Advertisment

୨୬/୧୧ କାଳ ରାତିକୁ ପୂରିଲା ୧୩ ବର୍ଷ ! ଆଜି ବି କାନରେ ପଡ଼ୁଛି ସେହି ଗୁଳି ଶବ୍ଦ, ସେହି କାନ୍ଦବୋବାଳିର କରୁଣ ସ୍ୱର

ଆଜକୁ ଠିକ୍ ୧୩ ବର୍ଷ ତଳେ ଆଜି ଦିନରେ ଆତଙ୍କବାଦୀମାନେ ମାୟାନଗରୀକୁ ଦୋହଲାଇ ଦେଇଥିଲେ। । ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା । ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇର ଛାତିରେ ଛିଡ଼ା ହୋଇ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ହମଲା କରିଥିଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Mumbai 26/11 terror attack

Mumbai 26/11 terror attack

ମୁମ୍ବାଇ : ୨୬/୧୧ ଆକ୍ରମଣ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ପୂରିଛି ୧୩ ବର୍ଷ । ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ରୁ ଅଧିକ ଆତଙ୍କବାଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ ଓ ଲିଓପୋଲଡ କାଫେ ସହ ଏକ ମେଡ଼ିକାଲରେ ରାତିସାରା ସଂହାର ଲୀଳା ରଚିଥିଲେ । ଆତଙ୍କୀଙ୍କ ଗୁଳିମାଡରେ ୧୬୪ରୁ ଅଧିକ ନିରିହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ବି ହୋଇଥିଲେ । ଏହାରି ଭିତରେ ଘଟଣାକୁ ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା, ଆଜି ବି ସେଇ ଲୋମହର୍ଷଣକାରି ଘଟଣା ମନେପଡିଲେ ଲୋମ ଟାଙ୍କୁରି ଉଠେ ।

Advertisment

ସେଦିନ ଥିଲା ୨୬-୧୧-୨୦୦୮ । ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି, ରଚିଥିଲେ ସଂହାରଲୀଳା । ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ୧୦ ଆତଙ୍କୀ ମୁମ୍ବାଇର ଛାତିରେ ଛିଡ଼ା ହୋଇ ପାଖାପାଖି ୪ ଦିନ ଧରି ୧୨ଟି ଭୟଙ୍କର ହମଲା କରିଥିଲେ । ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ ଆରମ୍ଭ କରି ନରିମାନ ହାଉସ, ହୋଟେଲ ଓବରଏ, ହୋଟେଲ୍ ତାଜ ପ୍ୟାଲେସ, ଲିଓପୋଲ୍ଡ କାଫେ ସହ ଏକ ମେଡ଼ିକାଲରେ ଚାଲିଥିବା ବର୍ବରତା ।

ଏହି ବର୍ବର ଆତଙ୍କୀଙ୍କ ଗୁଳିମାଡରେ ୧୬୪ରୁ ଅଧିକ ନିରୀହ ଜନତାଙ୍କ ମୃତ୍ୟୁ ହେବା ସହ ୩୦୮ରୁ ଅଧିକ ଆହତ ହୋଇଥିଲେ । ତେବେ ଏକମାତ୍ର ଆତଙ୍କୀ ଅଜମଲ କସେବକୁ ଛାଡ଼ି ବାକି ସମସ୍ତ ଆତଙ୍କବାଦୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଏହି ଆତଙ୍କବାଦୀମାନଙ୍କୁ ସମୁଳେ ନିପାତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲାଗିଥିଲା ୪ ଦିନ । ଶେଷରେ ୨୯ ନଭେମ୍ବର ୨୦୦୮ରେ ଶେଷ ହୋଇଥିଲା ଅପରେସନ୍ ବ୍ଲାକ ଟର୍ଣ୍ଣାଡୋ । ସମଗ୍ର ବିଶ୍ୱରେ ଏହି ଆକ୍ରମଣକୁ ନିନ୍ଦା କରାଯାଇଥିଲା । ଏହି ଆକ୍ରମଣ ପୂର୍ବରୁ ପାକିସ୍ତାନ ସହ ଭାରତର ତିକ୍ତତା ସମ୍ପର୍କ ରହିଥିଲା। ହେଲେ ୨୬/୧୧ ଘଟଣା ପରେ ଭାରତ ସରକାର ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର୍ କରିଥିଲେ ।

Advertisment

ଏହି ଆତଙ୍କବାଦୀ ଆକ୍ରମଣରେ ଯେଉଁମାନଙ୍କର ପରିବାର ଉଜୁଡ଼ିଗଲା, ଯେଉଁମାନଙ୍କ ଆଖି ଆଗରେ ନିଜ ସଂପର୍କୀୟ ହଜିଗଲେ, ଯେଉଁମାନେ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଆତଙ୍କବାଦୀଙ୍କୁ ସାମ୍ନା କରୁଥିଲେ, ସେମାନଙ୍କ କାନରେ ଏବେ ବି ଶୁଭୁଛି ସେହି ଗୁଳି ଶବ୍ଦ, ସେହି କାନ୍ଦବୋବାଳିର ଶବ୍ଦ । ଆଉ ସେ ରାତିକୁ ଭୁଲିବା ବି ସମ୍ଭବ ନୁହେଁ ପ୍ରତ୍ୟେକ୍ଷଦର୍ଶୀଙ୍କ ପକ୍ଷରେ।

ସୁରକ୍ଷା ବାହିନୀଙ୍କ ହାତରେ ଧରାପଡ଼ିଥିବା ଆତଙ୍କୀ କସାବ ଫାଶୀ ଖୁଣ୍ଟରେ ଝୁଲିଛି। ହେଲେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ପାକିସ୍ତାନ ନାଗରିକ ତଥା ଲସ୍କର-ଇ ତୋଏବାର ମୁଖ୍ୟ ଜାକିଉର ରେହମନ୍ ଲକଭି କିନ୍ତୁ ଏଯାଏଁ ଖୁଲମଖୁଲ୍ଲା ବୁଲୁଛି । ଭାରତ ପକ୍ଷରୁ ଯେତେ ଚାପ ପଡ଼ିଲେ ମଧ୍ୟ ପାକିସ୍ତାନ ସରକାର ତାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଲେନାହିଁ । ତେବେ ବର୍ଷ ପରେ ବର୍ଷ ଗଡ଼ୁଛି ସତ କିନ୍ତୁ ସେ ଦିନର ଘଟଣା ଏବେ ବି ସତେଜ୍ ରହିଛି।

26/11 Terror Attack
Advertisment
Advertisment