• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ । ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ପଛରେ ପଡ଼ି ଯାଇଛନ୍ତି । ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ବର୍ତ୍ତମାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇ ଯାଇଛନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ଏହି ସଫଳତା ମିଳିଛି । ଧନୀ ତାଲିକା ଶୀର୍ଷରୁ ମୁକେଶ ଅମ୍ବାନୀଙ୍କୁ ହଟାଇ ସେ ଏହି ସଫଳତା ହାସଲ କରିଛନ୍ତି ।

ଇଟି ନାଉ ରିପୋର୍ଟ ଅନୁସାରେ ଗ୍ରୁପ୍ ମାର୍କେଟ କ୍ୟାପ୍ ଆଧାରରେ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ହିଁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ । ସେପଟେ କିନ୍ତୁ ଗୌତମ ଆଦାନୀଙ୍କ ମୋଟ ୬ ଟି କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ।

ତେବେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଆରବପତିଙ୍କ ତାଲିକାରେ କୌଣସି ଅପଡେଟ୍ କରାଯାଇ ନାହିଁ । ୱେବସାଇଟରେ ଏବେ ବି ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଅଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୧ ବିଲିୟନ ଡଲାର ଏବଂ ସେ ବର୍ତ୍ତମାନ ଦୁନିଆର ଦ୍ୱାଦଶ ଧନୀ ଅଟନ୍ତି । ଏଥି ସହିତ ଗୌତମ ଆଦାନୀଙ୍କ ସମ୍ପତ୍ତି ୮୮.୮ ବିଲିୟନ ଡଲାର ଥିବାବେଳେ ସେ ୧୩ ତମ ସ୍ଥାନରେ ଅଛନ୍ତି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେବସାଇଟରେ ରାଙ୍କିଙ୍ଗ ଅପଡେଟ୍ ହେବାର ସମ୍ଭାବନା ରହିଛି ।

ଅମ୍ବାନୀଙ୍କ ସମ୍ପତ୍ତି କାହିଁକି କମିଲା

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ୍ର ଷ୍ଟକ୍ କ୍ରମାଗତ ଭାବେ ହ୍ରାସ ପାଉଛି । ବିଗତ ତିନି ଦିନରେ ରିଲାଏନ୍ସର ସେୟାର ମୂଲ୍ୟ ୬ ପ୍ରତିଶତ ହ୍ରାସ ପାଇଛି । ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଏବଂ ସାଉଦି ରାମକୋ ମଧ୍ୟରେ ହୋଇଥିବା ଚୁକ୍ତି ବାତିଲ ହେତୁ ଷ୍ଟକରେ ହ୍ରାସ ଘଟିଛି । ବର୍ତ୍ତମାନ ଏହି ଡିଲ୍ ଉପରେ ପୁଣି ମନ୍ଥନ ହେବ । ପ୍ରାୟ ତିନି ବର୍ଷର ଉଦ୍ୟମ ପରେ ଚୁକ୍ତି ବାତିଲ ହେବା ନିବେଶକଙ୍କୁ କଷ୍ଟ କରିଦେଇଛି । ଆଉ ଏହି ଅବଧି ମଧ୍ୟରେ ଆଦାନୀ ଗ୍ରୁପରେ ତାଲିକାଭୁକ୍ତ କେତେକ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ପାଇଛି ।

ଆଦାନୀଙ୍କ ସମ୍ପତି . .

ଆଦାନୀ ଏଣ୍ଟରପ୍ରାଇଜେସ୍ : ସେୟାର ମୂଲ୍ୟ - ୧୭୫୪.୬୫ ଟଙ୍କା (୨.୭୬ ପ୍ରତିଶତ ବୃଦ୍ଧି), ମାର୍କେଟ କ୍ୟାପିଟାଲ୍ - ୧,୯୨,୯୭୮ କୋଟି ଟଙ୍କା

ଆଦାନୀ ଟୋଟାଲ୍ : ସେୟାର ମୂଲ୍ୟ ୧୬୪୮.୩୫ ଟଙ୍କା (୧.୫୮ ପ୍ରତିଶତ କ୍ଷତି), ମାର୍କେଟ କ୍ୟାପିଟାଲ୍ ୧,୮୧,୨୮୭ କୋଟି ଟଙ୍କା

ଆଦାନୀ ଗ୍ରିନ୍ ଏନର୍ଜି : ସେୟାର ମୂଲ୍ୟ - ୧୩୮୭.୭୦ ଟଙ୍କା (୧.୩୭ ପ୍ରତିଶତ କ୍ଷତି), ମାର୍କେଟ କ୍ୟାପିଟାଲ - ୨,୧୭,୦୩୮ କୋଟି ଟଙ୍କା

ଆଦାନୀ ପୋର୍ଟ : ସେୟାର ମୂଲ୍ୟ - -୭୬୨.୭୫ ଟଙ୍କା (୪.୫୯ ପ୍ରତିଶତ ବୃଦ୍ଧି), ମାର୍କେଟ କ୍ୟାପିଟାଲ - ୧,୫୫,୭୩୪ କୋଟି ଟଙ୍କା

- ଆଦାନୀ ପାୱାର : ସେୟାର ମୂଲ୍ୟ - ୧୦୫.୯୫ ଟଙ୍କା (୦.୦୫ ପ୍ରତିଶତ ବୃଦ୍ଧି), ମାର୍କେଟ କ୍ୟାପିଟାଲ - ୪୦,୮୬୪ କୋଟି ଟଙ୍କା

- ଆଦାନୀ ଟ୍ରାନ୍ସମିସନ୍: ସେୟାର ମୂଲ୍ୟ - ୧୯୨୪.୪୫ ଟଙ୍କା (୦.୮୫ ର କ୍ଷତି), ମାର୍କେଟ କ୍ୟାପିଟାଲ୍ - ୨,୧୧,୬୫୨ କୋଟି ଟଙ୍କା