• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

SAARC Meet Cancelled
SAARC ସମ୍ମିଳନୀ ବାତିଲ୍‌: ତାଲିବାନକୁ ମୋହରା କରି ଭାରତକୁ ଘେରିବା ପାଇଁ ଚାଲ୍‌ କରିଥିଲା ପାକିସ୍ତାନ

ଆଫଗାନିସ୍ତାନରେ ତାଲିବାନର ନୂଆ ସରକାରକୁ SAARC ସମ୍ମିଳନୀରେ ସାମିଲ କରାଯାଉ ବୋଲି ପାକିସ୍ତାନ ଚାହୁଁଥିଲା। ଫଳରେ ପାକିସ୍ତାନକୁ ତାଲିବାନର ସହଯୋଗ ମିଳିପାରିବ। ହେଲେ ପାକିସ୍ତାନର ଏହି ଚାଲ୍‌ ଶେଷରେ ଫସର ଫାଟିଛି।

PM Modi To Visit US
୫ ଦିନିଆ ଆାମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

୫ ଦିନିଆ ଆାମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଧାନମନ୍ତ୍ରୀ  ଓ୍ୱାଶିଂଟନରେ ପହଞ୍ଚିବେ।

america
କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍ : ୨ଟି ଯାକ ଡୋଜ୍ ନେଇଥିବା ଯାତ୍ରୀ ଯାଇପାରିବେ US

ରାଷ୍ଟ୍ରପତି ବାଇଡେନଙ୍କ ନୂତନ ନୀତି ଭାରତ ଭଳି ଦେଶର ଲୋକଙ୍କୁ ଯାତ୍ରା ପ୍ରତିବନ୍ଧକରୁ ମୁକ୍ତି ମିଳିଛି । ଭାରତ ୩୩ଟି ରାଷ୍ଟ୍ର ମଧ୍ୟରେ ଅଛି, ଯାହାର ସମସ୍ତ ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀଙ୍କୁ ଅନୁମତି ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନୁମୋଦିତ ଟିକା ତାଲିକାରେ ଭାରତର ପ୍ରଭାବଶାଳୀ ଟିକା ହେଉଛି କୋଭିସିଲ୍ଡ ।

Indias R value drops below
ଦେଶରେ କମୁଛି କୋଭିଡ-୧୯ର R ଭାଲ୍ୟୁ; ଏବେ ବି ବିପଦରେ ପ୍ରମୁଖ ସହର

ଦେଶରେ କୋଭିଡ-୧୯ର R ଭାଲ୍ୟୁ ୧ରୁ ତଳକୁ ଖସି ଆସିଛି। ଅଗଷ୍ଟ ଶେଷରେ ଏହା ୧.୧୭ ଥିଲା, ଯାହା ସେପ୍ଟେମ୍ବର ୧୫ ସୁଦ୍ଧା ୦.୯୨ ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦର୍ଶାଉଛି ଯେ ଦେଶରେ କରୋନାଭାଇରସ୍ ଗତିରେ ମନ୍ଥରତା ଆସିଛି। ତେବେ ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର ଭଳି ବଡ ସହରରେ ଏହା ପ୍ରାୟ ୧ ରହିଛି। ଦିଲ୍ଲୀ ଏବଂ ପୁଣେରେ R ଭାଲ୍ୟୁ ୧ ରୁ କମ୍ ଅଛି। ମହାରାଷ୍ଟ୍ର ଏବଂ କେରଳର R ଭାଲ୍ୟୁ ୧ରୁ କମ୍ ରହିଛି।

VR Chaudhari
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେବେ ବାୟୁସେନା ମୁଖ୍ୟ

ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ବର୍ତ୍ତମାନ ବାୟୁସେନା ଉପମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଭିଆର ଚୌଧୁରୀ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ । ଅର୍ଥାତ  ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର ଚୌଧରୀ ।

Mahant Narendra Giri
ମହନ୍ତ ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟ୍ ଖୋଲିଲା ରହସ୍ୟ

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଏବେ ଆଉ ଏକ ବଡ ଖୁଲାସା ହୋଇଛି। ତାଙ୍କ କୋଠରୀରୁ ଉଦ୍ଧାର ହୋଇଥିବା ସୁଇସାଇଡ୍ ନୋଟ୍ ସହିତ ବାଘମ୍ବରୀ ସିଂହାସନର ଉତ୍ତରାଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଗିରି ସ୍ପଷ୍ଟ ଭାବରେ ବଲଭୀର ଗିରିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ନାମିତ କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆନନ୍ଦ ଗିରି, ଆଧ୍ୟା ତିୱାରୀ ଏବଂ ସନ୍ତୋଷ ତିୱାରୀ ତାଙ୍କ ମୃତ୍ୟୁ ପାଇଁ ସିଧାସଳଖ ଦାୟୀ। ଏମାନେ ତାଙ୍କୁ ମାନସିକ ସ୍ତରରେ ଅସୁବିଧାରେ ପକାଉଥିଲେ।

Whatsapp is removing messenger rooms service
ହ୍ୱାଟ୍ସଆପ୍‌ରୁ ଉଠିବ ଏହି ଫିଚର

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି । କାରଣ କମ୍ପାନୀ ସମସ୍ତ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଲ୍ଟି-ଡିଭାଇସ୍ ବିଟା ଟେଷ୍ଟ ଆରମ୍ଭ କରିଛି। ଏହା ସହିତ ଫେସ୍‌ବୁକ୍ ମାଲିକାନା ଆପ୍ ହ୍ୱାଟ୍ସଆପ୍ ଆହୁରି ଅନେକ ଫିଚର ଲଞ୍ଚ କରିବା ନେଇ କାମ କରୁଛି। ଏଥିରେ ରହିଛି ଗ୍ରୁପ୍ ଆଇକନ୍ ଏଡିଟର୍ ଏବଂ ଆଣ୍ଡ୍ରଏଡ୍ ଫୋନରୁ ଆଇଫୋନକୁ ସମସ୍ତ ଚାଟ୍ ସ୍ଥାନାନ୍ତର। ଏହା ସହିତ କମ୍ପାନୀ ହ୍ୱାଟ୍ସଆପ୍‌ରୁ କିଛି ଫିଚର ମଧ୍ୟ ହଟେଇଛି। ତେବେ କେଉଁ ସବୁ ଫିଚର ହଟାଯାଇଛି ଆସନ୍ତୁ ସେ ବିଷୟରେ ଜାଣିନେବା।

SBI Warns Customers Against Cyber Fraud
ଗ୍ରାହକଙ୍କୁ ଆଲର୍ଟ କଲା ଏସବିଆଇ, ଆକାଉଣ୍ଟ ଖାଲି ହେବା ଆଗରୁ ଜାଣନ୍ତୁ ଏସବୁ କଥା

ସାଇବର ଠକଙ୍କ ଠକେଇର ଶିକାର ହେବା ଆଗରୁ ଜାଣନ୍ତୁ ଏ କଥା। ନଚେତ୍ କେତେବେଳେ ଆପଣଙ୍କ ଆଜାଣତରେ ଆକାଉଣ୍ଟ ଖାଲି ହୋଇ ଯାଇପାରେ। ଆପଣ ଯେମିତି ଠକାମୀର ଶିକାର ନ ହେବେ ସେଥିପାଇଁ ଷ୍ଟେଟ ବ୍ୟାଙ୍କ ଜାରି କରିଛି ଏହି ଭିଡ଼ିଓ

twitter to pay 5900 crore
ମାମଲା ରଫାଦଫା କରିବା ପାଇଁ ୫,୯୦୦ କୋଟି ଦେବ ଟ୍ୱିଟର

ସେୟାରହୋଲଡର୍ସଙ୍କ ଦ୍ୱାରା ଜାରି କରାଯାଇଥିବା ମୋକଦ୍ଦମାକୁ ରଫାଦଫା କରିବା ପାଇଁ ଟ୍ୱିଟର ୮୦୯.୫ ମିଲିୟନ ଡଲାର ଅର୍ଥାତ୍‌ ୫,୯୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ୟୁଜରମାନେ ଟ୍ୱିଟର ପ୍ଲାଟଫର୍ମକୁ କିପରି ବ୍ୟବହାର କରନ୍ତି ସେ ବିଷୟରେ କମ୍ପାନୀ ପକ୍ଷରୁ ନିବେଶକଙ୍କୁ ବିଭ୍ରାନ୍ତିକର ସୂଚନା ଦିଆଯାଇଥିବାର ଅଭିଯୋଗ ହୋଇଥିଲା ।

Delhi
ସାବଧାନ୍ ! ପଲ୍ୟୁସନ୍‌ ସାର୍ଟିଫିକେଟ୍ ନଥିଲେ ରଦ୍ଦ ହେବ ଲାଇସେନ୍ସ, ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା

ଦିଲ୍ଲୀ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ପଲ୍ୟୁସନ୍‌ ସାର୍ଟିଫିକେଟ୍ ବିନା ଗାଡି ଚଲାଇବା ହେବ ମହଙ୍ଗା । ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ନଥିବ ସେମାନଙ୍କୁ ୧୦ ହଜାର ଟଙ୍କାର ଜୋରିମାନ ଦେବାକୁ ପଡ଼ିପାରେ ।

jammu-and-kashmir-helicopter-crashes-in-udhampur-district
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ  ସୂଚନା ଦେଇଛନ୍ତି।

Narendra Giri
ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା : ୬ ଜଣଙ୍କୁ ଗିରଫ କଲା ପୋଲିସ୍

ପ୍ରୟାଗରାଜର ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଗତକାଲି ତାଙ୍କର ଆଶ୍ରମର କୋଠରୀରୁ ମିଳିଥିଲା । ବାଘମ୍ବରୀ ମଠରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ମହନ୍ତଙ୍କ ମୃତ୍ୟୁ ହେବା ସହ ପୋଲିସ ଏକ ସାତରୁ ଆଠ ପୃଷ୍ଠାର ସୁଇସାଇଡ୍ ନୋଟ୍ ଉଦ୍ଧାର କରିଥିଲା ।

 3 children saved womans life
୫ ଘଣ୍ଟା ଧରି ନଦୀର ପ୍ରଖର ସ୍ରୋତରେ ଭାସୁଥିଲେ ମହିଳା, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ୩ ପିଲା

ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ?   ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।

  • Tuesday, 21 September 2021
kochi
କ୍ଷଣିକେ ବଦଳିଗଲା ଭାଗ୍ୟ ! ରାତାରାତି ୧୨ କୋଟି ଟଙ୍କାର ମାଲିକ ପାଲଟିଗଲେ ଅଟୋ ଡ୍ରାଇଭର୍

କେରଳର କୋଚି ନିକଟ ମାରାଡୁର ବାସିନ୍ଦା ଜୟପାଲାନ୍ । ସେ ତାଙ୍କର ୯୫ ବର୍ଷ ବୟସ୍କା ମା, ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରୁହନ୍ତି । ଏକ ଗରିବ ପରିବାରରେ ତାଙ୍କର ଜନ୍ମ । ଦାନା ମୁଠାଏ ପାଇଁ ପିଲାଦିନୁ ଆଜି ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି । ବର୍ତ୍ତମାନ ଅଟୋ ଚଳାଇ ଦୁଃଖକଷ୍ଟରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ

ଭାରତରେ ଲଞ୍ଚ ହେବ ହାଇବ୍ରିଟ୍ ଫ୍ଲାଇଙ୍ଗ କାର୍
ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ ଫ୍ଲାଇଙ୍ଗ କାର୍‌

ଭାରତରେ ଖୁବ ଶୀଘ୍ର ପ୍ରଥମ ଥର ପାଇଁ ଲଞ୍ଚ ହେବ ହାଇବ୍ରିଡ ଫ୍ଲାଇଙ୍ଗ କାର । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଏହି ବିଷୟରେ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଭିନାଟା ଏରୋମୋବିଲିଟିର ଯୁବ ଦଳ ଦ୍ୱାରା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର ଯାହାର ମଡେଲ ଦେଖିବାକୁ ଅତ୍ୟନ୍ତ ଆନନ୍ଦଦାୟକ ଅଟେ ।

Mahant Narendra Giri
ସନ୍ଦେହଘେରରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ? ରହସ୍ୟ ବଢ଼ାଉଛି ସୁଇସାଇଡ୍ ନୋଟ୍

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ମହନ୍ତ ଶିଷ୍ୟମାନଙ୍କ ସହ ଅପରାହ୍ନ ୧ଟାରେ ଭୋଜନ କରିଥିଲେ । ତା’ପରେ ପ୍ରତିଦିନ ଭଳି ବିଶ୍ରାମ କରିବା ପାଇଁ ନିଜ କୋଠରୀକୁ ପ୍ରବେଶ କରିଥିଲେ । ତବେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହନ୍ତ ବାହାରକୁ ନଆସିବାରୁ ଚିନ୍ତିତ ହୋଇପଡ଼ିଥିଲେ ତାଙ୍କ ଶିଷ୍ୟମାନେ । ଶେଷରେ କବାଟ ଭାଙ୍ଗି ମହନ୍ତଙ୍କ କୋଠରୀରେ ପ୍ରବେଶ କରିଥିଲେ ।

High Level meeting with Biden and Modi
ଆମେରିକା ଗସ୍ତରେ ମୋଦି; ୨୪ରେ ବାଇଡେନ୍‌ଙ୍କ ସହ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଆସନ୍ତା ୨୪ ରେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଓ୍ୱାଶିଂଟନରେ ବିଶ୍ୱର ଏହି ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ  ବୋଲି ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Sonia Gandhi and Rahul Gandhi
ପଞ୍ଜାବ ପରେ ବଦଳିବ କି ରାଜସ୍ଥାନ ରାଜନୀତି ପାଣିପାଗ ?

ରାଜସ୍ଥାନ ରାଜନୀତରେ ନୂଆ ସମୀକରଣ ସମ୍ଭାବନା ନେଇ ମିଳିଲା ସଙ୍କେତ। କାହିଁକି ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ଘନଘନ ଆଲୋଚନା ? କ’ଣ ହୋଇପାରେ ଏହାର ଉଦ୍ଦେଶ୍ୟ ?

narendra Giri
ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ରହସ୍ୟ ଜନକ ମୃତ୍ୟୁ

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଞ୍ଚଲ୍ୟ । ଆଖଡ଼ା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ୟୁପି ପୋଲିସର ସୂଚନା ଅନୁଯାୟୀ, ବାଗମ୍ବରୀ ମଠର ଏକ କୋଠରୀରୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।

  • Monday, 20 September 2021
Rajinder Pal singh Bhatia
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜିନ୍ଦର୍ ପାଲ୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛତିଶଗଡ଼ର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜିନ୍ଦର୍ ପାଲ୍ ସିଂହ ଭାଟିଆଙ୍କ ମୃତଦେହ ଉଦ୍ଧାର । ତାଙ୍କ ଘରେ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Neeraj chopra
ଅଭିନୟର ଯାଦୁ ଦେଖାଇଲେ ନୀରଜ ଚୋପ୍ରା,ଆଶ୍ଟର୍ଯ୍ୟ ହେଲେ ଫ୍ୟାନ୍ସ

ଟୋକିଓ ଅଲିମ୍ପିକ୍ସ ୨୦୨୦ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ବେସ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ବିଜ୍ଞାପନରେ ନୀରଜଙ୍କ ଅଭିନୟ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଅଲିମ୍ପିଆନ୍ ନୀରଜ ଚୋପ୍ରା ତାଙ୍କର ନୂତନ ବିଜ୍ଞାପନ ଭିଡିଓ (ନୀରଜ ଚୋପ୍ରା ଏଡି) ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ବିଜ୍ଞାପନରେ ନୀରଜ ଅଲଗା ଅଲଗା ଭୂମିକାରେ ଅଭିନୟ କରି ସୁନାର ଦାମ୍ ବିଷୟରେ କହୁଥିବାର ନଜର ଆସିଛନ୍ତି ।

Jawan became God
ଭଗବାନ ସାଜିଲେ ଆର୍‌ପିଏଫ୍ ଯବାନ : ବୃଦ୍ଧଙ୍କୁ କଲେ ସେବା

ବିହାରରେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଜଣେ ଆର୍‌ପିଏଫ୍ ଯବାନ (ଆର୍‌ପିଏଫ୍ କନ୍‌ଷ୍ଟେବଲ୍ ଭାଇରାଲ୍ ଭିଡିଓ) ରେଳ ଷ୍ଟେସନ୍‌ରେ ପଡ଼ିଥିବା ଅସହାୟ ତଥା ବୃଦ୍ଧଙ୍କୁ ସେବା କରୁଥିବା ଦେଖାଯାଇଛି। ଆର୍‌ପିଏଫ୍ ଯବାନ ନିଜେ ଏହି ବ୍ୟକ୍ତିଙ୍କୁ ସାବୁନରେ ଗାଧୋଇ ଦେଇଛନ୍ତି ଏବଂ ପରେ ତାଙ୍କୁ ସଫା ସୁତୁରା କରି ଏକ ପୋଷାକ ପିନ୍ଧେଇ ଦେଇଛନ୍ତି। ଏହି ଭିଡିଓରେ ପୋଲିସର ଏକ ଭିନ୍ନ ଭୂମିକା ଦେଖିବାକୁ ମିଳୁଛି।

Charanjit Singh Channi
ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍‌ ସିଂ ଚନ୍ନୀ

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନୀ ଶପଥ ନେଇଛନ୍ତି। ଆଜି ଚଣ୍ଡୀଗଡ଼ ରାଜଭବନରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ସୁଖଜିନ୍ଦର ସିଂ ରନ୍ଧାୱା ଏବଂ ଓମ୍‌ ପ୍ରକାଶ ସୋନି ମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଛନ୍ତି।

SBI's 'Mega Offer
SBI ର 'ମେଗା ଅଫର', ମାସକୁ ରୋଜଗାର କରନ୍ତୁ ୬୦ ହଜାର ଟଙ୍କା, ଜାଣନ୍ତୁ ସବିଶେଷ ତଥ୍ୟ

ଯଦି ଘରେ ବସି ଆପଣ କୌଣସୀ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆଣିଛୁ ଏକ ଦମ୍‌ଦାର ବିଜନେସ୍ ଆଇଡିଆ । ଏହି ବ୍ୟବସାୟ ଆରମ୍ଭ କରି ଆପଣ ପ୍ରତି ମାସରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ । ଏମିତି ସୁଯୋଗ ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ । ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ର ଫ୍ରାଞ୍ଚାଇଜ୍ ନେଇ ଆପଣ ସହଜରେ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ।

Kid Invents Unique Machine
ମଲ୍ଟି ଟାସ୍କିଂ ମେସିନ୍ ତିଆରି କଲେ କୁନି ଛାତ୍ରୀ, ୨୨ ପ୍ରକାର କାମ କରିବ ଗୋଟିଏ ମେସିନ୍

ମଧ୍ୟପ୍ରଦେଶର ଦଶମ ଶ୍ରଣୀର ଛାତ୍ରୀ ନବଶ୍ରୀ ଠାକୁର । ନବଶ୍ରୀଙ୍କ ପିତାମାତା ମୂଲ ଲାଗି ପରିବାର ଚଳାନ୍ତି । ଘରର କାମ କରିବା ସହିତ ରୋଜଗାର ପାଇଁ ମଧ୍ୟ ସମୟ ଦିଅନ୍ତି । ମାଆଙ୍କର ପରିଶ୍ରମକୁ ଦେଖନ୍ତି ନବଶ୍ରୀ । ଏନେଇ ଇନସ୍ପାୟାର ଆୱାଡ଼ ଯୋଜନା ପାଇଁ ସେ ଏକ ମଡେଲ ତିଆରି କଲେ ଯାହା ଦ୍ୱାରା ଏକା ସାଙ୍ଗରେ ଅନେକ ଗୁଡିଏ କାମ କରି ହେବ । ଏହି ପ୍ରକଳ୍ପ ନେଇ ନବଶ୍ରୀ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।