• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଲିଗଡ଼: କ୍ଲାସ୍‌ ରୁମ୍‌ରେ ପଶିଲା ବାଘ । ଯାହାକୁ ଦେଖିଲା ଗୋଡ଼ାଇଲା । ହାବୁଡ଼େ ପଡ଼ିଗଲା ଜଣେ ଛାତ୍ର । ଆଉ ଝାମ୍ପି ପଡ଼ିଲା ବାଘ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଲିଗଡ଼ରୁ ।   

ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ଛରାର ଚୌଧୁରୀ ନିହାଲ ସିଂ ଇଣ୍ଟର କଲେଜରେ ଗୋଟିଏ ଚିତାବାଘ ପଶିଯାଇଥିଲା । ଯାହାକୁ ଦେଖି ସମସ୍ତେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ । ଏତିକି ବେଳେ ଜଣେ ଛାତ୍ର ନିଜ ଜୀବନ ବିକଳରେ ଗୋଟିଏ କ୍ଲାସ୍‌ରୁମ୍‌ରେ ପଶିଯାଇଥିଲା । ଆଉ ଦୁର୍ଭାଗ୍ୟବଶତଃ ବାଘଟି ମଧ୍ୟ ସେହି କ୍ଲାସ୍‌ରୁମ୍‌ରେ ପଶିଲା । ଛାତ୍ରଟିକୁ ଦେଖି ବାଘଟି ଏକ ଝାମ୍ପ ମାରିଲା । ଯେଉଁଥିରେ ଛାତ୍ର ଜଣକ ଗୁରୁତର ହୋଇଛି । ହେଲେ ସୌଭାଗ୍ୟବଶତଃ ଛାତ୍ରଟିର ଜୀବନ ବଞ୍ଚିଯାଇଛି । ଛାତ୍ରଟିକୁ ଉଦ୍ଧାର କରାଯାଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ବାଘଟି କଲେଜ କ୍ଲାସ୍‌ ରୁମ୍‌ରେ ପ୍ରବେଶ କରିବା ନେଇ ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ବାଘଟି କ୍ଲାସ୍‌ରୁମ୍‌ରେ ପଶିବା ପରେ କଲେଜ କର୍ତ୍ତୃପକ୍ଷ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ସ୍ଥାନୀୟ ବନ ବିଭାଗର କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ବାଘଟିକୁ ଆୟତ୍ତ କାରିବା ବନ ବିଭାଗ ପାଇଁ ଏତେ ସହଜ ନଥିଲା । ଏହି ବାଘ ଉଦ୍ଧାର ଅପରେସନ୍‌ ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା । ୯ ଘଣ୍ଟା ପରେ ଚିତା ବାଘଟିକୁ କାବୁ କରି ବନ ବିଭାଗ ନେଇଯାଇଥିଲା ।

କଲେଜରେ ବାଘ ପଶିଥିବା ନେଇ ଖବର ପାଇବା ପରେ ପ୍ରଥମେ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚି ହୋହଲ୍ଲା କରିଥିଲେ । ଫଳରେ ବାଘଟି ଡରିଯାଇ ଆଉ ଏକ କ୍ଲାସ୍‌ରୁମ୍‌ରେ ପଶିଯାଇଥିଲା । ଗ୍ରାମବାସୀ ବାଘଟିକୁ ସେହି କ୍ଲାସ୍‌ରୁମ୍‌ରେ ବନ୍ଦ କରି ରଖିଥିଲେ । ପରେ ବନ ବିଭାଗ ଆସି ବାଘଟିକୁ ଉଦ୍ଧାର କରିଥିଲା  । ତେବେ ଉଭୟ ଛାତ୍ର ଓ ବାଘର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି ।