Advertisment

କରୋନାର ନୂଆ ଭାରିଏଣ୍ଟ୍ ‘ଓମିକ୍ରନ୍‌’କୁ ନେଇ ଆଲର୍ଟ, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ନୂଆ ଟ୍ରାଭେଲ୍‌ ନିୟମ

କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ୁଛି। ଏସବୁ ଭିତରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India's New Travel Rules

India's New Travel Rules

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ୁଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ଏହି ମାରାତ୍ମକ ଭାରିଏଣ୍ଟ୍ ଘାତକ ଡେଲ୍‌ଟା ତୁଳନାରେ ୬ ଗୁଣ ଅଧିକା ସଂକ୍ରାମକ। ଡବଲ୍ ଡୋଜ୍ ଟିକା ନେଇଥିବା ଲୋକ ବି ଏଥିରୁ ବର୍ତ୍ତିବା କଷ୍ଟ ବୋଲି ଜଣାପଡ଼ିଛି। ଏସବୁ ଭିତରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି। ଆଜି ମଧ୍ୟ ରାତ୍ରରୁ ଏହି ନୂଆ ନିୟମ ଲାଗୁ ହେବ। ମାରାତ୍ମକ ଭାରିଏଣ୍ଟ୍ 'ଓମିକ୍ରନ୍' କୁ ଦୃଷ୍ଟିରେ ରଖି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା ପରେ ନୂଆ ନିୟମ ଘୋଷଣା ହୋଇଛି।

Advertisment
  1. ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ଫେରୁଥିବା ଯାତ୍ରୀ ଏୟାରପୋର୍ଟରେ ପହଞ୍ଚିବା କ୍ଷଣି ସେମାନଙ୍କର RT-PCR ଟେଷ୍ଟ୍ କରାଯିବ। RT-PCR ଟେଷ୍ଟ୍ ରେଜଲ୍ଟ ନଆସିବା ଯାଏ ସେମାନେ ଏୟାରପୋର୍ଟରୁ ବାହାରକୁ ଯାଇପାରିବେନି। ଯଦି ରିପୋର୍ଟ ନେଗେଟିଭ୍‌ ଆସେ, ତା’ହେଲେ ସେମାନେ ୭ ଦିନ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବେ ଓ ଅଷ୍ଟମ ଦିନରେ ପୁଣି ଥରେ ଟେଷ୍ଟ୍‌ କରାଯିବ। ଯେଉଁ ରାଜ୍ୟର ଯାତ୍ରୀ ବିଦେଶ ଯାତ୍ରା କରିଥିବେ ସେହି ରାଜ୍ୟର ଅଧିକାରୀମାନେ ବିଦେଶ ଫେରନ୍ତାଙ୍କ ଘରକୁ ପରିଦର୍ଶନରେ ଯିବେ ଓ ହୋମ୍‌ ଆଇସୋଲେସନ୍‌ ନେଇ ସୁନିଶ୍ଚିତ କରିବେ।
  2. ଯଦି କେହି ବିଦେଶ ଫେରନ୍ତା ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତା’ହେଲେ ସେମାନେ ସଂଗରୋଧ ହୋଇ ରହିବେ। ଏହାପରେ ସେମାନଙ୍କର ସାମ୍ପଲ ତୁରନ୍ତ INSACOG ଲାବ୍‌ସ୍‌ ନେଟ୍‌ୱର୍କକୁ ପଠାଯିବ। ସେମାନେ କେଉଁ ଭାରିଏଣ୍ଟ୍‌ରେ ସଂକ୍ରମିତ ତାହା ଜାଣିବା ଲାଗି ଜେନୋମ୍ ସ୍ୱିକ୍ୱେନ୍ସିଂ ପାଇଁ ସାମ୍ପଲ ସଂଗ୍ରହ ହେବ। ରାଜ୍ୟ ଗୁଡ଼ିକ ପଜିଟିଭ୍‌ ଚିହ୍ନଟ ହୋଇଥିବା ବିଦେଶ ଫେରନ୍ତାଙ୍କ କଣ୍ଟାକ୍ଟ୍ର ଟ୍ରେସିଂ କରିବେ ଓ ୧୪ ଦିନ ଯାଏ ଏହାକୁ ଅନୁସରଣ କରିବେ।  
  3. ଅଧିକ ସଂକ୍ରମଣ ଭୟ ଥିବା ଦେଶରୁ ଫେରୁଥିବା ଯାତ୍ରୀ ଟେଷ୍ଟ୍‌ ରେଜଲ୍ଟ ନଆସିବା ପର୍ଯ୍ୟନ୍ତ ଏୟାରପୋର୍ଟରେ ଅପେକ୍ଷା କରିବେ। ଅଧିକ ସଂକ୍ରମଣ ଭୟ ଥିବା ଦେଶ ଗୁଡ଼ିକ ମଧ୍ୟରେ ୟୁକେ, ୟୁରୋପର ସମସ୍ତ ୪୪ଟି ଦେଶ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋସ୍‌ୱାନା, ଚୀନ, ନ୍ୟୁଜିଲାଣ୍ଡ୍‌, Mauritius, ଜିମ୍ବାୱେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ୍‌ ରହିଛି। 
  4. ଏୟାରପୋର୍ଟ, ବନ୍ଦର, ସୀମା ପାର୍‌ ହୋଇ ବିଦେଶ ଫେରୁଥିବା ଯାତ୍ରୀଙ୍କ ଉପରେ କଡ଼ାକଡ଼ି ନଜର ରଖିବା ଲାଗି ରାଜ୍ୟ ଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହାସହ ‘ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌ ଓ ଟିକାକରଣ’ ଉପରେ ଗୁରୁତ୍ୱ ଦେବା ଲାଗି କୁହାଯାଇଛି। ଟେଷ୍ଟିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌, ଟେଷ୍ଟିଂ ଗାଇଡ୍‌ଲାଇନ୍ସ୍‌କୁ କଡ଼ାକଡ଼ି ଭାବେ ପାଳନ ସହ RT-PCR ଟେଷ୍ଟ୍‌ ଉପରେ ଗୁରୁତ୍ୱ ଦେବା ଲାଗି ପରାମର୍ଶ ଦିଆଯାଇଛି।
  5. ଏବେ ଯେଉଁ ସବୁ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି, ସେସବୁ ଅଞ୍ଚଳରେ ମନିଟରିଂ କରିବାକୁ ପରାମର୍ଶ ଦିଆଯାଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସାମ୍ପଲକୁ ଜେନୋମ୍ ସ୍ୱିକ୍ୱେନ୍ସିଂ ପାଇଁ INSACOG ନେଟ୍‌ୱର୍କକୁ ପଠାଯିବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି। ଆଇସିୟୁ, ଅକ୍ସିଜେନ୍‌ ବେଡ୍‌, ଭେଣ୍ଟିଲେଟର ଇତ୍ୟାଦି ପ୍ରସ୍ତୁତି ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। 

ଦକ୍ଷିଣ ଆଫ୍ରିକାରୁ ଚଣ୍ଡୀଗଡ଼ ଫେରିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତି ସୋମବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନଭେମ୍ବର ୨୧ରେ ସମ୍ପୃକ୍ତ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। 

Advertisment
COVID19 South Africa COVID Variant Corona Virus New Variant Omicron Omicron Variant New Travel Rules
Advertisment
Advertisment