• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣେ : ମାଟିରେ ସ୍ୱପ୍ନର ମହଲ ତିଆରି କଲେ ଦମ୍ପତି । ନିଜ ହାତରେ ମାଟିରେ ଦୁଇ ମହଲା କୋଠା ତିଆରି କରିଛନ୍ତି । ଘର ଟିଏ ତୋଳିବା ପାଇଁ ସମସ୍ତଙ୍କ ମନରେ ଇଚ୍ଛା ଥାଏ । ନିଜ ହାତରେ ଘର ସଜାଇବା ଅନେକଙ୍କର ମନ । ହେଲେ କେତେଜଣଙ୍କର ଏ ସ୍ୱପ୍ନ ବା ପୂରଣ ହୋଇପାରେ । ଆଜିକାଲିର ମହଙ୍ଗା ଯୁଗରେ ଘର ଖଣ୍ଡିଏ ତୋଳିବା ପାଇଁ ଜୀବନଯାଜକ ଜମାପୁଞ୍ଜି କମ୍ ପଡ଼େ । ଏପରିସ୍ଥଳେ ଏକ ଦମ୍ପତି ନିଜର ଏପରି ଏକ ଘର ନିର୍ମାଣ କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଉ ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ମଧ୍ୟ ହେଉଛନ୍ତି । ପୁଣେର ଏକ ଦମ୍ପତି ଏଭଳି ଏକ ଘର ନିର୍ମାଣ କରିଛନ୍ତି । ୭୦୦ ବର୍ଷ ପୁରୁଣା କୌଶଳ ବ୍ୟବହାର କରି ମାଟିର ଦୁଇ ମହଲା କୋଠା ତିଆରି କରିଛନ୍ତି ।

ପୁଣେର ୟୁଗା ଅଖାରା ଏବଂ ସାଗର ଶିରୁଡେ । ମହାରାଷ୍ଟ୍ରର ବାଘେଶ୍ୱର ଗ୍ରାମରେ ନିଜର ଫାର୍ମହାଉସ୍ ନିର୍ମାଣ କରିବାକୁ ଯୋଜନା କରିଥିଲେ । ବାଉଁଶ ଓ ମାଟିରେ ଘର ତିଆରି କରିବା ପାଇଁ ଯୋଜନା କରିଥିଲେ । ହେଲେ ଗାଁର ଲୋକମାନେ ଏଥିପାଇଁ ତାଙ୍କୁ ମନା ୟୁଗା ଏବଂ ସାଗର ହାର ମାନି ନଥିଲେ । ୭୦୦ ବର୍ଷ ପୁରାତନ କୌଶଳରେ ନିର୍ମିତ ଦୁର୍ଗ ଏବଂ ଘର ଗୁଡ଼ିକର ଉଦାହରଣ ଦେଇଥିଲେ । ଆଉ ଘର ତିଆରି ଆରମ୍ଭ କରିଥିଲେ । ଆଉ ଆଜି ଉଭୟଙ୍କ ଦୃଢ଼ ମନୋବଳ କଠିନ ପରିଶ୍ରମ ବଳରେ ଦୁଇ ମହଲାର ମାଟି ଘର ନିର୍ମାଣ ହୋଇଛି । ଆଉ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ଘର ତିଆରିରେ ସେମାନେ କୌଣସି କୁଲିମଜୁରିଆ ଲଗେଇ ନାହାନ୍ତି । ନିଜ ହାତରେ ଅତି ଯତ୍ନ ସହକାରେ ମାଟିର ମହଲ ତିଆରି କରିଛନ୍ତି ।

ଆର୍କିଟେକ୍ଟ ଅଛନ୍ତି ସ୍ୱାମୀ ସ୍ତ୍ରୀ

ୟୁଗା ଓ ସାଗର ଆର୍କିଟେକ୍ଟ ଅଛନ୍ତି । ୨୦୧୪ ମସିହାରେ ୟୁଗା ଏବଂ ସାଗର ପୁଣେର ଏକ କଲେଜରୁ ଅଧ୍ୟୟନ ସମାପ୍ତ କରିଥିଲେ । ପରେ ସେମାନେ ସାଗା ଆସୋସିଏଟ୍ସ ନାମକ ଏକ ଫାର୍ମ ଆରମ୍ଭ କରିଥିଲେ । ଉଭୟ ଆର୍କିଟେକ୍ଟ ହୋଇଥିବାରୁ ସେମାନେ ଏକତ୍ରିତ ହୋଇ ଅନେକ ଘର ଏବଂ ଅନୁଷ୍ଠାନର ଡିଜାଇନ୍ କରିଛନ୍ତି । କିନ୍ତୁ ତାଙ୍କ ମାଟିରେ ନିର୍ମିତ ଏହି ଘରଟି ଅତ୍ୟନ୍ତ ସ୍ୱତନ୍ତ୍ର, ଯାହାର ନାଁ 'ମିଟି ମହଲ' ରଖଇଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାତ୍ୟା ସମୟରେ ତାଙ୍କ ଘରଟି ସମ୍ପୂର୍ଣ୍ଣ ଠିକ୍ ଅଛି । ଘରେ ପାଣି ପଶିନଥିଲା କି କିଛି ଅସୁବିଧା ହୋଇନଥିଲା ।

ଅତି ଅଳ୍ପ ଟଙ୍କାରେ ତିଆର ହୋଇଛି ଘର

ମାଟିରେ ଘର ତିଆରି ପାଇଁ ମାତ୍ର ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଘର ତିଆରି ପାଇଁ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିଥିଲେ ଏବଂ ଅନେକ ଜିନିଷର ପୁନଃବ୍ୟବହାର କରିଥିଲେ ଦମ୍ପତି । ବାଉଁଶ, ନାଲି ମାଟି ଏବଂ ଘାସରେ ତିଆରି ହୋଇଛି ଏହି ଦୁଇ ମହଲା ମାଟିର ଘର । ଘର ତିଆରି ପାଇଁ ମାଟିକୁ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଭୁଷି, ଗୁଣ୍ଡ ଏବଂ ହରଡ଼ ଗଛର ଅଂଶବିଶେଷ ମିଶ୍ରଣ କରାଯାଇଥିଲା । ଆଉ ଏହି ମାଟି ପ୍ରସ୍ତୁତ ହୋଇଗଲା ପରେ ଇଟା ଏବଂ ବାଉଁଶ ଉପରେ ଲେପନ କରାଯାଇଥିଲା ।