Advertisment

ଦେଢ ମାସ ଯାଏଁ ଦିଲ୍ଲୀରେ ଖୋଲିବନି ମଦ ଦୋକାନ!

ଦିଲ୍ଲୀ ସରକାରଙ୍କ ଦ୍ୱାରା ରାଜଧାନୀ ଦିଲ୍ଲୀ ପାଇଁ ଏକ ନୂତନ ଏକ୍ସାଇଜ୍ ନିୟମ ଲାଗୁ କରାଯାଇଛି। ଏହି ନିୟମ ଲାଗୁ ହେବା ପରେ ମଦ ବ୍ୟବସାୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଟୋବର ୧ ରୁ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ କରାଯାଇଥିବା ବେଳେ କେବଳ ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଅର୍ଥାତ୍ ଆଗାମୀ ଦିନରେ ଦିଲ୍ଲୀରେ ମଦ୍ୟପାନର ଘୋର ଅଭାବ ଦେଖାଯିବାର ସମ୍ଭାବନା ମଧ୍ୟ ରହିଛି।

author-image
Otv Khabar Bureau
wine shop

wine shop

ନୂଆଦିଲ୍ଲୀ:ଦିଲ୍ଲୀ ସରକାରଙ୍କ ଦ୍ୱାରା ରାଜଧାନୀ ଦିଲ୍ଲୀ ପାଇଁ ଏକ ନୂତନ ଏକ୍ସାଇଜ୍ ନିୟମ ଲାଗୁ କରାଯାଇଛି। ଏହି ନିୟମ ଲାଗୁ ହେବା ପରେ ମଦ ବ୍ୟବସାୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅକ୍ଟୋବର ୧ ରୁ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ କରାଯାଇଥିବା ବେଳେ କେବଳ ସରକାରୀ ମଦ ଦୋକାନ ଖୋଲିବା ପାଇଁ ସରକାର ପକ୍ଷରୁ ଅନୁମତି ଦିଆଯାଇଛି। ଅର୍ଥାତ୍ ଆଗାମୀ ଦିନରେ ଦିଲ୍ଲୀରେ ମଦ୍ୟପାନର ଘୋର ଅଭାବ ଦେଖାଯିବାର ସମ୍ଭାବନା ମଧ୍ୟ ରହିଛି।

Advertisment

ସୂଚନା ଅନୁଯାୟୀ, ନୂତନ ଏକ୍ସାଇଜ୍ ନିୟମ ଲାଗୁ ହେବା ପରେ ମଦ ବିକ୍ରୟ ପାଇଁ ଦିଆଯାଇଥିବା ଲାଇସେନ୍ସରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀର ସମସ୍ତ ବିଦ୍ୟମାନ ଘରୋଇ ଏବଂ ସରକାରୀ ମଦ ଦୋକାନକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ନୂତନ ନିଷ୍ପତ୍ତି ଅନୁଯାୟୀ ଅକ୍ଟୋବର ୧ ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ ଘରୋଇ ମଦ ଦୋକାନ ଗୁଡିକ ବନ୍ଦ ରହିବ। ଅର୍ଥାତ୍ ୪୫ ଦିନ ପର୍ଯ୍ୟନ୍ତ ଲୋକମାନେ କେବଳ ସରକାରୀ ମଦ ଦୋକାନରେ ହିଁ ମଦ କିଣିପାରିବେ। ଏହି କାରଣରୁ ମଦ ଦୋକାନଗୁଡିକରେ ଲମ୍ବା ଧାଡି ଲାଗିବା ଏବଂ ପର୍ଯ୍ୟାପ୍ତ ପରିମାଣରେ ମଦ ନ ମିଳିବା ଆଦି ସମ୍ଭାବନା ରହିଛି।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଦକୁ ନେଇ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ତେଣୁ ଏହି ସମୟରେ ମଦ ମାଫିଆ ମାନେ ଏହାର ଫାଇଦା ନେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏକ୍ସାଇଜ୍ ବିଭାଗ ପକ୍ଷରୁ ସମସ୍ତ ହୋଲସେଲରଙ୍କୁ ଆସନ୍ତା ଚାରିମାସ ପର୍ଯ୍ୟନ୍ତ ଷ୍ଟକ୍ ବଜାୟ ରଖିବାକୁ କୁହାଯାଇଛି। ଏବେ ପ୍ରଶ୍ନ ଉଠୁଛି ଯେ ଦୋକାନୀଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ମଦ ଅଛି ନା ନାହିଁ। ଏକ୍ସାଇଜ୍ ବିଭାଗ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରୁଛି ଯେ ହୋଲସେଲରଙ୍କ ପାଖରେ ଆବଶ୍ୟକ ଅନୁସାରେ ଷ୍ଟକ୍ ଥାଉ।

ନୂତନ ଏକ୍ସାଇଜ୍ ନିୟମ ଅନୁଯାୟୀ, ସେପ୍ଟେମ୍ବର ୩୦ ରେ ଦିଲ୍ଲୀରେ ପ୍ରାୟ ୨୬୦ଟି ଘରୋଇ ମଦ ଦୋକାନ ସହ ହୋଇଥିବା ଚୁକ୍ତିକୁ ବନ୍ଦ ରଖାଯିବ। ଦିଲ୍ଲୀରେ ମୋଟ ୮୫୦ ମଦ ଦୋକାନ ମଧ୍ୟରୁ କେବଳ ପ୍ରଶାସନ ଦ୍ୱାରା ପରିଚାଳିତ ମଦ ଦୋକାନଗୁଡ଼ିକ ନଭେମ୍ବର ୧୬ ପର୍ଯ୍ୟନ୍ତ ଖୋଲା ରହିବ। ଖୋଲା ବିଡିଂ ମାଧ୍ୟମରେ ଲାଇସେନ୍ସ ପାଇଥିବା ନୂତନ ଦୋକାନୀ ମାନଙ୍କୁ ନଭେମ୍ବର ୧୭ ପରେ ଦୋକାନ ଖୋଲିବା ପାଇଁ ସୂଚନା ଦିଆଯାଇଛି।

Delhi Private Liquour Shops Closed
Advertisment
Advertisment