Advertisment

ଅଧିକ ମାରାତ୍ମକ କରୋନାର ନୂଆ ଭ୍ୟାରିଏଣ୍ଟ୍‌ ‘ଓମିକ୍ରନ’, କାମ କରୁନି ଟିକା

କରୋନାର ନୂଆ ଭ୍ୟାରିଏଣ୍ଟ୍‌ ‘ଓମିକ୍ରନ’କୁ ନେଇ ଚିନ୍ତା । ଏହି ନୂ‌ଆ ଭାରିଏଣ୍ଟ୍‌ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି। ଏହା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Covid19 Variant Omicron

New Covid19 Variant Omicron

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା, ମାଲଓ୍ୱି, ବେଲଜିୟମ, ହଂକଂ ଓ ବୋସଓ୍ୱାନାରେ ଚିନ୍ତାଜନକ ଭାବେ ସଂକ୍ରମଣ ବଢ଼ାଇଥିବା କରୋନାର ନୂଆ ଭ୍ୟାରିଏଣ୍ଟର ନାଁ ‘ଓମିକ୍ରନ୍‌’ ଦିଆଯାଇଛି। SARS-CoV-2 ଭାଇରସ୍ ଉପରେ ଗବେଷଣା କରୁଥିବା ଟେକନିକାଲ୍ ଆଡଭାଇଜରି ଗ୍ରୁପ୍‌ର ଭର୍ଚୁଆଲ୍‌ ମିଟିଂରେ ଏହି ଭ୍ୟାରିଏଣ୍ଟର ନାମକରଣ କରାଯାଇଛି। 

Advertisment

ଅଳ୍ପ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ଭ୍ୟାରିଏଣ୍ଟ ‘B.1.1.529 ବା ଓମିକ୍ରନ୍‌’ କରୋନାର ଅନ୍ୟ ଭ୍ୟାରିଏଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ପକ୍ଷରୁ କୁହାଯାଇଛି। ପୂର୍ବର ଆସିଥିବା ଡେଲ୍‌ଟା, ଡେଲ୍‌ଟା ପ୍ଲସ, ଆଲ୍‌ଫା, ବିଟା ଓ ଗାମା ଭ୍ୟାରିଏଣ୍ଟ ଠାରୁ ଏହା ଅଧିକ ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଅନେକ ଥର ମ୍ୟୁଟେସନ୍‌ ପରେ ଓମିକ୍ରନ ଭ୍ୟାରିଏଣ୍ଟ ସୃଷ୍ଟି ହୋଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣ ରୋକିବା ଲାଗି ଶୁକ୍ରବାରଠାରୁ ବିଭିନ୍ନ ଦେଶ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ, ଓମିକ୍ରନ ସଂକ୍ରମଣ ବଢ଼ିବାର ସିଧା ପ୍ରଭାବ ଷ୍ଟକ୍‌ ମାର୍କେଟ ଉପରେ ମଧ୍ୟ ପଡ଼ିଛି

Advertisment

ତେବେ ସଂକ୍ରମଣ ପରେ ଓମିକ୍ରନର ପ୍ରଭାବ କେତେ ମାତ୍ରାରେ ରହୁଛି, ତାହା ଉପରେ ଅଧିକ ଗବେଷଣା ଜାରି ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ନୂଆ ଭ୍ୟାରିଏଣ୍ଟ ଓମିକ୍ରନକୁ ନେଇ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶେଷଜ୍ଞଙ୍କ ଏକ ବୈଠକ ବସିବ ବୋଲି ଜଣାପଡ଼ିଛି।

ଏହି ନୂ‌ଆ ଭାରିଏଣ୍ଟ୍‌ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି। ଏହା ଦ୍ରୁତ ଗତିରେ ବ୍ୟାପିବା ସହ ସ୍ୱାସ୍ଥ୍ୟ ସମସ୍ୟାକୁ ଜଟିଳ କରୁଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନୂଆ ଭାରିଏଣ୍ଟ୍‌ ଭାଇରସ୍ ଉପରେ ନଜର ରଖିଛି।

COVID19 New Covid Variant Omicron
Advertisment
Advertisment