goutam
ନୂଆଦିଲ୍ଲୀ : ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ । ‘ISIS କାଶ୍ମୀର’ ପକ୍ଷରୁ ଇ-ମେଲ୍ ଯୋଗେ ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଏହି ଧମକ ମିଳିଛି । ସପ୍ତାହକ ମଧ୍ୟରେ ଗମ୍ଭୀରଙ୍କୁ ତୃତୀୟ ଥର ଏହି ହତ୍ୟା ଧମକ ମିଳିଛି। ୨୮ ନଭେମ୍ବର ରାତିରେ ତାଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ପଠାଯାଇଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ, ଏଥର ଦିଲ୍ଲୀ ପୋଲିସକୁ ଇସାରା କରି ଇମେଲରେ ଉଲ୍ଲେଖ କରି କୁହାଯାଇଛି ,ସେମାନଙ୍କ ସୁରକ୍ଷା ସହ ଜଡିତ ପୋଲିସ ମଧ୍ୟ କିଛି କରିପାରିବ ନାହିଁ । ବର୍ତ୍ତମାନ ଏନେଇ ଦିଲ୍ଲୀ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
ଗତକାଲି ରାତିରେ ପାକିସ୍ତାନର କରାଚିରୁ ଗମ୍ଭୀରଙ୍କୁ ଏକ ଇ-ମେଲ ପଠାଯାଇଛି । ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରୁ ମାରିଦିଆଯିବ ବୋଲି ଇମେଲରେ ଧମକ ଦିଆଯାଇଥିଲା । ଏହି ଇମେଲ୍ ଆଇଏସ୍ କାଶ୍ମୀରର ID ରୁ ଆସିଥିବା ([email protected]) ସୂଚନା ମିଳିଛି । ଏଥିରେ ଲେଖାଯାଇଛି ଦିଲ୍ଲୀ ପୋଲିସ ଏବଂ ଆଇପିଏସ୍ ଶ୍ୱେତା ଚୌହାନ (ଡିସିପି କେନ୍ଦ୍ରୀୟ ଜିଲ୍ଲା) ଚାହିଁଲେ ମଧ୍ୟ କିଛି କରିପାରିବେ ନାହିଁ । ଦିଲ୍ଲୀ ପୋଲିସ ଭିତରେ ଆମର ଗୁପ୍ତଚରମାନେ ଅଛନ୍ତି ବୋଲି ଇ-ମେଲ୍ରେ ଲେଖାଯାଇଛି । ଆଉ ସେମାନେ ଆମକୁ ସମସ୍ତ ତଥ୍ୟ ଦେଉଛନ୍ତି ।
ସୂଚନାଯୋଗ୍ୟ ଏହା ପୂର୍ବରୁ ଗୌତମ ଗମ୍ଭୀରଙ୍କୁ ନିକଟ ଅତୀତରେ ଦୁଇଟି ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା, ଯାହା ଆଇଏସଆଇଏସ କାଶ୍ମୀର ଦ୍ୱାରା ପଠାଯାଇଥିଲା । ଏହା ପରେ ପୂର୍ବତନ କ୍ରିକେଟରଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ପୂର୍ବରୁ ଗୌତମ ଗମ୍ଭୀରଙ୍କ ନିକଟକୁ ଆସିଥିବା ଇମେଲ ଗୁଡିକୁ ଅନୁସନ୍ଧାନ କରୁଛି ସାଇବର ସେଲ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)