• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶଙ୍ଖକୁ ଘାଇଲା କରୁଛି ବିଜେପି ବାଣ । ଚୁପ୍‌ଚାପ୍‌ ରହୁଛି, ସମୟ ଦେଖି ବିସ୍ଫୋରଣ କରୁଛି । ବିଜୁ ଜୟନ୍ତୀକୁ ନେଇ ରାଜନୀତି ଓ ବିରୋଧ ତେଜିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିକଟକୁ ନିମନ୍ତ୍ରଣ ପଠାଇଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ରାଜ୍ୟର ମୁଖିଆ ।

ଅଧିକ ପଢ଼ନ୍ତୁ: ଯାତ୍ରା ସିଂହବାହିନୀ ମାଲିକଙ୍କୁ ପୀୟୂଷ ତ୍ରିପାଠୀଙ୍କ ରୋକଠୋକ୍ ଜବାବ

ସୂଚନା ଅନୁସାରେ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ନ ପାଳିବାକୁ ଘୋଷଣା କରିଛନ୍ତି । କେବଳ ଏହି ଦିନକୁ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଫଳରେ ସରକାରୀ ଛୁଟି ମଧ୍ୟ ବାତିଲ କରାଯାଇଛି । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ କଡ଼ା ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ କେବଳ ବିଜେଡି ନୁହେଁ ବିଜୁ ଜୟନ୍ତୀକୁ ନେଇ କଂଗ୍ରେସ ମଧ୍ୟ ମୁହଁ ଖୋଲିଛି ।

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି । ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା । ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର । ଆଉ ଏବେ ପଞ୍ଚାୟତିରାଜ ଦିବସ ପାଳନକୁ ନେଇ ରାଜନୀତି ଜୋର ଧରିଛି । ଏବେ ଦେଖିବାର କଥା ବିଜୁ ବାବୁଙ୍କୁ ନେଇ ବିଜେଡିର ଆଗାମୀ ଆଭିମୁଖ୍ୟ କ’ଣ ରହୁଛି ? ଆଉ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ନବୀନ କାର୍ଯ୍ୟକ୍ରମକୁ ଯାଉଛନ୍ତି ନା ନାହିଁ ।
 

OTV is now on Whatsapp

Join and get latest news update delivered to you via whatsapp

Join Now