ନୂଆଦିଲ୍ଲୀ : ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ବିଲ୍ । ବାଚନିକ ଭୋଟରେ ବିଲ୍ ପାରିତ ହୋଇଥିବା ନେଇ ବାଚସ୍ପତି ଘୋଷଣା କରିଛନ୍ତି । କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ବିଲ୍ ସଂପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ ବିରୋଧୀ ଦଳ। ହେଲେ ଚର୍ଚ୍ଚା ଆବେଦନ ଅଗ୍ରାହ୍ୟ ହେବାରୁ ହୋହଲ୍ଲା କରିଥିଲେ ବିରୋଧୀ ।
ଫଳରେ ଗୃହ ଅଚଳ ହୋଇଯାଇଥିଲା । ଏପରିକି ଗାନ୍ଧିମୂର୍ତ୍ତି ତଳେ ସମସ୍ତ ବିରୋଧୀ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହଟ୍ଟଗୋଳ ଲାଗି ରହିବାକୁ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ଲୋକସଭାରେ ପାରିତ ହେବା ପରେ ଏହି ବିଲ୍ ରାଜ୍ୟସଭାରେ ଆଗତ ହେବ ।
ସେପଟେ ସଂସଦ ଶୀତକାଳୀନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଉଭୟ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ହଟ୍ଟଗୋଳ ଲାଗି ରହିବାରୁ ଲୋକସଭାକୁ ବାଚସ୍ପତି ଦିନ ୧୨ଟା ପର୍ଯ୍ୟନ୍ତ ମୁତଲବୀ କରିଥିଲେ । ସେହିପରି ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ଦିନ ଗୋଟାଏ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ।
ଆସନ୍ତା ଡିସେମ୍ବର ୨୩ ଯାଏଁ ଚାଲିବ ସଂସଦର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବା ଲାଗି ଯୋଜନା ରଖିଛନ୍ତି ସରକାର । ଚଳିତ ଅଧିବେଶନ ଆରମ୍ଭରେ ତିନି କୃଷି ଆଇନ ଉଚ୍ଛେଦ ବିଲ ପାରିତ ହୋଇସାରିଥିବା ବେଳେ, କ୍ରିପ୍ଟୋ କରେନ୍ସି ନିୟନ୍ତ୍ରଣ ବିଲ୍ ପାସ୍ କରାଇବା ଲାଗି ସରକାର ଯୋଜନା ରଖିଛନ୍ତି