• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Punjab Congress Crisis

Harish Chaudhary and Navjot Sidhu.
ପଞ୍ଜାବ କଂଗ୍ରେସରେ ଆଉ ଏକ ପରିବର୍ତ୍ତନର ଆଭାସ : ହରିଶ୍ ରାୱତ୍‌ଙ୍କ ସ୍ଥାନରେ ହରିଶ୍ ଚୌଧୁରୀ ହୋଇପାରନ୍ତି ରାଜ୍ୟ ପ୍ରଭାରୀ

ପଞ୍ଜାବ କଂଗ୍ରେସରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ଆଉ ଏହାରି ମଧ୍ୟରେ ରାଜ୍ୟରେ ଆଉ ଏକ ପରିବର୍ତ୍ତନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରସ୍ତୁତି ଚଳାଇଛି । ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ବଦଳାଇବା ପରେ ପଞ୍ଜାବ କଂଗ୍ରେସରେ ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିପାରନ୍ତି ବୋଲି କୁହାଯାଉଛି ।

punjab
ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଭେଟିବେ ସିଦ୍ଧୁ : ଗତକାଲି ଫୋନରେ ଆଲୋଚନା ହେବା ପରେ ଆଜି ୩ଟାରେ ସାକ୍ଷାତ ପର୍ବ

ପଞ୍ଜାବରେ କଂଗ୍ରେସ ମତଭେଦ ମଧ୍ୟରେ ସ୍ଥିତି ପୁଣି ଥରେ ସ୍ୱାଭାବିକ ହେବା ଭଳି ମନେ ହେଉଛି । ଦଳର ନେତା ରାହୁଲ ଗାନ୍ଧୀଙ୍କ ବୈଠକ ଖବର ମଧ୍ୟରେ ଗୁରୁବାର ଦିନ ଅପରାହ୍ନ ୩ ଟାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିବେ । ସିଦ୍ଧୁ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Navjot Sidhu in video message
”ଅଧିକାର ଓ ସତ୍ୟ ପାଇଁ ଲଢ଼େଇ ଜାରି ରହିବ’ : ଇସ୍ତଫା ପରେ ସିଦ୍ଧୁଙ୍କର ପ୍ରଥମ ଭିଡିଓ ମେସେଜ୍

ଇସ୍ତଫା ପରେ ସିଦ୍ଧୁଙ୍କର ପ୍ରଥମ ଭିଡିଓ ବାର୍ତ୍ତା । ପଞ୍ଜାବ କଂଗ୍ରେସର ଅସ୍ଥିରତା ମଧ୍ୟରେ ଆଜି ନବଜୋତ ସିଂ ସିଦ୍ଧୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କର ଏହା ହେଉଛି ପ୍ରଥମ ଭିଡିଓ ବାର୍ତ୍ତା । ଅଧିକାର ଓ ସତ ପାଇଁ ଲଢ଼େଇ ଜାରି ରଖିବା ସହ କୌଣସି ମତେ ବୁଝାମଣା କରିପାରିବେ ନାହିଁ ବୋଲି କହିଛନ୍ତି ସିଦ୍ଧୁ ।

Sidhu's resignation
ସିଦ୍ଧୁଙ୍କ ନଖରା ସହିବନି କଂଗ୍ରେସ : ବିକଳ୍ପ ବିଚାର କରୁଛନ୍ତି ହାଇକମାଣ୍ଡ୍

ସିଦ୍ଧୁଙ୍କ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇବେ ନାହିଁ କଂଗ୍ରେସ ହାଇକମାଣ୍ଡ । ଜରୁରୀ ସ୍ଥିତିରେ ରାଜ୍ୟ କଂଗ୍ରେସକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ତେବେ ପଞ୍ଜାବରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ଅଧକ୍ଷ୍ୟ ପଦରୁ ଇସ୍ତଫା ଦେବା ସିଦ୍ଧୁଙ୍କୁ ମହଙ୍ଗା ପଡିପାରେ ।

Punjab Congress crisis
କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ? ରେସରେ ନବଜୋତ ସିଂହ ସିଦ୍ଧୁଙ୍କ ସହ ପ୍ରଦେଶ କଂଗ୍ରେସର ୪ ନେତା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବୈଠକରେ ସାମିଲ ହୋଇନଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ୱତ କହିଥିଲେ ଯେ, ସିଏଲପି ମିଟିଂରେ ପାସ ହୋଇଥିବା ଦୁଇଟି ପ୍ରସ୍ତାବ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।

cm amarinder singh
ଦଳ ଛାଡ଼ିବାକୁ ଧମକ ଦେଲେ ଅମରିନ୍ଦର ସିଂହ, ସୋନିଆ ଗାନ୍ଧିଙ୍କୁ ଫୋନ୍ କରିଥିବା ସୂଚନା

ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନ ୫ଟାରେ ଚଣ୍ଡିଗଡ଼ରେ କଂଗ୍ରେସ ବିଧାୟକ ଦଳର ଏକ ବୈଠକ ଡକାଯାଇଛି । ତେବେ ବୈଠକ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଧମକ ଦେଇଛନ୍ତି ଅମରିନ୍ଦର ସିଂହ । ଆଜି ବସୁଥିବା କଂଗ୍ରେସ ବିଧାୟକ ଦଳର ବୈଠକ ଡକାଯିବା ନେଇ ସିଏମ ଅମରିନ୍ଦର ନାରାଜ ଥିବା ସୂତ୍ରରୁ ଜଣାପଡ଼ିଛି ।