila ର ତିନି ଡୋଜ୍‌ବିଶିଷ୍ଟ କୋଭିଡ୍-୧୯ ଡିଏନ୍ଏ ଟିକା ଆସିଥିବା ଔଷଧ ନିୟନ୍ତ୍ରକ DCGA ଦ୍ୱାରା କୁହାଯାଇଛି। ମାସ୍କର କ୍ରମାଗତ ବ୍ୟବହାର, ପରିମଳ ବ୍ୟବସ୍ଥା ଓ ହାତ ଧୋଇବା ହେଉଛି କୋଭିଡ୍‌ ବିପକ୍ଷରେ ପ୍ରକୃତ ଲଢେଇ। ତେଣୁ ଏହାକୁ ଛାତ୍ର ଏବଂ ବିଦ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟ ଅଭ୍ୟାସ କରେଇବା ଉଚିତ।

ବିଶେଷଜ୍ଞମାନେ କହିଛନ୍ତି ଯେ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ମାସ୍କ ସୁପାରିଶ କରାଯାଇ ନାହିଁ, ୬ରୁ୧୧ ବର୍ଷର ପିଲାମାନେ ସେମାନଙ୍କ କ୍ଷମତା ଅନୁସାରେ ମାସ୍କ ବ୍ୟବହାର କରିପାରିବେ କିନ୍ତୁ ୧୨ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।

ତେବେ ବିଦ୍ୟାଳୟଗୁଡିକର ଶ୍ରେଣୀଗୁଡିକରେ ଭଲ ଭାବେ ବାୟୁ ଚଳାଚଳ ହେବା ଜରୁରୀ ଓ ଏହା ଏୟାର କଣ୍ଡିସନର ନ ହେବା ଉଚିତ। ସଂକ୍ରମଣର ସମ୍ଭାବ୍ୟ ବିସ୍ତାରକୁ ରୋକିବା ପାଇଁ ଶ୍ରେଣୀଗୃହରେ ଏକଜଷ୍ଟ୍ ଫ୍ୟାନ ଲଗେଇବା ଦରକାର। ଏହା ଛଡା ପିଲାମାନଙ୍କୁ ଖାଦ୍ୟ ଶେୟାର କରିବା, କ୍ୟାଣ୍ଟିନ କିମ୍ବା ଡାଇନିଂ ହଲରେ ଦୀର୍ଘ ସମୟ ବିତାଇବାକୁ ବାରଣ କରିବା ଜରୁରୀ।

New CJ Of Orissa HC New Delhi
Advertisment
Advertisment