Advertisment

ପଦବୀ ୬୦୦; କିନ୍ତୁ ଇଣ୍ଟରଭ୍ୟୁ ପାଇଁ ଆସିଲେ ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ, ତା’ପରେ...

ପଦବୀ ୬୦୦, କିନ୍ତୁ ଇଣ୍ଟରଭ୍ୟୁ ପାଇଁ ଆସିଲେ ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ। ଶେଷରେ ଲାଠିମାଡ଼ ଖାଇଲେ। ଗୁଜରାଟରେ ଏଭଳି କିଛି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Thousands Of Candidates Throng For Interview

Thousands Of Candidates Throng For Interview

ସୁରତ: ପଦବୀ ୬୦୦, କିନ୍ତୁ ଇଣ୍ଟରଭ୍ୟୁ ପାଇଁ ଆସିଲେ ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରାର୍ଥୀ। ପରିସ୍ଥିତି ଏପରି ହେଲା ଯେ, ଶେଷରେ ସେମାନଙ୍କୁ ଲାଠି ମାଡ଼ କରିବାକୁ ପଡ଼ିଲା। ଗୁଜରାଟ ବନାସକାଣ୍ଠାରେ ଏଭଳି କିଛି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଗ୍ରାମ୍ୟ ରକ୍ଷକ ଟିମ୍‌ରେ ନିଯୁକ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗୁଜରାଟ ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇଁ ୬୦୦ ପଦବୀ ବାହାରିଥିଲା ଓ ଆଜି ଇଣ୍ଟରଭ୍ୟୁ ଥିଲା। ତେବେ ୬୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ହଜାର ହଜାର ସଂଖ୍ୟକ ଆଶାୟୀ ପ୍ରାର୍ଥୀ ଇଣ୍ଟରଭ୍ୟୁ ଦେବା ଲାଗି ପହଞ୍ଚିଥିଲେ। 

ନିଯୁକ୍ତି ପୂର୍ବରୁ ହେବାକୁ ଥିବା ଫିଜିକାଲ୍‌ ଟେଷ୍ଟ୍‌ ପାଇଁ ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ପୋଲିସର ବି ନିଦ ଉଡ଼ି ଯାଇଥିଲା। ଘଟଣାସ୍ଥଳରେ ଠେଲାପେଲା ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଶେଷରେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌କୁ ଲାଠି ମାଡ଼ କରିବାକୁ ପଡ଼ିଥିଲା। 

Advertisment
Interview For Recruitment Gujarat Police Lathicharge
Advertisment
Advertisment