ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଚାଲିଗଲା ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବଦଳିବ ଭାରତୀୟ ଯବାନଙ୍କ ୟୁନିଫର୍ମ । ଯବାନଙ୍କ ତେଜ ଓ ପରାକ୍ରମକୁ ପ୍ରତିପାଦିତ କରୁଥିବା ଡିଜିଟାଲ ଓ ଶତ୍ରୁଙ୍କୁ ଚକମା ଦେଉଥିବା ବା କାମୋଫ୍ଲାଜ୍ ପୋଷାକ ପ୍ରସ୍ତୁତ ଲାଗି ସେନା ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପୁଣି କମିଲା ସୁନା ଓ ରୁପା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଛି । ଭୁବନେଶ୍ୱରରେ ସୁନାର ଦାମ୍ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୮୪୦ ଟଙ୍କା ଓ ୪୯, ୧୨୦ ଟଙ୍କା ରହିଛି ।
ବାଘଟି କଲେଜ କ୍ଲାସ୍ ରୁମ୍ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି ।
କାର୍ ଦୁର୍ଘଟଣାରେ ୨ ଜଣ ମଡେଲ୍ଙ୍କ ମୃତ୍ୟୁ ଘଟିଛି। ୨ ମଡେଲ୍ ହୋଟେଲ୍ରୁ ବାହାରିବା ଦେଖି ସେମାନଙ୍କ ଗାଡ଼ିକୁ ପିଛା କରିବା ଆରମ୍ଭ କରି ଦେଇଥିଲେ ଜଣେ ନିଶାଖୋର ଯୁବକ।
ବିଶ୍ୱରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ୍ ଟିକାର ବୁଷ୍ଟର ଡୋଜ ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନିକଟରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଆବେଦନ କରିଛି।
କମିଲା ସୁନା ଦର । ଭାରତୀୟ ବଜାରରେ ସୁନାର ଦାମ୍ ହ୍ରାସ ପାଇଛି । ଆଜି ସୁନାର ଦାମ୍ ୨୪ ଓ ୨୨ କ୍ୟାରେଟ୍ ମୂଲ୍ୟ କମିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୦୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮, ୧୦୦ ଟଙ୍କା ରହିଛି
ଗତ ପାଞ୍ଚ ବର୍ଷ ମଧ୍ୟରେ ଛଅ ଲକ୍ଷରୁ ଅଧିକ ଭାରତୀୟ ଦେଶରୁ ନିଜର ନାଗରିକତ୍ୱ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ମଙ୍ଗଳବାର ଲୋକସଭାରେ ସୂଚନା ଦିଆଯାଇଛି ।
ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ମହାରାଷ୍ଟ୍ର ଫେରିଥିବା ୬ ଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯେଉଁ ଦେଶ ଗୁଡ଼ିକରେ କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍’ ଚିହ୍ନଟ ହୋଇଛି, ସେହିସବୁ ଦେଶରୁ ଏହି ଯାତ୍ରୀମାନେ ଆସିଥିବା ସୂଚନା ମିଳିଛି।
ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଝଟ୍କା। ଆଜିଠୁ ଅର୍ଥାତ୍ ଡିସେମ୍ବର ୧ରୁ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛନ୍ତି। ଆଜିଠୁ ଗ୍ୟାସ୍ ସିଲିଣ୍ଡର ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଛି।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ପଞ୍ଜାବ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ନିର୍ବାଚନ ପ୍ରଚାର ସମୟରେ ନବଜୋତ ସିଂହ ସିଦ୍ଧୁ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦିଆଯାଇଥିବା ନାରୀ ସଶକ୍ତିକରଣ ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ତାଲିକା ଏତିକିରେ ସରି ନାହିଁ । ନାସା ହେଉ କି ବୋଇିଂ ଅବା ଚିପ୍ ନିର୍ମାଣକାରୀ କଂପାନୀ କ୍ୱାଲ୍କମ୍, ଅଧିକାଂଶ ଆମେରିକୀୟ ଟେକ୍ କଂପାନିରେ ବଡ଼ ବଡ଼ ପଦବୀରେ ଭାରତୀୟ ରହିଛନ୍ତି ।
ପରାଗ ଅଗ୍ରୱାଲ ଏବେ ଟ୍ୱିଟରର ସିଟିଓ ବା ଚିଫ୍ ଟେକ୍ନୋଲୋଜି ଅଫିସର୍ ଭାବେ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ପୂର୍ବରୁ ଏହି ପଦବୀରେ ଆଡାମ ମେସିଙ୍ଗର ନିଯୁକ୍ତ ଥିଲେ ।
କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍କୁ ନେଇ ଚିନ୍ତା ବଢ଼ୁଛି। ଏସବୁ ଭିତରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହେବ।
ଗୋଟିଏପଟେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟପଟେ ଖାଇବାରେ ବ୍ୟସ୍ତ ଥିଲେ ଅତିଥି। ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରରେ ଏକ ମ୍ୟାରେଜ୍ ହଲ୍ରେ ଏହି ଘଟଣା ଘଟିଥିଲା।
ଟ୍ୱିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରୱାଲ ଦାୟିତ୍ୱ ନେବାର ପ୍ରଥମ ଦିନରେ ହିଁ ବିବାଦ ଘେରକୁ ଆସିଛନ୍ତି। ପରାଗଙ୍କ ଏକ ପୁରୁଣା ଟ୍ୱିଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାରର ଆଉ ଜଣେ ସଦସ୍ୟ ଓ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଆଜି ଠାରୁ ସମୁଦ୍ର ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ। ସମରାଭ୍ୟାସରେ ୧୮ ଟି ସଂସ୍ଥା ସାମିଲ। ୨୬/୧୧ ମୁମ୍ବାଇ ଆକ୍ରମଣ ପରଠାରୁ ସାରା ଦେଶର ଉପକୂଳିଆ ଅଞ୍ଚଳରେ ଏହି ମକଡ୍ରିଲ କରାଯାଉଛି। #SagarKabcha #OTV #OdIsha #OTVNews
ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଆନ୍ଧ୍ରପ୍ରଦେଶ.. ଲଗାଣ ବର୍ଷାରେ କଡପ୍ପା ଜିଲ୍ଲାର ରେଲଓ୍ୱେକୋଡୁର ସହରର ନରସରାମପେଟାର ଗୁଞ୍ଜାନେରୁ କେନାଲ ନିକଟରେ କେମିତ ଏକ ଘର ଭାସିଯାଉଛି ଦେଖନ୍ତୁ..ଗତ କିଛି ଦିନ ହେଲା ଏଠାରେ ପ୍ରବଳ ବର୍ଷୁଛି.. ୨ ଦିନ ହେଲା ପାଣି ଘେରରେ ରହିବା ପରେ ଶେଷରେ କେନାଲ ଭିତରକୁ ଭୁଶୁଡ଼ି ପଡିଲା କାହାର ସ୍ୱପ୍ନର ଘର..
ବିଲ୍ ପାରିତ ହେବା ପୂର୍ବରୁ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ କୃଷି ଆଇନ୍ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା।
ଜିଓର ୧୨୯ ଟଙ୍କାର ଅନଲିମିଟେଡ୍ ପ୍ଲାନ୍ ପାଇଁ ବର୍ତ୍ତମାନ ଗ୍ରାହକଙ୍କୁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏହି ଯୋଜନାରେ ଗ୍ରାହକଙ୍କୁ ମାସିକ ତଥ୍ୟ ସହିତ ଅନଲିମିଟେଡ୍ କଲିଂ ସହିତ ୩୦୦ SMS ଦିଆଯାଉଛି । ଜିଓର ୧୨୯ର ଯୋଜନା ମଧ୍ୟ ୨୮ ଦିନର ବୈଧତା ସହିତ ଆସିଥାଏ ।
ତାମିଲନାଡ଼ୁରେ ପୁଣି ବର୍ଷା ବିତ୍ପାତ । ଅନେକ ତଳିଆ ଅଂଚଳ ଜଳବନ୍ଦୀ । ରାସ୍ତାରେ ଚାଲୁଛି ଡଙ୍ଗା । ଦେଖନ୍ତୁ ଏହି ଭିଡିଓ ।
ଆଜି ସଂସଦର ଶୀତ ଅଧିବେଶନ । ଆସିପାରେ କୃଷି ଆଇନ ଉଚ୍ଛେଦ ବିଲ୍ । ସେପଟେ ରାଜ୍ୟରେ ବିଧାନସଭାରେ ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।