Advertisment

କମିଲା ସୁନା ଓ ରୂପା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି କମିଲା ସୁନା ଓ ରୁପା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଛି । ଭୁବନେଶ୍ୱରରେ ସୁନାର ଦାମ୍ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୮୪୦ ଟଙ୍କା ଓ ୪୯, ୧୨୦ ଟଙ୍କା ରହିଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold rate today

Gold rate today

ଭାରତୀୟ ବଜାରରେ ଆଜି ସୁନାର ଦର ହ୍ରାସ ପାଇଛି । ସୁନା ୨୪ ଓ ୨୨ କ୍ୟାରେଟ୍‌ ମୂଲ୍ୟ କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୭୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୮୧୦ ଟଙ୍କା ରହିଛି । 

Advertisment

ଦେଶର ପ୍ରମୁଖ ସହରରେ ଅଲଗା ଅଲଗା ଦାମ୍ ରହିଛି । ନୂଆଦିଲ୍ଲୀରେ ସୁନାର ଦାମ୍ ୨୨ କ୍ୟାରେଟ୍ ରେ ୪୬, ୭୫୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟରେ ୫୧,୦୦୦ ଟଙ୍କା ରହିଛି । ମୁମ୍ବାଇରେ ସୁନାର ଦାମ୍ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭, ୧୨୦ ଟଙ୍କା ଓ ୪୮, ୧୨୦ ଟଙ୍କା ଥିବା ରେକର୍ଡ ରହିଛି ।

gold rate todaygold rate today

ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ ମୂଲ୍ୟ ୪୬, ୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୬୫୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫, ୧୬୪ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୨୭୦ ଟଙ୍କା ଥିବା ରେକର୍ଡ ହୋଇଛି ।

Advertisment

ସେପଟେ  ଆଜି ରୁପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସେହିପରି ରୁପା ଦାମ୍‌ କମି କିଲୋ ପ୍ରତି ୬୧ ,୭୦୦ ଟଙ୍କା ରହିଛି। ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Rate Today
Advertisment
Advertisment