Advertisment

କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌କୁ ନେଇ ଭୟ,ବେଙ୍ଗାଲୁରୁ ଫେରିଥିବା ୨ ଆଫ୍ରିକୀୟ ପଜିଟିଭ୍‌

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନର ଭୟ ଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ଦୁଇ ଜଣ ଆଫ୍ରିକୀୟ ନାଗରିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Amid 'Omicron' Variant Scare

Amid 'Omicron' Variant Scare

ବେଙ୍ଗାଲୁରୁ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନର ଭୟ ଭିତରେ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ଦୁଇ ଜଣ ଆଫ୍ରିକୀୟ ନାଗରିକ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ସାଧାରଣ କୋଭିଡ୍ ସଂକ୍ରମିତ ବୋଲି ଟେଷ୍ଟରୁ ଜଣାପଡ଼ିଛି। 

Advertisment

ଏହି ୨ ଆଫ୍ରିକୀୟ ନାଗରିକ  କେଉଁ ପ୍ରଜାତିର ଭୂତାଣୁ ଦ୍ୱାରା ସଂକ୍ରମିତ ତାହା ଜାଣିବା ଲାଗି ସେମାନଙ୍କର ସାମ୍ପଲ ଜେନମ୍ ସିକ୍ୱେନ୍ସିଂ ଟେଷ୍ଟ ପାଇଁ ପଠାଯାଇଥିଲା। ଟେଷ୍ଟ୍‌ ରିପୋର୍ଟରୁ ଉଭୟ ଡେଲ୍‌ଟା ଭାରିଏଣ୍ଟ୍‌ରେ ସଂକ୍ରମିତ ବୋଲି ସୂଚନା ମଳିଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଏହି ୨ ନାଗରିକଙ୍କୁ କ୍ୱାରେଣ୍ଟିନ୍‌କୁ ପଠାଯାଇଥିବାରୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ବେଙ୍ଗାଲୁରୁ ରୁରାଲ ଡେପୁଟି କମିଶନର କହିଛନ୍ତି।  

ଦକ୍ଷିଣ ଆଫ୍ରିକା, ବୋସ୍‌ୱାନା ଓ ହଂକଂରୁ ଯେଉଁ ଯାତ୍ରୀମାନେ ବେଙ୍ଗାଲୁରୁ ଆସିବେ ସେମାନଙ୍କର କୋଭିଡ୍‌ ଟେଷ୍ଟ୍‌ କରାଯିବ। ସେମାନଙ୍କ ମଧ୍ୟରୁ ଯେଉଁମାନେ ପଜିଟିଭ୍‌ ଚିହ୍ନଟ ହେବେ ୧୦ ଦିନ ଇନ୍‌ଷ୍ଟିଚ୍ୟୁସନାଲ୍‌ ଆଇସୋଲେସନ୍‌ରେ ରହିବେ ବୋଲି ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି କରାଯାଇ ଏହା କୁହାଯାଇଛି। 

Advertisment

ସୂଚନା ଅନୁସାରେ, ନଭେମ୍ବର ୧ରୁ ୨୬ ଭିତରେ ମୋଟ ୯୪ ଜଣ ଲୋକ ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ନଭେମ୍ବର ୨୦ରେ ସାଧାରଣ କୋଭିଡ୍ ଆକ୍ରାନ୍ତ ବୋଲି ଟେଷ୍ଟରୁ ଜଣାପଡ଼ିଛି। କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏୟାରପୋର୍ଟରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ ମହାରାଷ୍ଟ୍ର ଓ କେରଳରୁ ଆସୁଥିବା ଯାତ୍ରୀଙ୍କ ପାଇ  RTPCR ଟେଷ୍ଟ୍‌ ବାଧ୍ୟତାମୂଳକ କରାଯାଇଛି। 

ସେପଟେ ଓଡ଼ିଶା ସରକାର ମଧ୍ୟ ନୂଆ  ଭାରିଏଣ୍ଟ୍‌ଅକୁ ନେଇ ଆଡ୍‌ଭାଇଜରି ଜାରି କରିଛନ୍ତି। ବିଦେଶରୁ ବିଶେଷ କରି ନୂଆ ଭାରିଏଣ୍ଟ୍‌ ଦେଖା ଦେଇଥିବା ଦେଶ ଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।

COVID19 New Covid Variant Omicron
Advertisment
Advertisment