Advertisment

ଆପ୍‌ରେ ସାମିଲ ହେବେ କି ସିଦ୍ଧୁ?

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍‌। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍‌ କିଛି ବଡ଼ ଘୋଷଣା କରିପାରେ। ତେଣୁ ସିଦ୍ଧୁ ଆପ୍‌ରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି।

author-image
Sarbeswar
ଦିଲ୍ଲୀ ନିର୍ବାଚନରେ କାହା ସପକ୍ଷରେ ପ୍ରଚାର କରିବେ ସିଦ୍ଧୁ ?

sidhhu

ଚଣ୍ଡୀଗଡ଼: ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ୍‌। ସିଦ୍ଧୁଙ୍କ ଇସ୍ତଫା ପରେ ସରଗରମ ରାଜ୍ୟ ରାଜନୀତି। ଦାୟିତ୍ୱ ନେବାର ମାତ୍ର ୭୨ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମନ୍ତବ୍ୟ ଏବେ ଟ୍ୱିଷ୍ଟ ଆଣିଛି। କୁହାଯାଉଛି ଗତକାଲି ଆପ୍‌ କିଛି ବଡ଼ ଘୋଷଣା କରିପାରେ। ତେଣୁ ସିଦ୍ଧୁ ଆପ୍‌ରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି। ତାଙ୍କ ଭବିଷ୍ୟତ ରାଜନୈତିକ ଗତିବିଧିକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆସନ୍ତାକାଲି ଠାରୁ ଦୁଇ ଦିନିଆ ପଞ୍ଜାବ ଗସ୍ତରେ ଯାଉଛନ୍ତି ଆପ୍‌ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

Advertisment

ସେ ଆସନ୍ତାକାଲି ପଞ୍ଜାବରେ ପହଞ୍ଚି ବଡ଼ ଘୋଷଣା କରିବେ ବୋଲି ଆପ୍‌ ସୂତ୍ରରୁ ଜଣାପଡ଼ିଛି। ଆପ ପକ୍ଷରୁ ଏପରି ସୂଚନା ମିଳିବା ପରେ ଟ୍ୱିଟ୍‌ରେ ସିଦ୍ଧୁ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଏଠାରେ କହିରଖୁଛୁ ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହା ପୂର୍ବରୁ ସିଦ୍ଧୁ ଆପ୍‌ରେ ମିଶି ପାରନ୍ତି। ପୂର୍ବରୁ ସିଦ୍ଧୁ ଆପରେ ମିଶିବା ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଥିଲା। ହେଲେ ଏହାରି ମଧ୍ୟରେ କଂଗ୍ରେସ ମାଷ୍ଟର ଷ୍ଟ୍ରୋକ୍‌ ଦେଇ ସିଦ୍ଧୁଙ୍କୁ ଦଳର ସଭାପତି କରାଇଥିଲା। ତେଣୁ ଏହି ଚର୍ଚ୍ଚା ଉପରେ ପୁଃନଚ୍ଛେଦ ପଡ଼ିଥିଲା।

ସୂଚନା ଅନୁସାରେ, ସିଦ୍ଧୁ ଦଳିତ ବିରୋଧୀ ହୋଇଥିବାରୁ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବା ଘଟଣାକୁ ସହ୍ୟ କରିପାରି ନଥିଲେ। ତେଣୁ ସେ ଏପରି ପଦକ୍ଷେପ ନେଇଥିବା ଆପ୍‌ର ଜଣେ ନେତା କହିଛନ୍ତି। ଏପରି ସ୍ଥିତିରେ ଆପ୍‌ ସିଦ୍ଧୁଙ୍କୁ କେମିତି ଦଳରେ ସାମିଲ କରିବ, ତା’ହା ମଧ୍ୟ ବଡ଼ ପ୍ରଶ୍ନ।

Advertisment

ଏଠାରେ କହିରଖୁଛୁ, ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଇଛନ୍ତି ସିଦ୍ଧୁ। ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇସାରିଛନ୍ତି ସିଦ୍ଧୁ। ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ କରିବିନି କହିବା ସହ କଂଗ୍ରେସ ଦଳ ପାଇଁ ସେବା ଜାରି ରଖବି ବୋଲି ସେ କହିଛନ୍ତି। ସେପଟେ, ଦିଲ୍ଲୀ ଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅମରିନ୍ଦର ପ୍ରଥମ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ଆଗାମୀ ରଣନୀତି ନେଇ ପଦକ୍ଷେପ ନେଇପାରନ୍ତି ଅମରିନ୍ଦର। ଆଜି ସଂଧ୍ୟାରେ ଅମିତ ଶାହା ଓ ଜେପି ନଡ୍ଡାଙ୍କୁ ଭେଟିପାରନ୍ତି ଅମରିନ୍ଦର।

Politics Arvind Kejriwal Navjot Singh Sidhu
Advertisment
Advertisment