ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ବସନ୍ତରେ ହେଉଛି ଟାଇଁଟାଇଁ ଖରା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ । ଝାରସୁଗୁଡାରେ ଗତକାଲି ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି ।
Also Read
ଅଧିକ ପଢ଼ନ୍ତୁ: ବିଜୁ ଜୟନ୍ତୀ ପାଇଁ ମୋହନ କଲେ ନିମନ୍ତ୍ରଣ, ଆସିବେ ତ ନବୀନ ?
ଗତକାଲି ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ । ସେହିପରି କଟକରେ ୩୪.୬ ଡିଗ୍ରୀ ରହିଥିଲା ସର୍ବୋଚ୍ଚ ତାପମାତ୍ରା । ଏବେଠୁ ତାତି ଏତେ ପରିମାଣରେ ବଢିଥିବାବେଳେ ଏପ୍ରିଲ ଓ ମେ’ ମାସରେ ସାଂଘାତିକ ଖରା ହେବା ଆଶଙ୍କା କରାଯାଉଛି ।
ସେପଟେ ଏଥର ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ସୂଚନା ଅନୁସାରେ, ସାଧାରଣତଃ ଫେବ୍ରୁଆରୀ ମାସ ବେଳକୁ ଶୀତ ପ୍ରକୋପ ରହିଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଥିଲା । ଚଳିତ ଫେବ୍ରୁଆରୀ ମାସ ବେଳକୁ ଶୀତ ଉଭାନ ହୋଇଯାଇଥିବା ବେଳେ ଫେବ୍ରୁଆରୀ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଥିଲା । ଏବେଠୁ ଖରାର ପ୍ରକୋପ ଦେଖି ଆଗକୁ ତାତି ଆଗକୁ ବଢ଼ିବ ବୋଲି ଲୋକଙ୍କ ମନରେ ଛନକା ପଶିଲାଣି ।