• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗ୍ରାସରୁଟରୁ କଳାକାର ହେଲେ । ଅଭିନୟ କରି ଲକ୍ଷ ଲକ୍ଷ ଟଙ୍କା ନେଲେ । ମନପସନ୍ଦର ଦାମୀ ଗାଡ଼ି ଗିଫ୍ଟ ବି ପାଇଲେ । ହେଲେ ଲୋକଙ୍କ ମନ ଜିଣିବା ପରେ ମାଲିକଙ୍କୁ ଠକିଦେଲେ ପୀୟୂଷ । ଦିନେ କନେଷ୍ଟବଳ ଭାବେ ଚାକିରି କରୁଥିଲେ ପୀୟୂଷ ତ୍ରିପାଠୀ । କିନ୍ତୁ ଅଭିନୟ ପ୍ରତି ତାଙ୍କର ଥିବା ଦୁର୍ବଳତା ତାଙ୍କୁ କଳାକାର ହେବାକୁ ବାଧ୍ୟ କରିଥିଲା । ତେଣୁ ସେ ଚାକିରି ଛାଡ଼ି ପ୍ରଥମେ ଏକ ସିରିଏଲରେ ଅଭିନୟ କରିଥିଲେ । ପରେ ପୀୟୂଷଙ୍କ ଅଭିନୟ ବି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ଫଳରେ ଗୋଟିଏ ପରେ ଗୋଟିଏ ଅଫର ଆସିଥିଲା ତାଙ୍କ ପାଖକୁ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଯାତ୍ରାକୁ ବାଛିଥିଲେ । ଅଭିନୟ ଜାରି ରଖିଥିଲେ । ଯାହା ଆଜି ପୀୟୂଷଙ୍କୁ ଏକ ନୂତନ ପରିଚୟ ଦେଇଛି । କିନ୍ତୁ ସେହି ଯାତ୍ରା ମାଲିକ ଆଣିଛନ୍ତି ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଖରାର ପ୍ରକୋପ, ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ

ଯାତ୍ରା ଜଗତରେ ପାଦ ଥାପିବା ପରେ ପୀୟୁଷ ପ୍ରଥମେ କୋଣାର୍କ ପରେ ପାର୍ବତୀ, ରଙ୍ଗମହଲ, ତୁଳସୀ, ଗୌରୀ ଓ ସ୍ବପ୍ନମହଲରେ କାମ କରିସାରିଛନ୍ତି । ଆଉ ଏବେ ଅପେରା ସିଂହବାହିନୀରେ କାମ କରିବାକୁ ନେଇ ଦେଖା ଦେଇଛି ବିବାଦ । ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଅପେରା ସିଂହବାହିନୀ ମାଲିକ ସଂଜୀବ ପାଢୀ । ଫଳରେ ଏବେ ଉଠୁଛି ପଡୁଛି ଓଡ଼ିଶା ଯାତ୍ରା ଜଗତ ।

ସୋସିଆଲ୍ ମିଡିଆରେ ଜଣେ ଆରୋପ କରୁଥିବାବେଳେ ଅନ୍ୟଜଣେ ବି ତା'ର କାଉଣ୍ଟର କରୁଛି । ତେବେ ଏଠି ପ୍ରଶ୍ନ ଯାତ୍ରା ସିଂହବାହିନୀ ଓ ଲୋକପ୍ରିୟ ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀଙ୍କ ମଧ୍ୟରେ କାହିଁକି ସୃଷ୍ଟି ହେଲା ବିବାଦ ? ଯାତ୍ରା ସିଂହବାହିନୀ ମାଲିକଙ୍କ ସଂଜୀବ ପାଢ଼ୀଙ୍କ କହିବାନୁସାରେ ଚଳିତ ୨୦୨୫-୨୬ ଯାତ୍ରା ଋତୁ ସହ ଆଗାମୀ ୫ବର୍ଷ ପାଇଁ ତାଙ୍କ ଯାତ୍ରା ପାର୍ଟିରେ ଅଭିନୟ କରିବାକୁ ପୀୟୁଷ ଚୁକ୍ତି କରିଥିଲେ ।

ଚୁକ୍ତି ମୁତାବକ ପୀୟୁଷ ବ୍ୟାଙ୍କ ଆକାଉଣ୍ଟରେ ୩୦ ଲକ୍ଷ ଓ ନଗଦ ଆକାରରେ ୨୫ଲକ୍ଷ ଏପରି ମୋଟ୍ ୫୫ଲକ୍ଷ ଟଙ୍କା ଅଗ୍ରୀମ ନେଇଛନ୍ତି । ତାସହ ନିଜ ମନପସନ୍ଦର ଏକ ଦାମୀ ଗାଡ଼ି ବି ଉପହାର ନେଇଛନ୍ତି । ଯାହାର ତଥ୍ୟ ଗାଡ଼ି କିଣାଯାଇଥିବା ସୋ ରୁମରେ ଉପଲବ୍ଧ ଅଛି । ତା'ପରେ ଆମେ ପୀୟୂଷଙ୍କ ନାଁ ସିଂହବାହିନୀ ଷ୍ଟାରକାଷ୍ଟ ତାଲିକାରେ ରଖିଛୁ । ହେଲେ ଏତେସବୁ ସତ୍ତ୍ବେ ମଧ୍ୟ ପୀୟୂଷ ସିଂହବାହିନୀକୁ ଅଭିନୟ ପାଇଁ ଆସିବେ ନାହିଁ ବୋଲି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖୁଛନ୍ତି । ଯାହାକି ଯାତ୍ରା ପାର୍ଟି ମାଲିକ ଓ କଳାକାରଙ୍କ ମଧ୍ୟରେ ଚାଲୁଥିବା ରାଜିନାମାର ଉଲ୍ଲଂଘନ ।

ଅଧିକ ପଢ଼ନ୍ତୁ: ବିଜୁ ଜୟନ୍ତୀ ପାଇଁ ମୋହନ କଲେ ନିମନ୍ତ୍ରଣ, ଆସିବେ ତ ନବୀନ ?

OTV is now on Whatsapp

Join and get latest news update delivered to you via whatsapp

Join Now