• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ନର୍ସଙ୍କ ଅବହେଳା ପାଇଁ ବିପଦରେ ଯୁବକଙ୍କ ଜୀବନ । କରୋନା ଟିକା ଲଗାଇବାକୁ ଯାଇଥିଲେ, କୁକୁର କାମୁଡ଼ା ଟିକା ନେଇ ଫେରିଲେ ଯୁବକ । ମହାରାଷ୍ଟ୍ରର କାଲୱା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଛି । କରୋନା ଟିକା ନେବାକୁ ଆସିଥିବା ବ୍ୟକ୍ତିଙ୍କୁ ଆଣ୍ଟି ରେବିଜ ଇଞ୍ଜେକ୍ସନ ଦିଆଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରିଛି ପ୍ରଶାସନ । ଏହା ସହିତ ପୀଡ଼ିତଙ୍କୁ ଡାକ୍ତରଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ରଖାଯାଇଛି ।

ସୋମବାର ଦିନ ରାଜକୁମାର ଯାଦବ ନାମକ ବ୍ୟକ୍ତି କରୋନା ଟିକା ନେବା ପାଇଁ ଆସିଥଇଲେ । ସେ କୋଭିଶିଲ୍ଡ ଟିକା ନେବାକୁ ଆସିଥିଲେ, କିନ୍ତୁ ଭୁଲବଶତଃ ରାଜକୁମାର ଆଣ୍ଟିରାବିଜ୍ ଇଞ୍ଜେକ୍ସନ ଦିଆଯାଉଥିଲା ଲାଇନ୍‌ରେ ଛିଡ଼ା ହୋଇଯାଇଥିଲେ । ଆଉ ତାଙ୍କ ପାଳି ପଡ଼ିବା ପରେ ଇଞ୍ଜେକ୍ସନ ଦେଉଥିବା ନର୍ସ କିର୍ତ୍ତୀ କାଗଜପତ୍ର ଦେଖି ତାଙ୍କୁ ଆଣ୍ଟି ରେବିଜ୍ ଇଞ୍ଜେକ୍ସନ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ଅଧିକାରୀମାନେ କହିଛନ୍ତି, କିଛି ବି ଟିକା ଦେବା ପୂର୍ବରୁ କୌଣସି ବ୍ୟକ୍ତିଙ୍କ କାଗଜପତ୍ର ଯାଞ୍ଚ କରିବା ନର୍ସଙ୍କ ଦାୟିତ୍ୱ ଅଟେ । ନର୍ସଙ୍କ ଅବହେଳା ଯୋଗୁଁ ବ୍ୟକ୍ତିର ଜୀବନ ବିପଦରେ ପଡ଼ିଛି । ତେଣୁ ତାଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନର୍ସଙ୍କୁ ନିଲମ୍ବିତ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now